Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତିର ମା’ମାନେ

ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତିର ମା’ମାନେ

55

ଭୁବନେଶ୍ୱର ୧୪/୮ (ଓଡ଼ିଆ ପୁଅ) ସ୍ୱାଧୀନତାର ପଚସ୍ତରୀ ବର୍ଷ ପାଳନ ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟର ବିଭିନ୍ନ ଅଂଚଳର ମିଶନ ଶକ୍ତିର ମା’ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ଭେଟି ସେମାନଙ୍କ ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପତାକା ଗ୍ରହଣ କରି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଜାତୀୟ ପତକା ତିଆରି ପରି ଏକ ମହାନ ଦାୟିତ୍ୱ ମିଶନ ଶକ୍ତି ମା ମାନଙ୍କୁ ଦେଇଥିବାରୁ ଏହା ସେମାନଙ୍କ ପାଇଁ ଗର୍ବର କଥା ବୋଲି କହିବା ସହ ଏହିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

ସୂଚନା ଯୋଗ୍ୟ ଯେ, ସ୍ୱାଧୀନତାର ପଚସ୍ତରୀ ବର୍ଷ ଉପଲକ୍ଷେ ତିରିଶ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତି ଓ ମାଗଣାରେ ବଣ୍ଟନ ଦାୟିତ୍ୱ ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀ କୁ ଅର୍ପଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.