Home ବାଲେଶ୍ବର ମା ବାସୁଳୀ ମଣ୍ଡଳର ପ୍ରଥମ କାର୍ଯ୍ୟକାରୀଣୀ ବୈଠକ

ମା ବାସୁଳୀ ମଣ୍ଡଳର ପ୍ରଥମ କାର୍ଯ୍ୟକାରୀଣୀ ବୈଠକ

17

ବାହାନଗା,୨୩ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ରେ ବିଜେପି ତରଫରୁ ମା ବାସୁଳୀ ମଣ୍ଡଳ ତରଫରୁ ଜୋନ ସ୍ତରୀୟ ପ୍ରଥମ ବୈଠକ ଏହି ମଣ୍ଡଳର ସଭାପତି ଶ୍ରୀଧର ପରିଡ଼ାଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି । । ଏହି ବୈଠକରେ ଭଦ୍ରକ ଲୋକସଭା ଯେତ୍ରର ଦଳୀୟ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ସୋର ବିଧାୟକ ପ୍ରାର୍ଥୀ ରାକେଶ କୁମାର ମଲ୍ଲିକ, ଜିଲ୍ଲା ପୂର୍ବତନ ଉପସଭାପତି ଇଶ୍ୱର ଚନ୍ଦ୍ର ବେହେରା, ହରିଜନ ମୋର୍ଚ୍ଚା ଜିଲ୍ଲା ପୂର୍ବତନ ସଭାପତି ରବିନ୍ଦ୍ର ନାଥ ମହାଳିକ, ମଣ୍ଡଳର ସାଧାରଣ ସମ୍ପାଦକ ଶଶିକାନ୍ତ ରାଉତ ଓ ସୁବ୍ରତ କୁମାର ସାହୁ, ମଣ୍ଡଳର ପୂର୍ବତନ ସଭାପତି ଓ ନିର୍ବାଚନ ମଣ୍ଡଳୀ ସଂଯୋଜକ ରାଜାରାମ ମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କର ହନହିତକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବା ଓ ସଂଗଠନକୁ ସୁଦୃଢ କରିବାକୁ ଉକ୍ତ ବୈଠକରେ ବକ୍ତବ୍ୟ ରଖିଥିଲେ । ଏହି ବୈଠକରେ ନବ ନିଯୁକ୍ତି ସଭାପତି , ସାଧାରଣ ସମ୍ପାଦକ ଏବଂ ଅନ୍ୟ ମଣ୍ଡଳ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମରେ ମଣ୍ଡଳରୁ କିଶୋର ଚନ୍ଦ୍ର ବେହେରା, ରଜତ ସାମଲ, ଶରତ ନାୟକ, ବିଶ୍ୱନାଥ ମହାପାତ୍ର, ସତ୍ୟାନନ୍ଦ ବାରିକ, ଅନନ୍ତ ପାତ୍ର, ଅଣାକର ବାରିକ, ମୁକ୍ତିକାନ୍ତ ନାଥ, ଶକୁନ୍ତଳା ଦାସ, ସୁଜାତା ନାୟକ, ପର୍ଶୁରାମ ନାୟକ, ଭାଗିରଥି ଜେନା, ଅନନ୍ତ ବେହେରାଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ କିଶୋର ବେହେରା ଧନ୍ୟବାନ ଦେଇ ସଭା ସାଙ୍ଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.