Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଲା ଭଦ୍ରକ ବିଧାନସଭା ବିଜେଡି, ଭଦ୍ରକ ବିଧାନସଭା କ୍ଷେତ୍ରରେ ଉନ୍ନୟନ...

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଲା ଭଦ୍ରକ ବିଧାନସଭା ବିଜେଡି, ଭଦ୍ରକ ବିଧାନସଭା କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟ ଲାଗି ଖର୍ଚ୍ଚ ହେବ ୪.୨୨କୋଟି ଟଙ୍କା

19

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂର୍ବାହ୍ନରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଳିକଙ୍କ ଅପର୍ତିବିନ୍ଧା ସ୍ଥିତ ବାସଭବନ ଠାରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ କୃତଜ୍ଞତା ଓ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଭଦ୍ରକ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ଲାଗି ୨୧କୋଟି ୬୦ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ସେହିଭଳି ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୪କୋଟି ୨୨ଲକ୍ଷ ଟଙ୍କା ର ଅନୁଦାନ ରାଶି ଯୋଗାଇଛନ୍ତି । ମୋଟାମୋଟି ୮୦ଗୋଟି ପ୍ରକଳ୍ପ ବାବଦକୁ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱତନ୍ତ୍ର ଅନୁଦାନ ରାଶିରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନ ସମସ୍ତ ମନ୍ଦିର ଓ ମଜାର ଗୁଡିକର ଉନ୍ନତିକରଣ କାର୍ଯ୍ୟ କରାଯିବ ବୋଲି ଜଣାଯାଇଛି । ଭଦ୍ରକ ବିଧାୟକଙ୍କ ବାସଭବନରେ ଅନୁଷ୍ଠିତ ଏହି କୃତଜ୍ଞତା ଓ ଧନ୍ୟବାଦ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ସଭାପତିତ୍ୱ କରିଥିଲେ । ଶ୍ରୀ ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଭଦ୍ରକ ଜିଲ୍ଲା ଓ ଭଦ୍ରକ ବିଧାନସଭାକ୍ଷେତ୍ର ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଅନୁଦାନ ରାଶି ମିଳିଥିବାରୁ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଅର୍ପଣ କରିଥିଲେ ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ୍‌ୁ ଭଦ୍ରକ ବିଧାୟକଙ୍କ ଅନୁରୋଧ କ୍ରମେ ଭଦ୍ରକ ବିଧାନସଭା କ୍ଷେତ୍ରରୁ ୪କୋଟି ୨୨ଲକ୍ଷ ଟଙ୍କାର ଅନୁଦାନ ମିଳିଥିବାରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଳିକଙ୍କୁ ସେ କୃତଜ୍ଞତା ଅର୍ପଣ କରିଥିଲେ । ସେହିଭଳି ଭଦ୍ରକ ଟାଉନ ବିଜେଡି ସଭାପତି ତାହେର ମହମ୍ମଦ ତାଙ୍କ ବକ୍ତବ୍ୟରେ : ମୁଖ୍ୟମନ୍ତ୍ରୀଙ୍କ ଠାରେ ଭଦ୍ରକ ବିଧାୟକ ଶ୍ରୀ ମଲ୍ଳିକଙ୍କ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ଧର୍ମପୀଠ ଗୁଡିକର ଉନ୍ନତିକରଣ ଓ ମରାମତିକରଣ ଲାଗି ଅନୁରୋଧ କରିଥିଲେ । ଗତ ୧୧ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ ବେଳେ ବି ଏହି ଦାବିପତ୍ର ଦିଆଯାଇଥିଲା । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଳିକଙ୍କୁ ସେ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌର ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନା, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଜିଲ୍ଲା ପରିଷଦ ସଭ୍ୟ ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ଭଦ୍ରକ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ, ବରିଷ୍ଠ କାଉନସିଲର ଦିଲିପ ନାୟକ, ସେକ ଜୁଲଫିକର ଅଲ୍ଲୀ, କାଉନସିଲର ଆଶୀଷ ଅମିତାଭ ମହାପାତ୍ର, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୀର ଜେନା ଓ ପ୍ରଣୟ ଦାସ, ବିଜେଡିନେତା-ଇଂ.ପ୍ରିୟବ୍ରତ ନାୟକ, ଶ୍ୟାମସୁନ୍ଦର ନାୟକ, ରାକେଶ ପଣ୍ଡା, ବିଧାନସଭାସ୍ତରିୟ ମନୋଜ ବାରିକ, ଯୁବ ସଭାପତି ସୂର୍ଯ୍ୟକାନ୍ତ ଦାସ, ରାଜେଶ ଦାସ ପ୍ରମୁଖ ବହୁ ଦଳୀୟ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.