Home ଜିଲ୍ଲା ପରିକ୍ରମା ମା’ ଭଦ୍ରକାଳୀଙ୍କ ସପ୍ତାମାତୃକା ପୂଜାରମ୍ଭ, ୨ୟ ଦିନରେ ମହାକାଳୀ ବେଶ

ମା’ ଭଦ୍ରକାଳୀଙ୍କ ସପ୍ତାମାତୃକା ପୂଜାରମ୍ଭ, ୨ୟ ଦିନରେ ମହାକାଳୀ ବେଶ

222

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କର ସପ୍ତମାତୃକା ପୂଜା ଆରମ୍ଭ ହୋଇଛି । ମା’ ସପ୍ତମାତୃକା ବେଶର ସାତ ଦିନରେ ସାତୋଟି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ଆଜି ଦ୍ୱିତୀୟ ଦିନରେ ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମା’ ଭଦ୍ରକାଳୀ ସବୁଦିନ ଶାନ୍ତ ରୂପେ ଦର୍ଶନ ଦେଉଥିବାବେଳେ ଆଜି ଉଗ୍ରରୂପା ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ସେ ଶତୃଙ୍କୁ ସଂହାର କରିବା ପାଇଁ ଏହି ବେଶ ଧାରଣ କରିଥାନ୍ତି । ପହଡ ଖୋଲିବା ପରେ ମା’ଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ପ୍ରତ୍ୟେକଦିନ ମା’ ଶାନ୍ତକାଳୀ ରୂପେ ଦର୍ଶନ ଦେଉଥିବାବେଳେ ଆଜିର ବେଶରେ ମା’ ଉଗ୍ରା ରୂପା ହୋଇ ମହାକାଳୀ ବେଶ ଧାରଣ କରନ୍ତି । ଆସନ୍ତାକାଲି ମା’ ରାଜ ରାଜେଶ୍ୱର ବେଶ ଧାରଣ କରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.