Home ଜିଲ୍ଲା ପରିକ୍ରମା ମିଥ୍ୟା ମାମଲା ଋଜୁ ଓ ଜୁଲମ ଉଦ୍ୟମ।ଏସପିଙ୍କୁ ଭେଟିଲେ ସାମାଜିକ କର୍ମୀ

ମିଥ୍ୟା ମାମଲା ଋଜୁ ଓ ଜୁଲମ ଉଦ୍ୟମ।ଏସପିଙ୍କୁ ଭେଟିଲେ ସାମାଜିକ କର୍ମୀ

97

କୋରେଇ ୯-୭ (ଓଡ଼ିଆ ପୁଅ/ଭାସ୍କର ସାହୁ) ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ଗ୍ରାମର ସେକ୍ ନିଜାମୁଦିନ ଅଭିଯୋଗ ମୁତାବକ ବିଶ୍ୱନାଥପୁର ଗ୍ରାମର ଅଜୟ ନାୟକ ତାଙ୍କ ଠାରୁ ୧୨ଶହ ଟଙ୍କା ଧାର ନେଇ ନ ଫେରେଇବାରୁ ନିଜାମୁଦିନ ଦେଇଥିବା ଟଙ୍କା ଆଣିବା ପାଇଁ ତାଙ୍କ ପୁଅ ସେକ ଆଜାଦକୁ ଟଙ୍କା ପାଇଁ ଅଜୟଙ୍କ ଘରକୁ ପଠାଇଥିଲେ। ସେ ଅଜୟଙ୍କ ସହିତ ଆଲୋଚନା କରୁଥିବା ସମୟରେ ଦୀପୁ ସେଠୀ ସେଠାରେ ପହଂଚି ବିନା କାରଣରେ ଜାତିଆଣା ନେଇ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିଥିଲେ। ତା ପରେ ଅଜୟ ନାୟକ, ସୁନିଲ ନାୟକ ଓ ଦୀପକ ସେଠୀ ୩ ଜଣ ମିଶି ଆଜାଦ ଙ୍କୁ ମମରଣାନ୍ତକ ଆକ୍ରମଣ କରିଥିଲେ। ସେଥିରେ ତାଙ୍କର ମନ ବୁଝିନଥିଲା ଏହି ସମୟରେ ସେଠାରେ ଉପସ୍ଥିତ ରମେଶ ନାୟକ, ରବି ନାୟକ, ବିଜୟ ନାୟକ, ସନ୍ତିଆ ନାୟକ ମିଶି ଆଜାଦକୁ ଟେକି ନେଇ ଏକ ଘରେ ପୁରାଇ ଅମାନୁଷିକ ଭାବେ ବିଦ୍ୟୁତ କରେଂଟ ଲଗାଇଥିଲେ। ଏ ବିଷୟରେ ଖବରପାଇ ନିଜାମଦ୍ଦୁନ ସେଠାରେ ପହଂଚି ପୁଅକୁ ଅଚେତ ଅବସ୍ଥାରେ ଉଦ୍ଦାରକରି ସୁକିନ୍ଦା ଡାକ୍ତରଖାନାରେ ଭର୍ତିକରିଥିଲେ। ଗତ ୩ ତାରିଖରେ ଏ ବିଷୟରେ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜାଦର ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଜଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତିକରିଥିଲେ। କିନ୍ତୁ ଅବସ୍ଥା ପୁଣି ବିଗିଡିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେବାକୁ ପଡିଥିଲା। ଏ ପଟେ ପୁଅ ଜୀବନ ବଂଚାଇବାକୁ ବାପାର ସଂଘର୍ସ ସେ ପଟେ ପୁଲିସ ଥାନାରେ ମାମଲା ରୁଜୁ ନ କରି ହାତ ବାନ୍ଧି ବସି ଜୁଲମ କରିବା ଓ ଅଭିଯୁକ୍ତ ମାନଙ୍କୁ ଘଂଟ ଘୋଡାଇବା ସହିତ ଯୋଜନାବଦ୍ଧ ଭାବେ ନିଜାମୁଦିନ ଓ ଆଜାଦ ନାମରେ ମିଥ୍ୟା ମାମଲା ରୁଜୁ କରି ସାମ୍ପ୍ରାଦାୟିକ ଦଙ୍ଗା ସୃଷ୍ଠି କରିବାକୁ ଉଦ୍ୟମ କରାଯିବା ପ୍ରତିବାଦରେ ନିଜାମୁଦିନଙ୍କ ସହ ସାମାଜିକ କର୍ମୀ ବିଶ୍ୱନାଥ ପାତ୍ର, ଅକ୍ଷୟ କୁମାର ଜେନା, ସିପିଆଇ ନେତା ଆଲୋକ ମହାନ୍ତି ପ୍ରମୁଖ ଆଜି ପାଣିକୋଇଲି ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପି ଚରଣ ସିଂ ମିନାଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.