Home ଓଡ଼ିଶା ମାହାଙ୍ଗା ଡବଲ ମର୍ଡର ଘଟଣା – ବିଜେପିର ଏସପି ଅଫିସ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

ମାହାଙ୍ଗା ଡବଲ ମର୍ଡର ଘଟଣା – ବିଜେପିର ଏସପି ଅଫିସ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

105

କୋରାପୁଟ ୦୭-୦୧ (ଓଡିଆ ପୁଅ /ରଂଜନ ଦାସ) ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋରାପୁଟ ଜିଲ୍ଲା ବିଜେପିର ଏସପିଙ୍କ ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ରାଜ୍ୟ ବିଜେପି ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ବଳଭଦ୍ର ମାଝିଙ୍କ ନେତୃତ୍ୟରେ ଶତାଧିକ ବିଜେପି ନେତା ଓ କର୍ମି ହାଇସ୍କୁଲଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି କୋରାପୁଟ ଏସପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରିବା ସହ ପ୍ରତିବାଦ ସଭା କରିଥିଲେ।ଜାତୀୟ ରାଜପଥରେ କର୍ମିମାନେ ବାସିପଡିବାରୁ ଟ୍ରାଫିକ ଜାମ ହୋଇଯାଇଥିବା ଦେଖିବାକୁ ମିଳିଥିଲା।ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ଜୟପୁର ବିଧାୟକ ପ୍ରାର୍ଥି ଗୈାତମ ସାମନ୍ତରାୟ, କୋରାପୁଟ ବିଧାୟକ ପ୍ରାର୍ଥି ତ୍ରୀପୁରାରୀ ଗରଡା, କୋଟପାଡ ବିଧାୟକ ପ୍ରାର୍ଥି ଖଗେଶ୍ୱରୀ ପୂଜାରୀ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଜିଲ୍ଲାର ପୂର୍ବତନ ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣ୍ଣିମା ନାୟକ, ଜୟରାମ ଗରଡା, ବିଜୟ କୁମାର ଦଳେଇ, ଉମେଶ ପଟନାୟକ, ଚୈତନ୍ୟ ହନ୍ତାଲ, ନକୁଳ ବିଷୋୟୀ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ।ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତଲିକା ଦାହ କରିଥିଲେ।ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଓ ସମସ୍ତ ଅପରାଧିଙ୍କୁ ଗିରଫ କରିବାକୁ ଦାବି କରିଥିଲେ।ଦାବି ନ ମାନିଲେ ରାଜ୍ୟ ସରକାର ପାଇଁ ବିପଦ ହେବ ବୋଲି ବରିଷ୍ଠ ବିଜେପି ସଦସ୍ୟ ଜୟରାମ ପାଙ୍ଗୀ ପ୍ରକାଶ କରିଛନ୍ତି।ଗୋଟିଏ ଛବିରାଣୀ ହତ୍ୟା ଘଟଣାରେ ଜାନକୀବଲ୍ଲଭ ସରକାର ପଳେଇଥିଲା ବୋଲି ସେ ସୂଚନା ଦେଇଥିଲେ।ରାଜ୍ୟରେ ପରୀଠାରୁ ଆରମ୍ଭ କରି ୫ ହଜାର ଶିଶୁ ହତ୍ୟାଓ ନାରୀ ଧର୍ଷଣ ଘଟଣା ହିଁ ସରକାର ପାଇଁ ବିପଦ ଆଣିବ ବୋଲି ସେ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.