Home ଜିଲ୍ଲା ପରିକ୍ରମା ତହସିଲ କାର୍ଯ୍ୟାଳୟ ଆଗରେ ଅସୁରକ୍ଷିତ ବିଦ୍ୟୁତ ଟ୍ରାନସଫରମର

ତହସିଲ କାର୍ଯ୍ୟାଳୟ ଆଗରେ ଅସୁରକ୍ଷିତ ବିଦ୍ୟୁତ ଟ୍ରାନସଫରମର

30

ବାହାନଗା,୧୫ା୧୧(ଭାରତୀ ଦ।।ସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ତହସିଲ ସାମ୍ନାରେ ପ୍ରତିଦିନ ଶହ ଶହ ଲୋକ ବିଭିନ୍ନ କାର୍ଯ୍ୟରେ ଆସୁଛନ୍ତି । ପରିସରରେ ୧୦୮ ଅରମ୍ବୁଲାନ୍ସ ରହୁଛି । ପୋଷ୍ଟ ଅଫିସ, ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରତ୍ୟେକ ଦିନ ଶହ ଲୋକେ ଆସିବା ଶହ ଗାଡ଼ି ମଧ୍ୟ ପାଶ କରୁଛି । ତା ଛଡ଼ା ରାସ୍ତାଟି ଭାୟା ତାଳପଦା ହୋଇ ବରଜଦେଉଳି ପଞ୍ଚୁବିଶା ଜେଟିକୁ ସଂଯୋଗ କରିଛି । କିନ୍ତୁ ତହସିଲ କାର୍ଯ୍ୟାଳୟର ଅପର ପାଶ୍ୱର୍ରେ ଏକ ବିପଦ ପୂର୍ଣ୍ଣ ବିଦ୍ୟୁତ ଟ୍ରାନସଫରମର ବସିଛି ଯାହାକି ମୁକୁଳା ଭାବରେ । ଏବଂ ତା ମଧ୍ୟ ରାସ୍ତା ସହ ସମାନ ହୋଇ ଯାଇଛି । ତା ଚାରି ପାଖରେ ନା ଅଛି ବେରିକେଟ ନା କୌଣସି ସୁକ୍ଷା ବଳୟ । ଫଳରେ ସେହି ସ୍ଥାନରେ ସବୁ ସମୟରେ ବିପଦ ପୂର୍ଣ୍ଣ ଅବସ୍ଥା ସୃଷ୍ଟି ହୋଇ ଥିବାର ଦେଖା ଯାଉଛି । ସମସ୍ତେ ତାକୁ ଦେଖି ଆହା କି ବପଦ ପୂର୍ଣ୍ଣ କହୁଛନ୍ତି । କିନ୍ତୁ ସମସ୍ତେ ଚୁପ ହୋଇ ରହୁଛନ୍ତି । ଫଳରେ କେତେବେଳେ କଣ ଘଟଣା ଘଟିବ ତାହା କହି ହେବନି । ଗୋପାଳପୁର ସେକସନ ଯନ୍ତ୍ରୀଙ୍କୁ ପଚାରିବାରୁ ଆଗରୁ ଆଗରୁ ଏକ ଷ୍ଟ୍ରକଚର ରେ ବସିଥିଲା ଏବେ ପାଖ ପୋତି ଯିବା ପରେ ତାହା ସଡ଼କ ଲେବଲ ହୋଇଛି । ତେଣୁ ଏବାବଦରେ ଉପରିସ୍ଥ ଅଫିସରକୁ ଜଣାଇ ପ୍ରତିକାର କରିବାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.