Home କୋରାପୁଟ    ମାଳି ପର୍ବତରୁ ଖଣି ଖନନ କରିବାକୁ ପ୍ରଭାବୀତ ଗ୍ରାମବାସୀଙ୍କ ଦାବି

   ମାଳି ପର୍ବତରୁ ଖଣି ଖନନ କରିବାକୁ ପ୍ରଭାବୀତ ଗ୍ରାମବାସୀଙ୍କ ଦାବି

43

କୋରାପୁଟ ୩୦-୦୯(ଓଡିଆ ପୁଅ /ରଂଜନ ଦାସ) ମାଳି ପର୍ବତରୁ ଖଣି ଖନନ କରିବାକୁ  ଦାବି କରି ପ୍ରଭାବୀତ ୧୮ ଗୋଟି ଗ୍ରାମର ଲୋକେ ଗୁରୁବାର କୋରାପୁଟରେ ଶକ୍ତି  ପରଦର୍ଶନ କରିଛନ୍ତି । ଆଜି ପ୍ରଭାବୀତ  ଗ୍ରାମର  ୩ ହଜାରରୁ ଉର୍ଦ୍ଧ୍ୱ ଯୁବକ,ଯୁବତୀ,ମହିଳା ଓ ପୁରୁଷ  କୋରାପୁଟ ସଦର ଥାନା ନିକଟରୁ  ଏକ ବିରାଟ ଶୋଭାଯାତ୍ରାରେ ବାହାରି  ହିଣ୍ଡାଲକୋ ଜିନ୍ଦାବାଦ ନାରା ବାଜି କରି ଜିଲ୍ଲାପାଳ ଅଫିସରେ ପହଂଚିଥିଲେ  ଏବଂ  ମାଳି ପର୍ବତରୁ ତୂରନ୍ତ ଖଣି ଖନନ ପାଇଁ  ହିଣ୍ଡାଲକୋ କମ୍ପାନୀକୁ ଅନୁମତି ଦେବାକୁ ଦାବି କରିଛନ୍ତି । ଗତମାସ ୨୨ ତାରିଖରେ କଙ୍କଡାଆମ୍ବରେ ଅନୁଷ୍ଠିତ  ପରିବେଶ ଜନ ସୁଣାଣୀ କାର୍ଯ୍ୟକ୍ରମରେ  ମାତ୍ର ହାତ ଗଣତି କିଛି  ଅସାମାଜିକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ମାଳି ପର୍ବତରୁ ଖଣି ଖନନକୁ ବିରୋଧ କରି ହାତରେ ବିଭିନ୍ନ ମାରଣାସ୍ତ୍ର ନେଇ  ବୈଠକରେ ଆତଙ୍କ ସୃଷ୍ଟି କରିଥିଲେ ।  ପ୍ରଭାବୀତ ଗ୍ରାମବାସୀ ଜନ ଶୁଣାଣୀ ସପକ୍ଷରେ ମତ ରଖିଥିଲେ ମଧ୍ୟ କେତେକ ଅସାମାଜିକ ଲୋକ ପ୍ରଭାବୀତ ଲୋକଙ୍କୁ ଜୀବନରେ ମ।।ରି ଦେବାକୁ ଧମକ ଦେଇ ଥିବା  ସପକ୍ଷବାଦୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।  ଖଣିଜ ପଦାର୍ଥ ଉତୋଳନ କରାଗଲେ ସେମାନେ ଲାଭବାନ ହେବେ,ପ୍ରଭାବୀତ ଅଂଚଳର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳିବ ଏବଂ  ଅଂଚଳର ବିକାଶ ହୋଇ ପାରିବ ତେଣୁ ମାଳି ପର୍ବତରୁ ଖଣି ଖନନ କରା ଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଖଣି ଖନନ କାର୍ଯ୍ୟ ତ୍ୱରନ୍ତ ଆରମ୍ଭ କରା ଯାଉ ବୋଲି ପ୍ରଭାବୀତ ଗ୍ରାମବାସୀ  ଜିଲ୍ଲାପାଳଙ୍କଠାରେ ଦାବି କରିଛନ୍ତି ।ପୁନଶ୍ଚ ଜନଶୁଣାଣୀ କରିବାକୁ ଦାବି କରିଛନ୍ତି । ବହୁ ବର୍ଷରୁ ହିଣ୍ଡାଲକୋ କମ୍ପାନୀ ଏଠାରୁ ଖଣିଜ ପଦାର୍ଥନେଉଥିଲା,ଫଳରେ ସ୍ଥାନୀୟ ଶିକ୍ଷିତ ଯୁବକମାନେ ଭଲ ରୋଜଗାର କରୁଥିଲେ କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଚକ୍ରାନ୍ତ ଯୋଗୁଁ ତାହା ବନ୍ଦ ହୋଇଛି,ସ୍ଥାନୀୟ ଆଦିବାସୀ ନିରୀହ ଜନତାଙ୍କୁ ଭୁଲ ରାସ୍ତାରେ ପରିଚାଳିତ କରି କେତେକ ଲୋକ ଖଣି ଖନନ ବନ୍ଦ କରିବାକୁ ସ୍ଥାନୀୟ ଅଧିବାସୀଙ୍କୁ ଉସୁକାଉଥିବା ଲୋକେ ଅଭିଯୋଗ କରିଛନ୍ତି । ଦାବିପତ୍ରର ନକଲ  ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ଡିଆଇଜି ,କୋରାପୁଟ ଏସପି,ସୁନାବେଡା ଏସଡିପିଓ ଓ ସେମିଲିଗୁଡା ଥାନା ଅଧିକାରୀଙ୍କ ନିକଟକୁ  ପଠାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.