Home ଓଡ଼ିଶା ମିଶନ ଶକ୍ତି ମହିଳାଙ୍କୁ ଯୋଡା ବିଡିଓ ଙ୍କ ଅସଦାଚରଣ, ଥାନାରେ ଅଭିଯୋଗ

ମିଶନ ଶକ୍ତି ମହିଳାଙ୍କୁ ଯୋଡା ବିଡିଓ ଙ୍କ ଅସଦାଚରଣ, ଥାନାରେ ଅଭିଯୋଗ

277

ଯୋଡା, ୩୦ । ୫ (ଓଡିଆ ପୁଅ/ସେକ୍ ଜାବିର ମହମ୍ମଦ) ଶୁକ୍ରବାର ପୂର୍ବାହ୍ନରେ ଗାୟତ୍ରୀ ମିଶନ ଶକ୍ତି ବ୍ଲକ ମହାସଂଘ ପକ୍ଷରୁ ମହିଳାଙ୍କୁ ଅସଦାଚରଣ ନେଇ ଯୋଡା ବ୍ଲକ ଉନ୍ନୟନ ଅଧିକାରୀ ଯୋଗେଶ୍ୱର ନାଏକଙ୍କ ନାମରେ ଯୋଡା ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଯୋଡା ବିଡିଓ ଏବେ ସିଡିପିଓଙ୍କ ଦାୟିତ୍ୱରେ ଅଛନ୍ତି । ଆଇସିଡିଏସ୍ ଅଧିନରେ ଥିବା ୨୮୧ଟି ଅଙ୍ଗନୱାଡି କେନ୍ଦ୍ରକୁ ଗାୟତ୍ରୀ ମିଶନ ଶକ୍ତି ବ୍ଲକ ମହାସଂଘ ୮ ବର୍ଷ ହେଲା ଛତୁଆ ଯୋଗାଇଆସୁଅଛି । ତେବେ ଏହି ପ୍ରାପ୍ୟ ପାଇବା ପାଇଁ ବିଡିଓଙ୍କ ନିକଟକୁ ଦୌଡି ସେମାନେ ହତାଶ ହୋଇପଡିବା ବେଳେ ଏହାର ସୁଯୋଗରେ ବିଡିଓ ଯୋଗେଶ୍ୱର ନାଏକ ତାଙ୍କୁ ଅସଦାଚରଣ କରିଥିବା ମିଶନ ଶକ୍ତିର ମହିଳାମାନେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଯେ, ବିଡିଓ ଦୁଇ ଅର୍ଥ ବୋଧକ ଶବ୍ଦ ବ୍ୟବହାର କରୁଥିବା ବେଳେ ସେମାନଙ୍କୁ ସନ୍ଧ୍ୟା ସମୟରେ ଏକୁଟିଆ ଆସିବା ପାଇଁ କହିବା, କଥା ପ୍ରସଙ୍ଗରେ କିଛି ପାଇବାକୁ ହେଲେ କିଛି ଦେବା ପାଇଁ ପଡିବ ବୋଲି କହୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏବଂ କାହାକୁ ଫେୟାର ଏଣ୍ଡ ଲଭଲି ଲଗାଇ ତମେ ବଢିଆ ଦେଖାଯାଉଛି କହିଲେଣି ତ ଅନ୍ୟ କାହାକୁ ତୁମେ ବାସୁମତି ଚାଉଳ ଭଳି ଲାଗୁଛ ବୋଲି ଅଶାଳୀନ ମନ୍ତବ୍ୟ ଦେଇ ଇଙ୍ଗିତ କରିବା ନେଇ ସେମାନେ ଖୋଲା ଖୋଲି ଭାବେ ଯୋଡା ଥାନାରେ ଅଭିଯୋଗ କରିଛନ୍ତି । ମିଶନ ଶକ୍ତି ମହାସଙ୍ଘ ପକ୍ଷରୁ ସମ୍ପାଦକ ପଙ୍କଜିନି ବାରିକ୍ ଏବଂ ଅନ୍ୟମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି । ମିଶନ ଶକ୍ତିର ମହିଳାମାନେ ବିଡିଓଙ୍କ କାର୍ଯ୍ୟାଳୟରେ ଯାଇ ତାଙ୍କୁ ଘେରିଥିବା ବେଳେ ବିଡିଓ ସେମାନଙ୍କୁ ସାମନା କରିନପାରି କାର୍ଯ୍ୟାଳୟ ଭିତରକୁ ପଶିଯାଇ ଭିତରୁ କବାଟ ବନ୍ଦ କରିଦେଇଥିଲେ । ତେବେ ଗଣମାଧ୍ୟମ ପ୍ରତିନିଧିମାନେ ବିଡିଓଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିବା ବେଳେ ଆମେ ସରକାରି କର୍ମଚାରୀ ମିଡିଆରେ କୌଣସି ପ୍ରତିକ୍ରିୟା ନଦେବା ପାଇଁ ଆମକୁ ନିର୍ଦ୍ଦେଶ ରହିଛି କହି ଏହାକୁ ଏଡାଇଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.