Home କେନ୍ଦୁଝର ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ

ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ

27

ହାଟଡିହି-୭ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗେଡମା ଆଜି ୫ଶହରୁ ଉର୍ଦ୍ଧ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ସଭାପତି ଉମାକାନ୍ତ ରାଉତ, ସମ୍ପାଦକ ଅର୍ଜୁନ ଖଣ୍ଡା, ସଦସ୍ୟ ତ୍ରୀନାଥ ରଣା, ଜ୍ୟୋତିପ୍ରକାଶ ନାୟକ ପ୍ରମୁଖ ଗେଡମା ପଞ୍ଚାୟତାୟତର ଗେଡମା, ଜଳସରପୁର, ସାହାପୁର ଓ ଆଇତିପୁର ପଞ୍ଚାୟତର ରତକଣା, ମଧୁପୁର, ଆଇତିପୁର, ଅମୃତପୁର ଓ ମଦରଙ୍ଗା ପ୍ରଭୃତି ଗ୍ରାମର ୫୦୦ରୁ ଉର୍ଦ୍ଧ ଗରିବ ଅସହାୟ ଲୋକଙ୍କୁ ଶୀତରରୁ ରକ୍ଷା ପାଇବାପାଇଁ କମ୍ବଳ ବଣ୍ଟନ କରିଥିଲେ । ବିଶେଷକରି ଅନେକ ଦିବ୍ୟାଙ୍ଗ ମାନେ ହସ ହସ ମୁଖରେ ଶୀତବସ୍ତ୍ର ଗ୍ରହଣକରି ସୁରେଶ୍ୱରୀଙ୍କୁ ପ୍ରସଂଶା କରୁଥବବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ନାୟକ, ବରଦା ପ୍ରସନ୍ନ ନାୟକ, ନରହରି ଚକ୍ର, ବ୍ରଜକିଶୋର ଜେନା, ଗଦାଧର ଦାସ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.