Home କେନ୍ଦୁଝର ଦିପ୍ତୀ ରଞ୍ଜନ ଦାସ ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଭାବେ ମନୋନୀତ

ଦିପ୍ତୀ ରଞ୍ଜନ ଦାସ ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଭାବେ ମନୋନୀତ

87

ହାଟଡ଼ିହି, ୪ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଚୋରଗଡିଆ ଗ୍ରାମର ଦିପ୍ତୀ ରଞ୍ଜନ ଦାସଙ୍କୁ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତିି । ବିଜୁ ଯୁବ ଜନତାଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ କେନ୍ଦୁଝର ଜିଲ୍ଲାର ଜିଲ୍ଲା ବିଜେଡି ସମ୍ପାଦକ ଭାବେ ୨୦ଜଣଙ୍କୁ ମନୋନୀତ କରିଥିବାବେଳେ ତନ୍ମଧ୍ୟରୁ ହାଟଡିହି ବ୍ଲକର ଦିପ୍ତୀ ରଞ୍ଜନ ଦାସଙ୍କୁ ମନୋନୀତ କରାଯାଇଛି । ଏହି ପଦବୀ ମିଳିବାପରେ ଦିପ୍ତୀ ରଞ୍ଜନ ବିଗେଡି ସଭାପତି ନବୀନ ପଟ୍ଟନାୟକ, ବିଜୁ ଯୁବଜନତା ଦଳ ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ପ୍ରମୁକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦିପ୍ତରଞ୍ଜନ ବିଜେଡିର ଜଣେ ଯୁବ ସଂଗଠକ ଭାବେ ଜଣାଶୁଣା ଥିବାବେଳେ ତାଙ୍କୁ ଏହି ପଦବୀ ମିଳିବାପରେ ସେ ହାଟଡିହି ଅଞ୍ଚଳରେ ଯୁବ ସଂଗଠନକୁ ମଜବୁତ କରିବାପାଇଁ ସଙ୍କଳ୍ପବଦ୍ଧ ବୋଲି କହିଛନ୍ତି । ତାଙ୍କୁ ଏହି ଦାୟିତ୍ୱ ମିଳିବାପରେ ଶାସଙ୍ଗ ପଞ୍ଚାୟତବାସୀଙ୍କ ସମେତ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଯୁବ ଛାତ୍ର ସଂଗଠନ ପକ୍ଷରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.