Home କେନ୍ଦୁଝର ମା’ ବାପାଙ୍କ ମୃତ୍ୟୁ ପରେ ତିନି ଛେଉଣ୍ଡ ଅସହାୟ ଛୁଆଙ୍କୁ ସହାୟତା ପ୍ରଦାନ

ମା’ ବାପାଙ୍କ ମୃତ୍ୟୁ ପରେ ତିନି ଛେଉଣ୍ଡ ଅସହାୟ ଛୁଆଙ୍କୁ ସହାୟତା ପ୍ରଦାନ

399

ହାଟଡ଼ିହି- ୧୦/୮ (ଓଡ଼ିଆପୁଅ) ପିଲାମାନେ ଛୋଟ ହେଇଥିବା ବେଳେ ଅଜଣା ରୋଗରେ ଚାଲିଗଲେ ମା । ବାପା ସେମାନଙ୍କ କଥା ବୁଝୁଥିଲେ । କିଡ଼ିନି ରୋଗରେ ଆକ୍ରାନ୍ତ ହୋଇ ୯ଦିନ ତଳେ ବାପା ଆରପାରିକୁ ଚାଲିଗଲେ । ଏହିପରି ପରିସ୍ଥିତିରେ ୩ ଛୁଆ ସମ୍ପୂର୍ଣ୍ଣ ବେସାହାରା ହେଇପଡ଼ିଛନ୍ତି । ପଡିଶା ଘରେ ମୁଣ୍ଡ ଗୁଞ୍ଜି ଥିବାବେଳେ ଗ୍ରାମବାସୀ ସହାୟତାରେ ବାପାଙ୍କ ଶବ ସତ୍କାର କରିଥିଲେ । ଏହି ଭଳି ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ବ୍ଲକ ବାଉଁଶ ଗଡ଼ ପଞ୍ଚାୟତର ଆଦିବାସୀ ବହୁଳ ସୁନ୍ଦରିଆ ଗ୍ରାମରେ ।

ସୂଚନା ଅନୁସାରେ କାହ୍ନୁ ପୀଙ୍ଗୁଆ (୩୮)ଙ୍କ ପରିବାର ଜନବସତି ଠାରୁ ୫୦୦ ମିଟର ପାହାଡ଼ ତଳେ ରହିଛନ୍ତି । ତାଙ୍କର ପତ୍ନୀ ୫ ବର୍ଷ ତଳେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ତିନି ପିଲାଙ୍କ ଦାୟିତ୍ୱ କାହ୍ନୁ ବୁଝୁଥିଲେ । କିଛି ଦିନ ତଳେ କାହୁଁ କିଡିନୀ ରୋଗରେ ଆକ୍ରାନ୍ତ ଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଗ୍ରାମ ବାସୀଙ୍କ ସହାୟତାରେ କାହ୍ନୁଙ୍କ ଶବ ସତ୍କାର କରାଗଲା । କାହୁଁ ଙ୍କ ପୁଅ ମାଟ ପୀଙ୍ଗୁଆ(୧୩) ଝିଅ ସୋମବାରି ପିଙ୍ଗୁଆ(୧୦) ସାନ ପୁଅ ମାନସିଂହ ପୀଙ୍ଗୁଆ(୮) ଆଉ ଏବେ ସଂପୂର୍ଣ୍ଣ ତିନି ପିଲା ବେସାହାରା ହୋଇପଡିଲେ । ଏହି ଖବର ଗଣମାଧ୍ୟମରେ ପ୍ରସାର ହେବାପରେ ଭାରତୀୟ ଜୀବନ ବୀମାର ଅଭିକ୍ରତା ସଂଘ କେନ୍ଦୁଝର ଶାଖାର କର୍ମକତା ମାନେ କିଛି ଶୁଖିଲା ଖାଦ୍ୟ , ପାଠ ପଢ଼ିବାପାଇଁ ଖାତା ପତ୍ର ଏବଂ କିଛି ଅର୍ଥ ସାହାଯ୍ୟ ଦେବା ପାଇଁ ପହଞ୍ଚିଥିଲେ ସୁନ୍ଦରିଆ ଗ୍ରାମର ସେହି ତିନି ଜଣ ବାପା ମା ଛେଉଣ୍ଡ ଅସହାୟ ପିଲାମାନଙ୍କ ପାଖରେ । କଟକ ମଣ୍ଡଳ ପରିଷଦର ସମ୍ପାଦକ ଗୋବର୍ଦ୍ଧନ ପଣ୍ଡା, ସହ ସମ୍ପାଦକ ଅନୀଲ ନାୟକ, କେନ୍ଦୁଝର ଶାଖାର ସଭାପତି  ସନ୍ତୋଷ କୁମାର ମଲିକ, ଉଗ୍ରସେନ ସାହୁ , ରମେଶ ଚନ୍ଦ୍ର ଦାସ , ସଂଗ୍ରାମ ପରିଡ଼ା , ଗୌତମ ବେହେରା , ରମେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.