Home ଓଡ଼ିଶା ମା’ ରାମଚଣ୍ଡୀ ପିଠ ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟକରଣ ପାଇଁ ଶିଳାନ୍ୟାସ କଲେ ପର୍ଯ୍ୟଟନ ମନ୍ତ୍ରୀ

ମା’ ରାମଚଣ୍ଡୀ ପିଠ ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟକରଣ ପାଇଁ ଶିଳାନ୍ୟାସ କଲେ ପର୍ଯ୍ୟଟନ ମନ୍ତ୍ରୀ

88

ପୁରୀ ୨୫-୧୨ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ପାରିପାର୍ଶ୍ୱିକ ବିକାଶ ଓ ସୌନ୍ଦର୍ଯ୍ୟ କରଣକୁ ନେଇ ଆଜି ରାମଚଣ୍ଡୀ ମନ୍ଦିର ସମ୍ମୁକ୍ଷରେ ଶିଳାନ୍ୟାସ କଲେ ପର୍ଯ୍ୟଟନ ମନ୍ତ୍ରୀ ଜୋତିପ୍ରକାଶ ପାଣିଗ୍ରାହୀ ଓ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା। ୧୬.୯୮ କୋଟିଟଙ୍କା ବ୍ୟୟରେ ରାମଚଣ୍ଡୀ ପାରିପାର୍ଶ୍ଵ ସୌନ୍ଦର୍ଯ୍ୟକରଣ କରାଯିବା ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ପ୍ରସ୍ତାବିତ ବିକାଶ କାର୍ଯ୍ୟ ରାମଚଣ୍ଡୀ ମନ୍ଦିର ଠାରୁ ଆରମ୍ଭ କରି ଲୋଟସ ରିସୋର୍ଟ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ କରିବା ସହିତ ଯାନବାହନ ରହଣି ସ୍ଥଳୀ, ଭେଣ୍ଡିଂ ଜୋନ, ପିଲାମାନଙ୍କ ଖେଳ ସ୍ଥାନ, ଆଶ୍ରୟ ସ୍ଥଳୀ, ବସିବା ବ୍ୟବସ୍ଥା, ରାସ୍ତା ପାର୍ଶ୍ଵରେ ଆଲୋକୀକରଣ ଏବଂ ପର୍ଯ୍ୟଟକଙ୍କ ପାଇଁ ସାଇନେଜର ବ୍ୟବସ୍ଥା କରିଯିବ। କିଭଳି ଅଧିକ ମାତ୍ରାରେ ପର୍ଯ୍ୟଟକମାନେ ଆକୃଷ୍ଟ ହେବେ ସେଥିପାଇଁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି।

ଏପଟେ ରାମଚଣ୍ଡୀର ବିକାଶ ହେଲେ କୋଣାର୍କ ରାମଚଣ୍ଡୀ ଅଞ୍ଚଳର ବିକାଶ ହେବା ସହିତ ଦୋକାନୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ଅର୍ଥନୀତି ଦ୍ରୁଷ୍ଟିରୁ ଫାଇଦା ପାଇବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ବିକାଶ କାର୍ଯ୍ୟ ନେଇ ୧୬.୯୮ କୋଟି ଟଙ୍କା ବ୍ୟୟ ବରାଦ ହୋଇ ଥିବା ବେଳେ ୬ ମାସ ଭିତରେ ସବୁ କାର୍ଯ୍ୟ ସାରିବାକୁ ଲକ୍ଷ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.