Home କେନ୍ଦୁଝର ମା ମଙ୍ଗଳା ମହିଳା ଭାଗବତ ଟୁଙ୍ଗିର ବୈଠକ

ମା ମଙ୍ଗଳା ମହିଳା ଭାଗବତ ଟୁଙ୍ଗିର ବୈଠକ

136

ହାଟଡିହି- ୪/୧୨/: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ କାଠିଆସରା ଗ୍ରାମରେ ଥିବା ମା ମଙ୍ଗଳା ଭାଗବତ ଟୁଙ୍ଗିର ଏକ ଜରୁରୀ ବେଠକ ଅନୁଷ୍ଠିତ ହୋଇଯାଇଛି । ଭାଗବତ ଟୁଙ୍ଗିକୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗାଇ ଦିଆଯାଇଥିବାରୁ ଭାଗବତ ଟୁଙ୍ଗିର କର୍ମକର୍ତ୍ତମାନେ ସଂସ୍କୃତି ବିଭାଗର ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ପରିପ୍ରେକ୍ଷିରେ ଗତ ରାହାସ ପୁର୍ଣ୍ଣମା ଦିନ ଭାଗବତ ଟୁଙ୍ଗିର ସଭାନେତ୍ରୀ ବିଦ୍ୟୁତପ୍ରଭା ଦେଓ, ସମ୍ପାଦିକା ସୁବାସିନୀ ସାମଲ ପ୍ରମୁଖ ଏହାର ଶୁଭାରମ୍ଭ କରି ଡାକବାଜି ଯନ୍ତ୍ର ଯୋଗେ ଭାଗବତ ପାଠ କରିଥିଲେ । ଏହାଦ୍ୱାରା ଗ୍ରାମବାସୀମାନେ ନିୟମିତ ଭାଗବତ ପଠନ ଶୁଣିପାରିବେ ବୋଲି ଶ୍ରୀମତୀ ଦେଓ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଙ୍କିର୍ତ୍ତନ ମଣ୍ଡଳୀର ସଦସ୍ୟ ରତ୍ନାକର, ଲକ୍ଷ୍ମୀଧର, ମାର୍କଣ୍ଡ, ବୀଦ୍ୟାଧର, ଦୟାନିଧି, ଅକ୍ଷୟ, ନାରାୟଣ, ଅଜୟ, ଜୀବନାନନ୍ଦ, ନିତ୍ୟାନନ୍ଦ, ସନ୍ୟାସୀ, ମହେନ୍ଦ୍ର, ବିନୋଦ, ପାଣ୍ଡବ, ବାଇଧର, ନିରାକର, ଆନନ୍ଦ, ନରହରି, ପୁର୍ଣ୍ଣଚନ୍ଦ୍ରଙ୍କ ଦ୍ୱାରା ଭଜନ କିର୍ତ୍ତନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.