Home କେନ୍ଦୁଝର ମା ତାରିଣୀ ସେବାସଂସ୍ଥା ପକ୍ଷରୁ ରକ୍ତଦାନ ଶିବିର

ମା ତାରିଣୀ ସେବାସଂସ୍ଥା ପକ୍ଷରୁ ରକ୍ତଦାନ ଶିବିର

38

ହାଟଡିହି, ୧୫ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)ମା ତାରିଣୀ ସେବାସଂସ୍ଥା ପକ୍ଷରୁ ଛେନାପଦି ଛକ ମା ବିଶ୍ୱତାରିଣୀ ମନ୍ଦିରର କଲ୍ୟାଣମଣ୍ଡପ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମା ତାରିଣୀ ସେବାସଂସ୍ଥା ଗରିବ, ଅସହାୟ ମାନଙ୍କୁ ସହଯୋଗର ହାତ ବଢ଼ାଉଥିବାବେଳେ ଆଜି ରକ୍ତଦାନ ଭଳି ଏକ ମହତ କାର୍ଯ୍ୟରେ ନିଜକୁ ସାମିଲ କରି ସଂଗଠନର ମହନୀୟତାକୁ ପ୍ରକାଶ କରିଛି । ଏହି ଶିବିରରେ ଆନନ୍ଦପୁର ଡାକ୍ତରଖାନା ରକ୍ତଭଣ୍ଡାରର ଡାକ୍ତର ଉଦୟ ଭାଷ୍କର ପଣ୍ଡା, ଏଲ.ଟି ବସନ୍ତ କୁମାର ନାୟକ, ଷ୍ଟାଫନର୍ସ ସ୍ୱାଗତିକା ମହାନ୍ତ, ନୀଳମାଧବ ମୁଖୀ, ରଶ୍ମିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରୁ ମୋଟ ୬୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ମା ତାରିଣୀ ସେବାସଂସ୍ଥାର ସଭାପତି ନନ୍ଦୁ ଚରଣ ଜେନା, ଉପସଭାପତି ମନୋରଞ୍ଜନ ସାମଲ, ସମ୍ପାଦକ ଅମିତ ସାମଲ, କୋଷାଧ୍ୟକ୍ଷ ବାବୁଲି ପରିଡା, ମୁଖ୍ୟ ଉପଦ୍ଦେଷ୍ଟା ମଧୁସୁଦନ ସାହୁ, ବିଶ୍ୱଜିତ ରାଉତ, ଅଧ୍ୟକ୍ଷ ଲକ୍ଷ୍ମଣ ବେହେରା, ମହେଶ୍ୱର ମଲ୍ଲିକ, ନାରାୟଣ ନାୟକ, ପ୍ରକାଶ କୁମାର ଜେନା, ଯୁବରାଜ ସାମଲ, ମାନସ ମହାନ୍ତି, ତପନ ପାତ୍ର, ଅଜୟ ଜେନା, ତାପସ ନାୟକ, ଦେବାଶିଷ ନାୟକ, ପ୍ରଜ୍ଞା ପ୍ରୀୟଦର୍ଶନୀ ରଥ, ସୌଦାମିନୀ ପଣ୍ଡା, କାବେରୀ ଘଡେଇ, ପ୍ରମିଳା ଓଝା, ନିରୁପମା ଜେନା, ରଘୁନାଥ ବରାଳ, ଶତୃଘ୍ନ ସାହୁ, ସତ୍ୟବ୍ରତ ଜେନା, ପ୍ରଶାନ୍ତ ଦାସ, ବଳରାମ ମଲ୍ଲିକଙ୍କ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.