Home ଓଡ଼ିଶା ମା’ ସମଲେଶ୍ୱରୀଙ୍କ ଶୁଭଲଗ୍ନ ଅନୁସାରେ ନୂଆଖାଇ ଭୋଗ ଅର୍ପଣ ପାଇଁ ଅନୁକୂଳ ସମୟ ନିର୍ଦ୍ଧାରିତ

ମା’ ସମଲେଶ୍ୱରୀଙ୍କ ଶୁଭଲଗ୍ନ ଅନୁସାରେ ନୂଆଖାଇ ଭୋଗ ଅର୍ପଣ ପାଇଁ ଅନୁକୂଳ ସମୟ ନିର୍ଦ୍ଧାରିତ

432

ସମ୍ବଲପୁର, ୨୫/୮ – (ଓଡ଼ିଆ ପୁଅ) ଆସନ୍ତା ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ସେପ୍ଟେମ୍ବର ୩ ତାରିଖ ମଙ୍ଗଳବାର ଦିନ ସମଗ୍ର ପଶ୍ଚିମ ଓଡ଼ିଶା ତଥା ପଡ଼ୋଶୀ ଛତିଶଗଡ଼ ଏବଂ ଝାରଖଣ୍ଡରେ ଥିବା ସମ୍ବଲପୁରୀ ଭାଷାଭାଷୀ ଲୋକେ ନୂଆଖାଇ ପର୍ବ ପାଳନ କରିବାକୁ ଯାଉଛନ୍ତି। ତେବେ ବିଭିନ୍ନ ସ୍ଥାନରେ ଈଷ୍ଟଦେବୀମାନଙ୍କ ଶୁଭଲଗ୍ନ ଅନୁସାରେ ନୂଆ ଚାଉଳର ନୂଆଖାଇ ଭୋଗ ଅର୍ପଣ କରାଯିବ। ଏହି କ୍ରମରେ ଆଜି ସ୍ଥାନୀୟ ବ୍ରହ୍ମପୁରା ମନ୍ଦିର ଠାରେ ମନ୍ଦିର ଟ୍ରଷ୍ଟ କମିଟୀ ଆନୁକୂଲ୍ୟରେ ବସିଥିବା ପଣ୍ଡିତ ମହାସଭା ଦିବା ୧୦ ଘଣ୍ଟା ୫ ମିନିଟରୁ ୧୦ ଘଣ୍ଟା ୨୦ ମିନିଟ ମଧ୍ୟେ ବିଶିଦ୍ଧ ତୁଳା ଲଗ୍ନେ ମୀନ ନବାଂଶେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନୂଆଖାଇ ଭୋଗ ଅର୍ପଣ ପାଇଁ ଶୁଭଲଗ୍ନ ନିର୍ଣ୍ଣୟ କରିଛନ୍ତି। ପରମ୍ପରା ଅନୁସାରେ ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବରେ ବ୍ରହ୍ମପୁରା ମନ୍ଦିରରେ ଶୁଭଲଗ୍ନ ନିର୍ଣ୍ଣୟ ପଣ୍ଡିତ ସଭା ଆୟୋଜିତ ହୋଇଥାଏ। ସମଲେଶ୍ୱରୀଙ୍କ ଶୁଭଲଗ୍ନ ଅନୁସାରେ କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏପରିକି ଛତିଶଗଡ଼ ଏବଂ ଝାରଖଣ୍ଡରେ ମଧ୍ୟ ନୂଆଖାଇ ପାଳନ କରାଯାଇଥାଏ। ବ୍ରହ୍ମପୁରା ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ସରୋଜ ଦଲପତଙ୍କ ନେତୃତ୍ୱରେ ତଥା ଅନ୍ୟ ସଦସ୍ୟମାନଙ୍କର ସହଯୋଗରେ ଆଜି ଆୟୋଜିତ ପଣ୍ଡିତ ମହାସଭାରେ ପଣ୍ଡିତ ଲକ୍ଷ୍ମଣ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ପଣ୍ଡିତ ମହେଶ୍ୱର ନାୟକ, ପଣ୍ଡିିତ ଅମରନାଥ ମିଶ୍ର, ଜିତେନ୍ଦ୍ର କୁମାର ନନ୍ଦ, ଅମରେନ୍ଦ୍ର ପୂଜାରୀ, ସୁରେଶ ଚନ୍ଦ୍ର ଦେବତା, ଶୈଳେନ୍ଦ୍ର ପୂଜାହାରୀ, ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ରଶର୍ମା, ମନବୋଧ ପାଢ଼ୀ, ବୁଲୁ ପଣ୍ଡିତ, ଗୋପୀନାଥ ପଣ୍ଡା, ଶଶାଙ୍କ ଶେଖର ମିଶ୍ର, ଭଗବାନ ବଡ଼ପଣ୍ଡା ଓ ଅନ୍ୟ ପଣ୍ଡିତମାନେ ଯୋଗ ଦେଇଥିଲେ। ମନ୍ଦିର ଟ୍ରଷ୍ଟବୋର୍ଡ଼ର ସଦସ୍ୟ ଅମରନାଥ ସୂପକାର, ପ୍ରାଣ ରଞ୍ଜନ ପଣ୍ଡା, ସୁଶାନ୍ତ ପୁରୋହିତ, ସଞ୍ଜୟ କୁମାର ମିଶ୍ର, ଶୁଭେନ୍ଦ୍ର ପଣ୍ଡା, ଶ୍ରୀମନ୍ତ ମିଶ୍ର, ସରୋଜ ସାହୁ, ଅଭିଷେକ ମିଶ୍ର, ଶୁଭେନ୍ଦୁ ମିଶ୍ର, ମିଲୁ ପାଣିଗ୍ରାହୀ ପ୍ରମୁଖ ପଣ୍ଡିତ ମହାସଭାର ନିର୍ଣ୍ଣୟକୁ ସମଲେଶ୍ୱରୀ ମନ୍ଦିରରେ ନେଇ ପହଞ୍ଚାଇ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.