Home ଓଡ଼ିଶା ପୁଣି ଜଣଙ୍କ ଜୀବନ ନେଲା ଦନ୍ତା

ପୁଣି ଜଣଙ୍କ ଜୀବନ ନେଲା ଦନ୍ତା

491

 

ହାଟଡ଼ିହି- ୩୦/୫ ହଦଗଡ଼ ଅଭୟାରଣ୍ୟରୁ ଚାଲିଆସି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ, ବାଲିବରେଇ, ପଢ଼ିଆରିପଲ୍ଲୀ ପଂଚାୟତରେ ଆତଙ୍କ ସୃଷ୍ଟି କରିଥିବା ଦୁଇଟି ଦନ୍ତା ଆଜି ପୁଣି ଗୋଟେ ଜୀବନ ନେଇଛନ୍ତି। ତନ୍ମଧ୍ୟରୁ ଗୋଟିଏ ଦନ୍ତା ଆଜି ଭଦ୍ରକ ଜିଲ୍ଲା ମହାନ୍ତିପଡା ଗ୍ରାମର ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତିକୁ ଦଳି ମାରିଦେଇଥିବା ଜଣା ପଡିଛି। ମହାନ୍ତିପଡା ଗ୍ରାମର ପାଗଳ ବେହେରା ନାମକ ଏହି ବ୍ୟକ୍ତି ଜଣକ ଆମ୍ବ ତୋଳିବାକୁ ନିଜ ତୋଟାକୁ ଯାଇଥିବା ବେଳେ ଦନ୍ତାହାତୀଟି ତାଙ୍କୁ ଗୋଡ଼ରେ ଦଳି ମରିଦେଇଥିବା ପରିବାର ଲୋକେ କହିଛନ୍ତି। ଖବରପାଇ ଆଗରପଡା ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଏହି ଦନ୍ତା ଆକ୍ରମଣରେ ଗତବର୍ଷ ପଢ଼ିଆରିପଲ୍ଲୀ ଓ ସୋସୋ ପଂଚାୟତର ୩ଜଣଙ୍କ ଜୀବନ ଯାଇଥିବା ବେଳେ ଗତ କିଛିଦିନ ତଳେ ପଢ଼ିଆରିପଲ୍ଲୀ ପଂଚାୟତର ଅତୁରିକୋଣା ଗ୍ରାମର ଜଣକୁ ମାରିଦେଇଥିଲା। ବନ ବିଭାଗ ହାତୀଘଉଡାଇବା ପାଇଁ କୌଣସି ପଦକ୍ଷେପ ନେଉ ନଥିବା ବେଳେ କେବଳ କ୍ଷତିପୂରଣ ଦେଇ ଚୁପ ବସୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.