Home ଜିଲ୍ଲା ପରିକ୍ରମା ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପ୍ରସଙ୍ଗ, ୩ୟ ସାକ୍ଷୀ ସହଯୋଗୀ ଦୀପକର ବୟାନ...

ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପ୍ରସଙ୍ଗ, ୩ୟ ସାକ୍ଷୀ ସହଯୋଗୀ ଦୀପକର ବୟାନ ରେକର୍ଡ କଲା କୋର୍ଟ

31

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ହତ୍ୟାକାଣ୍ଡରେ ମାନସର ସହଯୋଗୀ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଜାମୁକୋଳି ଗ୍ରାମର ଦୀପକ କୁମାର ସାହୁ ସାକ୍ଷୀ ଭଦ୍ରକ ଜିଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ଆଜି ରେକର୍ଡିଂ ହୋଇଛି । ଦୀପକ ଜଣେ କଳାକାର ଓ ଶର୍ମିଷ୍ଠାର ଅନେକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଛି । ୨୦୨୨ ମସିହାରେ ସେ ପୁରୀ ବେଳାଭୂମିରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ସୁଟିଂ ସମୟରେ ଉପସ୍ଥିତ ଥିଲା । ସେ ଫିଲ୍ମରେ ନିରଂଜନ ସେଠୀ ନାୟକ ଓ ଶର୍ମିଷ୍ଠା ନାୟିକା ଭୂମିକା ତୁଲାଇଥିଲେ । ମାନସ ସ୍ୱାଇଁ ସେହି ଫିଲ୍ମରେ କ୍ୟାମେରାମେନ୍ ଥିଲା । ସୁଟିଂ ପରେ ଶର୍ମିଷ୍ଠା ଅନେକଥର ମାନସକୁ କ୍ୟାମେରାରେ କଏଦ ଥିବା ସିନ୍‌କୁ ତାକୁ ଫେରାଇବା ପାଇଁ ତାଗିଦ କରିଥିଲେ ମଧ୍ୟ ମାନସ ତାହା ଦେଇନଥିଲା । ଗତ ୨୦୨୨ ଫେବୃୟାରୀ ୬ ତାରିଖରେ ମାନସ ଦୀପକକୁ ଚାନ୍ଦବାଲି ଥାନା ପଳାସପୁରରେ ଏକ ବାହାଘର ସୁଟିଂ କଲ୍ ଥିବାର କହି ଡକାଇବା ପରେ ଦୀପକ ଭୁବନେଶ୍ୱରରୁ ବସ୍ ଯୋଗେ ପଳାସପୁରରେ ପହଞ୍ôଚଥିଲା । ପରେ ସ୍ଥାନୀୟ ବାପି ନାମକ ଯୁବକ ତାଙ୍କୁ ନିଜ ସ୍କୁଟିରେ ବସ୍‌ଷ୍ଟାଣ୍ଡରୁ ଆଣି ସ୍ଥାନୀୟ ବିଜେପି ଅଫିସରେ ମାନସ ସହିତ ରାତ୍ରି ଯାପନ କରିଥିଲା ।

ପରଦିନ ସୁଟିଂ ସାରି ସେହି ସ୍କୁଟିରେ ଫେରୁଥିବାବେଳେ ପଳାସପୁର ମନ୍ଦିର ଛକରେ ଜଣେ ଯୁବକ ତାଙ୍କ ସ୍କୁଟିକୁ ଅଟକାଇଥିଲା । ନିକଟରେ ଛିଡା ହୋଇଥିବା ଓଡି-୦୨ଏବି-୬୫୯୯ କାର୍‌ରେ ଶର୍ମିଷ୍ଠା ଓ ରାଜ୍ ଓହ୍ଲାଇ ମାନସକୁ କ୍ୟାମେରା ଚିଫ୍ ମାଗିଥିଲେ । ସେ ମନା କରିବାରୁ ତା ଗାଲକୁ ଦୁଇ ଚାପୁଡା ମାରି କାର୍‌ରେ ଘୋଷାରି ବସାଇବା ପରେ ତାକୁ ସେଠାରୁ ନେଇଆସିଥିଲେ । ବାପି ପାଖରୁ ୫ ଶହ ଟଙ୍କା ଆଣି ସେ ବସ୍‌ରେ ଭୁବନେଶ୍ୱର ଫେରିଆସିଥିଲା । ତା ପରଦିନ ଶର୍ମିଷ୍ଠା ଅଫିସ୍‌କୁ ତା ବାପାଙ୍କ ସହ ଯାଇଥିଲା । ଶର୍ମିଷ୍ଠା ତାକୁ ତାଗିଦ କରିବା ସହ ତା ବାପାଙ୍କୁ ସତର୍କ କରାଇ ଏକ ଅଣ୍ଡରଟେକିଂ ଲେଖାଇବା ପରେ ଛାଡିଦେଇଥିଲା । ପରେ ଶୁଣିବାକୁ ପାଇଥିଲେ ମାନସ ସ୍ୱାଇଁକୁ ହତ୍ୟା କରାଯାଇଛି । ତେବେ ଆଜି ଗ୍ରୀଷ୍ମ ଅବକାଶ ପରେ କୋର୍ଟ ଖୋଲିଥିଲା ଓ ସମସ୍ତ ଅଭିଯୁକ୍ତମାନଙ୍କ ଉପସ୍ଥିତିରେ କୋର୍ଟରେ ଦୀପକ ସାହୁ ତାଙ୍କ ବୟାନ ଦେଇଥିଲେ ବୋଲି ଅଭିଯୁକ୍ତ କୃଷ୍ଣଚନ୍ଦ୍ରର ଓକିଲ ଶକ୍ତିକାନ୍ତ ପାଢୀ ପ୍ରକାଶ କରିଛନ୍ତି । ଦୀପକକୁ ଅଭିଯୁକ୍ତମାନଙ୍କ ଓକିଲମାନେ ଅନେକ ସମୟ ଜେରା କରିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚକୁ ଦେଇଥିବା ତାର ବୟାନ ଓ କୋର୍ଟରେ ରଖିଥିବା ବୟାନ ମଧ୍ୟରେ କିଛି ତଫାତ୍ ନଥିବାରୁ ତା ପାଖରୁ ଅଭିଯୁକ୍ତମାନଙ୍କ ସପକ୍ଷରେ ଠୋସ୍ ପ୍ରମାଣ ଆଣିବାରେ ସକ୍ଷମ ହୋଇନଥିଲେ । କ୍ରାଇମବ୍ରାଞ୍ଚ ପକ୍ଷରୁ ସରକାରୀ ପିପି ପ୍ରଦୀପ୍ତ କୁମାର ସାମଲ ମାମଲା ପରିଚାଳନା କରୁଥିବାବେଳେ ଅଭିଯୁକ୍ତମାନଙ୍କ ପକ୍ଷରୁ ଭଦ୍ରକର ବରିଷ୍ଠ ଅଧିବକ୍ତା ଶରତ ଚନ୍ଦ୍ର ମହାପାତ୍ର, ବସନ୍ତ ଦାସ, ଶକ୍ତିକାନ୍ତ ପାଢୀ, ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ନିରାକାର ଜେନା ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.