Home ଓଡ଼ିଶା ମିଶ୍ରଣ ପର୍ବ : ହଜାର ହଜାର ସମର୍ଥକଙ୍କ ଗ୍ରହଣରେ ବିଜେପିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ...

ମିଶ୍ରଣ ପର୍ବ : ହଜାର ହଜାର ସମର୍ଥକଙ୍କ ଗ୍ରହଣରେ ବିଜେପିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

112

ଭୁବନେଶ୍ୱର, ୧୯/୧୦ (ଓଡ଼ିଆ ପୁଅ): ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୁର୍ବତନ ମନ୍ତ୍ରୀ ତଥା ବିଜେଡି ପରିତ୍ୟାଗ କରିଥିବା ବରିଷ୍ଠ ନେତା ଶ୍ରୀ ସଞ୍ଜିବ ସାହୁ ଆଜି ନିଜର ହଜାର ହଜାର ସମର୍ଥକଙ୍କ ସହ ବିଜେପିରେ ଯୋଗଦାନ କରିଛନ୍ତି। ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ।

ରାଜ୍ୟରେ ବିକାଶ ଠପ୍ ହୋଇଯାଇଛି। ବିଶେଷ ଭାବେ ଗତ ୫ ବର୍ଷରେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ସମେତ ରାଜ୍ୟର କୈାଣସି ବିକାଶ ହୋଇନାହିଁ ବରଂ ବିକାଶରେ ବାଧା ସୃଷ୍ଟି କରାଯାଉଛି। ଗମନାଗମନ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ରାଜ୍ୟ ବହୁ ପଛରେ ରହିଯାଇଛି। ବିରୋଧୀ ଦମନକୁ ପ୍ରାଧାନ୍ୟ ଦେଇ ଶାସକ ବିଜେଡି ରାଜ୍ୟରେ ଅଗଣତାନ୍ତ୍ରୀକ ବାତାବରଣ ସୃଷ୍ଟି କରିବାର ପ୍ରୟାସ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅନ୍ୟ ପଟେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟୀର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିକାଶ ଧାରାରେ ସାମିଲ ହେବା ସହିତ ଓଡିଶା ରାଜ୍ୟକୁ ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିବା ଉଦ୍ଦେଶ୍ୟରେ ବିଜେପିରେ ସାମିଲ ହୋଇଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜିବ ସାହୁ କହିଛନ୍ତି।

ଆଗାମୀ ଦିନରେ ରାଜ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦୀ ହେବା ସ୍ପଷ୍ଟ ହୋଇଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କୁ ସରକାରର ନେତୃତ୍ୱ ନେବା ପାଇଁ ଏବଂ ବିଜେପିକୁ ମୁଖ୍ୟ ବିରୋଧୀ ଦଳର ଦାୟୀତ୍ୱ ପ୍ରଦାନ କରିଥିଲେ। କେବଳ ପ୍ରଚାର ସର୍ବସ୍ୱ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର। ରାଜ୍ୟବାସୀଙ୍କ ସୁରକ୍ଷା ଅପେକ୍ଷା ନିଜ ଦଳୀୟ ନେତାଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ବ୍ୟସ୍ତ ରହୁଥିବା କାରଣରୁ ଆଜି ରାଜ୍ୟର ମା ଓ ଭଉଣୀମାନଙ୍କ ଜୀବନ ଅସୁରକ୍ଷିତ ହୋଇପଡିଛି। ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଲାଭରୁ ଓଡିଶାବାସୀଙ୍କୁ ବଂଚିତ ରଖାଯାଉଛି। ‘ବିଜେଡି ସରକାରରେ, ମହିଳା ବିପଦରେ’ ଏହି କଥାକୁ ନେଇ ଭାରତୀୟ ଜନତାପାର୍ଟି ଆନ୍ଦୋଳନ ଜାରୀ ରଖିବ। ଓଡିଶାବାସୀ ଭାରତୀୟ ଜନତା ପାର୍ଟୀ ଉପରେ ଆସ୍ଥା ପ୍ରକଟ କରୁଛନ୍ତି। ପଛୁଆ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ମନ୍ତ୍ରୀ ସଞ୍ଜିବ ସାହୁଙ୍କ ବିଜେପିରେ ଯୋଗଦାନ ଦଳର ସଂଗଠନକୁ ଆହୁରି ସଶକ୍ତ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଏହି ଅବସରରେ ଆଠମଲ୍ଲିକ ବ୍ଲକ ଜଗନ୍ନାଥପୁର ଗ୍ରାମ ପଂଚାୟତ, ମାଣିକଯୋଡି ଗ୍ରାମ ପଂଚାୟତ, ମାଟିଆସାହି ଗ୍ରାମ ପଂଚାୟତ, ଟାଂସି ପଂଚାୟତର ପୂର୍ବତନ ସମିତି ସଭ୍ୟ ବିଜୟାନନ୍ଦ ପ୍ରଧାନ, ସୁର୍ଯ୍ୟକାନ୍ତ ମହାଲିକ, ପ୍ରହଲ୍ଲାଦ ନାଏକ, ମନ୍ଦର ନାଏକ, ପ୍ରକାଶ ଚିରିଗୁଣି, ବିଭୁତିଭୂଷଣ ପ୍ରଧାନ, ଜଗନ୍ନାଥ ସ୍ୱାଇଁ, ପୂର୍ବତନ ସରପଂଚ ଦେବକାନ୍ତ ରଣଭିସା, ନବ ମାହାର, ବିଜୟାନନ୍ଦ ପ୍ରଧାନ, ସୁଷମା ମିର୍ଦ୍ଧା, ଜୁନା ସାହୁ, ବିନୋଦିନୀ ସାହୁ, ରଞ୍ଜନ ସାହୁ, ଯୁବ ନେତା ଜ୍ଞାନେନ୍ଦ୍ର ପ୍ରଧାନ, ଶିବରାମ ପ୍ରଧାନ, ରମେଶ ଚନ୍ଦ୍ର ଜେନାମଣି, ବିରେନ ମହାପାତ୍ର, ଲୋକନାଥ ସାହୁ, ଜଗା ବେହେରା, କିଶୋରନଗର ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ପ୍ରଧାନ, ସଂଧ୍ୟାରାଣୀ ପ୍ରଧାନ, ଅରକ୍ଷିତ ସାହୁ, ବାଳକୃଷ୍ନ ପ୍ରଧାନ, ଇଂ.ପ୍ରବୋଧ ବେହେରା, ଜିତେନ୍ଦ୍ର ମାଝୀ, ରାଜ୍ୟ ଯୁବ କଂଗ୍ରେସ ସଂପାଦକ ପ୍ରଦୀପ କୁମାର ସିଂ, ରଣଜିତ୍ ବାରିକ୍‌, ସୁଜିତ୍ ମହାନ୍ତି, କେଶବ ବେହେରା ପ୍ରମୁଖଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବ ଅବସରରେ ସାଂସଦ ନିତେଶ ଗଙ୍ଗଦେବ, ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ, ପୂର୍ବତନ ସାଂସଦ ରୁଦ୍ର ପାଣି, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା, ଅନୁଗୁଳ ଜିଲ୍ଲା ପ୍ରଭାରୀ ସିମାଂଚଳ ଖଟେଇ, ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଭାଗିରଥି ପ୍ରଧାନ, ପ୍ରତାପ ପ୍ରଧାନ, ଅଶୋକ ମହାନ୍ତି, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ବିଭୁତି ପ୍ରଧାନ, ଶତୃଘ୍ନ ଜେନା, ଅଗସ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.