Home କନ୍ଧମାଳ ମା ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନ ତରଫରୁ ମାକ୍ସ ଆଉ ଖାଦ୍ୟ ସାମଗ୍ରୀ ବଣ୍ଟନ

ମା ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନ ତରଫରୁ ମାକ୍ସ ଆଉ ଖାଦ୍ୟ ସାମଗ୍ରୀ ବଣ୍ଟନ

118

ବାଲିଗୁଡା, ୩୦/୪ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ମା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ତରଫରୁ ବାଲିଗୁଡା ନାକା କେନ୍ଦ୍ର ନିକଟରେ ଉପସ୍ଥିତ ଥିବା ପୋଲିସ ବାହୀନିଙ୍କୁ ମାକ୍ସ, ସାବୁନ ଓ ଖାଦ୍ୟ ବଣ୍ଟନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମ, ପ୍ରଜାପିତା ବ୍ରହ୍ମ।।କୁମାରୀ ଅନୁଷ୍ଠାର ମୁଖ୍ୟ ବିକେ ବାସନ୍ତି ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଂଜନ ବାରିକ ଓ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କୁ ଶତାଧିକ ମାକ୍ସ ଓ ସାବୁନ ଦେଇଥିଲେ। ପୋଲିସ ବାହିନୀକୁ ଭଗବାନ ଆରୋଗ୍ୟ ରଖିବା ସହ ସେମାନଙ୍କୁ ଖୁସୀରେ ରଖନ୍ତୁ ବଲି କହି ଏହି ମାକ୍ସ ଓ ସାବୁନ ଦେଇଥିଲେ ଓ ଜଳଖିଆର ବନ୍ଦୋବସ୍ତ ବି କରାଯାଇଥିଲା। ଏହି ମାକ୍ସ ସବୁ ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମ ତରଫରୁ ତିଆରି କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏହି ଅନୁଷ୍ଠାନର ବିକେ ତାରା, ଅନିଲ ଦାସ, କୃର୍ଷ୍ଣ ନାଥ ଓ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.