Home Top News ଗଣତନ୍ତ୍ରର ବିଜୟ, ଅହଂକାରର ପରାଜୟ : ନରେନ୍ଦ୍ର ମୋଦିଙ୍କ ନିଷ୍ପତି ୩ କୃଷି ଆଇନକୁ ସରକାର...

ଗଣତନ୍ତ୍ରର ବିଜୟ, ଅହଂକାରର ପରାଜୟ : ନରେନ୍ଦ୍ର ମୋଦିଙ୍କ ନିଷ୍ପତି ୩ କୃଷି ଆଇନକୁ ସରକାର ରୁଦ୍ଧ କରିବେ! – ଆଜି କୃଷକର ବିଜୟ, ଗଣତନ୍ତ୍ରର ବିଜୟ, ସଂଖ୍ୟାର ପରାଜୟ

49

ଭୁବନେଶ୍ୱର ୧୯.୧୧ (ଓଡ଼ିଆ ପୁଅ) – ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରି କହିଛନ୍ତି ଯେ ତାଙ୍କ ସରକାର ଯେଉଁ ତିନୋଟି କୃଷି ଆଇନକୁ ପାରିତ କରିଥିଲା ସେ ସମସ୍ତ କୃଷି ଆଇନକୁ ଆସନ୍ତା ଶୀତକାଳୀନ ଅଧିବେସନରେ ପାଲ୍ୟାମେଂଟରେ ରୁଦ୍ଧ କରାଯିବ। ଆଜକୁ ଦୀର୍ଘ ୧୩ ମାସ କାଳ ଧରି କୃଷକମାନେ ଏହି କଳା କୃଷି ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରିରଖିଛନ୍ତି। ସାରା ଭାରତବର୍ଷର ଅର୍ଣ୍ଣଦାତା ଏ ଆଇନକୁ ରୁଦ୍ଧ ବା ଆଇନର ପରିବର୍ତ୍ତନ କରିବା ପାଇଁ ବାରମ୍ବାର ମୋଦି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ପ୍ରଦେଶ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡଃ ଏ ଚେଲ୍ଲା କୁମାର ସାମ୍ବାଦିକ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଭାରତ ବର୍ଷର ନରେନ୍ଦ୍ର ମୋଦି ସରକାର ଯେଉଁ କଳା କୃଷି ଆଇନ ପ୍ରଣୟନ କରିଥିଲେ ତାହା ଆଜି ସେ ନିଜେ ଏବଂ ତାଙ୍କ ସରକାର ଏ ଆଇନକୁ ରୁଦ୍ଧ କରିବାର ଘୋଷଣା କରିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ଭାରତବର୍ଷର କୋଟି କୋଟି କୃଷକ ଯେଉଁ ଆନ୍ଦୋଳନ ଜାରି ରଖିଥିଲେ ତାହା ନ୍ୟାୟ ସଂଗତ ଓ କୃଷକ ବିରୋଧି ଥିଲା ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ। ଏହି ବିଜୟ ଭାରତ ବର୍ଷର କୃଷକଙ୍କର ବିଜୟ, ଗଣତନ୍ତ୍ରର ବିଜୟ, ସତ୍ୟର ବିଜୟ ଓ ଅହଂକାରର ପରାଜୟ ବୋଲି ସେ କହିଥିଲେ। ଦୀର୍ଘ ୭ ବର୍ଷ ଧରି ନରେନ୍ଦ୍ର ମୋଦି ଯେଉଁ ସବୁ ଆଇନ ପାସ କରିଛନ୍ତି ସେ ବିମୁଦ୍ରିକରଣ ହେଉ, ଜିଏଷ୍ଟି ହେଉ ବା ଆଜି ଯେଉଁ ରାଷ୍ଟ୍ରୀୟ ସଂପତି ବିକ୍ରି କରିବାର ନିଷ୍ପତି ବି ହେଉ ଏ ସମସ୍ତ ଜନବିରୋଧି ନିଷ୍ପତି ଥିଲା। ଗତ ସାରା ଭାରତ ବର୍ଷରେ ଯେଉଁ ନିର୍ବାଚନ ହୋଇଥିଲା କଂଗ୍ରେସ ଦଳର ସଫଳତା ଏବଂ ବିଜେପିର ମୁଳପୋଛ ଆଜି ବାଧ୍ୟ କରିଛି ସରକାରକୁ ନିଜ ଅହଂକାର ଓ ଦାମ୍ଭିକତାରୁ ହଟିବାପାଇଁ। କଂଗ୍ରେସ ଯେତେ ଅଧିକ ଶକ୍ତିଶାଳୀ ହେବ ମୋଦି ସରକାର ସମସ୍ତ ନୀୟମକୁ ପୁଣିଥରେ ପରିବର୍ତ୍ତନ କରିବେ। କଂଗ୍ରେସ ଦଳ ଏହି କୃଷକ ଆନ୍ଦୋଳନ ସହିତ ସଂପୂର୍ଣ୍ଣ ଭାବେ ଜଡ଼ିତ ଥିଲା ଏବଂ ରହିବ ମଧ୍ୟ। ଯେପର୍ଯ୍ୟନ୍ତ ଏହା ପାଲ୍ୟାମେଂଟରେ ରିପିଲି ହୋଇନାହିଁ। ଖାଲି ସେତିକି ନୁହେଁ କୃଷକ ମାନଙ୍କ ସହିତ କଂଗ୍ରେସ ଦଳ କାନ୍ଧକୁ କାନ୍ଧ ମିଳାଇ ଏମଏସପିକୁ ଆଇନ ଦ୍ୱାରା ସୀକୃତି ଏବଂ ଗ୍ୟାରେଂଟି ଦେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଆଜି ଯେଉଁ ୭୦୦ ରୁ ଅଧିକ କୃଷକ ମୃତ୍ୟୁବରଣ କଲେ ସେମାନଙ୍କ ପଛପଟୁରୁ ଗାଡ଼ି ଚଢ଼ାଇ ଓ ଟ୍ରାକ୍ଟର ଚଢ଼ାଇ ମାରିଦିଆଗଲା ଏବଂ ତାଙ୍କ ନାଁରେ ବିଭିନ୍ନ ଆତଙ୍କ ବାଦ ଆଇନ ବଳରେ ଯେଉଁ କେସ ଦାୟର ହୋଇଛି ସେଥିପାଇଁ ନରେନ୍ଦ୍ର ମୋଦି ଦାୟୀ ରହିବେ କି ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି। ଆଜି ଯଦି ସରକାର ନିଷ୍ପତି ନେଇପାରିଲେ ତାହାହେଲେ କାହଁକି କୃଷକମାନଙ୍କୁ ଆତଙ୍କ ବାଦୀ ବୋଲି ଚିତ୍ରଣ କରାଯାଇଥିଲା। ଏବଂ ସେମାନେ ଖଲିସ୍ଥାନୀ ବିଦ୍ରୋହି ବୋଲି କୁହାଯାଇଥିଲା। ସେମାନେ ବିଦେଶରୁ ପର୍ଯ୍ୟପ୍ତ ଚାନ୍ଦା ଆଣି ଦେଶ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା ଏ ସମସ୍ତ କଥାର ଉତର ନରେନ୍ଦ୍ର ମୋଦି ଏବଂ ତାଙ୍କର ଦଳର ତୃଙ୍ଗ ନେତାମାନେ କେବେ ରଖିବେ। ଅହଂକାର ଓ ସଂଖ୍ୟାର କେବେ ଜୟ ହୋଇ ନାହିଁ ଗଣତନ୍ତ୍ରର ଜୟହିଁ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି ରୁଦ୍ର ରାଜୁ, ପିସିସି ମିଡିଆ ସେଲର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା, ଯଜେ୍ଞଶ୍ୱର ବାବୁ ଏବଂ ବରିଷ୍ଠ ମୁଖପାତ୍ର ତଥା ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଉପସ୍ଥିତ ଥିଲେ। ଏହି ସାମ୍ବାଦିକ ସମ୍ମିଳନୀକୁ ସଂଚାଳ କରିଥିଲେ ଶ୍ରୀଯୁକ୍ତ ଦୀପକ କୁମାର ମହାପାତ୍ର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.