Home ଜିଲ୍ଲା ପରିକ୍ରମା ମା’ ତାରିଣୀ ଏଣ୍ଟରପ୍ରାଇଜର୍ସ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ମା’ ତାରିଣୀ ଏଣ୍ଟରପ୍ରାଇଜର୍ସ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

29

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମା’ ତାରିଣୀ ଏଣ୍ଟରପ୍ରାଇଜର୍ସ ଓ ଜେନେକ୍ସ ଭିଜନ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଭଦ୍ରକ ସହର ସ୍ଥିତ ସୂର୍ଯ୍ୟଶିଖା କ୍ଲବ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଚକ୍ଷୁ ଚିକିତ୍ସା ଶିବିରକୁ ଭଦ୍ରକର ମାନ୍ୟବର ବିଧାୟକ ସଂଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମା’ ତାରିଣୀ ଏଣ୍ଟରପ୍ରାଇଜର୍ସର ମ୍ୟାନେଜିଂ ପାର୍ଟନର ଶାନ୍ତନୁ ଜେନା, ଅତୁଲ୍ୟ ନାୟକ ଏବଂ ପ୍ରଦିପ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାରେ ବିଭିନ୍ନ ପ୍ରାନ୍ତରରୁ ୧୫୦ରୁ ଉର୍ଦ୍ଧ୍ୱ ରୋଗୀ ଉପସ୍ଥିତ ହୋଇ ଚିକିତ୍ସିତ ହୋଇଛନ୍ତି । ଚକ୍ଷୁରୋଗ ବିଶେଷଜ୍ଞ ପିନାକ୍ଷୀ ପ୍ରହରାଜଙ୍କ ଦ୍ୱାରା ଉନ୍ନତମାନର ଯନ୍ତ୍ରାଂଶ ଦ୍ୱାରା ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା ନୀରିକ୍ଷା କରାଯିବା ସହ ସଂଗଠନ ପକ୍ଷରୁ ମାଗଣା ଔଷଧ ଓ କେତେକ ରୋଗୀଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ପଟ୍ଟାମୁଣ୍ଡାଇ ସ୍ଥିତ ‘ପ୍ରତିକାର’ ଟ୍ରଷ୍ଟର ଚେୟାରମ୍ୟାନ ପ୍ରଦିପ କୁମାର ମହାନ୍ତି, ଜିଲ୍ଲା ବିଜେଡିର ସମ୍ପାଦକ ପ୍ରଦିପ ମଲ୍ଲିକ, ସାଧାରଣ ସମ୍ପାଦକ ପ୍ରଣୟ ଦାସ, ଶୁଭ୍ରାଂଶୁ ଶେଖର ଦାସ, ମହେନ୍ଦ୍ର ନାୟକ, ମନୋଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସଂଘର ସଦସ୍ୟ ରାଜୀବ ଲୋଚନ ନାୟକ, ସତ୍ୟ ପୁହାଣ, ସମରେନ୍ଦ୍ର ଘୋଷ, ବିବି ଇସ୍‌ଲାମ୍‌, ଜୟଚନ୍ଦ୍ର ବିଶ୍ୱାଳ, ଦେବଜା ନାରାୟଣ ପ୍ରମୁଖ ସହଯୋଗ କରିଥିଲେ । ଜିଲ୍ଲା ଦଳିତ ନେତା ତଥା ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ଯେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.