Home ଓଡ଼ିଶା ବାଲିଗୋଠରେ ଗ୍ୟାସ ଟାଙ୍କି ଫାଠି ଘର ପୋଡିଗଲା

ବାଲିଗୋଠରେ ଗ୍ୟାସ ଟାଙ୍କି ଫାଠି ଘର ପୋଡିଗଲା

153

କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ବାଲିଗୋଠ ଗ୍ରାମର ବଟକୃଷ୍ଣ ଦାସଙ୍କ ଆଜବେଷ୍ଟସ ଘରଟି ଆଜି ସକାଳେ ଗ୍ୟାସ ଟାଙ୍କି ଫାଟିଯିବାରୁ ପୋଡି ପାଉଁଶ ହୋଇଯାଇଛି। ଘର ଭିତରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ସଂପୂର୍ଣ୍ଣ ପୋଡିଯାଇଥିବା ଜଣାପଡିଛି। ଖବର ପାଇ କେନ୍ଦ୍ରାପଡାରୁ ଅଗ୍ନିଶମ ବାହିନୀ ଗାଡି ପହଁଚି ନିଆଁକୁ ଆୟତ କରିଥିଲେ। ସେହି ଘରର ଝରକା ଲାଗିନଥିବାରୁ ବଟକୃଷ୍ଣ ସେହି ବାଟେ ବାହାରକୁ ଡେଇଁପଡି ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ତେବେ ଡାକ୍ତରଖାନାରୁ ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି। ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଖବରପାଇ ଘଟଣାସ୍ଥଳ ପରିଦର୍ଶନ କରି ତହସିଲଦାର ଓ ଜିଲ୍ଲାପାଳଙ୍କୁ ଜଣାଇବାରୁ ବଟକୃଷ୍ଣଙ୍କୁ ତହସିଲ ପକ୍ଷରୁ ଜରିପାଲ ଓ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.