Home ଅନୁଗୁଳ ଓଡ଼ିଶା ପ୍ରଗତି ଦଳ ଅନୁଗୋଳ ଜିଲ୍ଲା ପକ୍ଷରୁ ମେଟ୍ରିକ୍ ଟପ୍ପର ସୌମ୍ୟ ରଞ୍ଜନଙ୍କୁ ସ୍ମାର୍ଟ ଫୋନ୍...

ଓଡ଼ିଶା ପ୍ରଗତି ଦଳ ଅନୁଗୋଳ ଜିଲ୍ଲା ପକ୍ଷରୁ ମେଟ୍ରିକ୍ ଟପ୍ପର ସୌମ୍ୟ ରଞ୍ଜନଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ

141

ଅନୁଗୋଳ,୧୦/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ସୌମ୍ୟରଂଜନ ସାମନ୍ତ ଚଳିତ ବର୍ଷ ଜିଲ୍ଲାରେ ୫୭୫ (୯୫.୮୩%) ନମ୍ବର ରଖି ମେଟ୍ରିକ୍ ଟପ୍ପର ହୋଇଛନ୍ତି । ଭବିଷ୍ୟତରେ ସେ ଆଇ.ଏ.ଏସ୍‌. ହେବାର ଆଶା ରଖିଛନ୍ତି । ରାଜ୍ୟ ସରକାରଙ୍କର ଅନ୍ ଲାଇନ୍ ଶିକ୍ଷା ପ୍ରକ୍ରିୟା ପାଇଁ ଆବଶ୍ୟକୀୟ ସାମଗ୍ରୀ ଗରିବ ଓ ମଧ୍ୟବିତ ପରିବାର ପକ୍ଷରେ ସମ୍ଭବପର ନୁହେଁ । ତେବେ ଏଥିପାଇଁ ସରକାରଙ୍କୁ ଅନୁଗୋଳ ଜିଲ୍ଲା ସଭାପତି ବିଘ୍ନେଶ୍ୱର ସାହୁ ସମାଲୋଚନା କରିବା ସହ ଅନ୍ ଲାଇନ୍ ଶିକ୍ଷା ପ୍ରକ୍ରିୟା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ତତ୍ ସମ୍ବନ୍ଧୀୟ ସାମଗ୍ରୀ ଯୋଗାଇ ଦେବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । ତେବେ ଅନୁଗୋଳ ଜିଲ୍ଲା ଟପ୍ପର ସୌମ୍ୟ ରଞ୍ଜନ ଏଭଳି ଏକ ସ୍ମାଟ୍ ଫୋନ୍ ର ନିହାତି ଆବଶ୍ୟକ କରୁଥିବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସହକାରୀ ଜିଲ୍ଲାପାଳ ସଞ୍ଜୟ ବେହେରାଙ୍କ ଉପସ୍ଥିତିରେ ଓଡ଼ିଶା ପ୍ରଗତି ଦଳର ଅନୁଗୋଳ ଜିଲ୍ଲା ସଭାପତି ବିଘ୍ନେଶ୍ୱର ସାହୁ ଏକ ସ୍ମାର୍ଟ ଫୋନ ସୌମ୍ୟ ରଞ୍ଜନଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତିର ସଭାପତି ଯୋଗେନ୍ଦ୍ର ନାଏକ ଓ ସୌମ୍ୟ ରଞ୍ଜନଙ୍କ ବାପା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.