Home Top News ପିପିଲି ଉପନିର୍ବାଚନ:- ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦% ମତଦାନ

ପିପିଲି ଉପନିର୍ବାଚନ:- ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦% ମତଦାନ

54

ପୁରୀ ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ପିପିଲି ଉପନିର୍ବାଚନ ଲାଗି ସୁରୁଖୁରରେ ଚାଲିଛି ମତଦାନ ପ୍ରକ୍ରିୟା। ଦିନ ଗୋଟାଏ ସୁଦ୍ଧା ୪୫.୩୨ ପ୍ରତିଶତ ମତଦାନ ହୋଇଥିବା ବେଳେ ତିନିଟା ପର୍ଯ୍ୟନ୍ତ ୫୯.୭୨% ମତଦାନ ହୋଇଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦% ମତଦାନ ହୋଇଛି

ଆଜି ଭୋଟର କରିବେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ। ୩୪୮ଟି ବୁଥରେ ଆରମ୍ଭ ହୋଇଛି ମତଦାନ। ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା 6ଟା ଯାଏଁ ଚାଲିବ। କଡା ସୁରକ୍ଷା ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଚାଲିଛି।

ସେହିପରି ଧୀରେ ଧୀରେ ବୁଥରେ ମତଦାତାଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଧ୍ୟାହିନ ଗୋଟାଏ ଟା ସୁଦ୍ଧା ମୋଟ ୪୫.୩୨ ପ୍ରତିଶତ ମତଦାନ ହୋଇଥିବା ବେଳେ ତିନିଟା ପର୍ଯ୍ୟନ୍ତ ୫୯.୭୨% ମତଦାନ ହୋଇଥିବା ସୂଚନା ମିଳିଥିଲା। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦% ମତଦାନ ହୋଇଛି। ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତଦାନ କରିବେ। ଏହି ଉପନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ସପରିବାର ସହ ଭୋଟ ଦେଇଛନ୍ତି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ମଧ୍ୟ ଭୋଟ୍ ଦେଇଛନ୍ତି। ଏବଂ ଅଧିକରୁ ଅଧିକ ମତଦାନ ପାଇଁ ପ୍ରାର୍ଥୀମାନେ ଅନୁରୋଧ କରିଛନ୍ତି।

ପିପିଲି ବ୍ଲକ୍ର ସମୁଦାୟ ୧୯୯ଟି ବୁଥ୍ ଓ ଡେଲାଙ୍ଗ ବ୍ଲକ୍ର ୧୪୯ଟି ବୁଥ୍ ରେ ମତଦାନଜାରି ରହିଛି।

୧,୧୯,୨୦୬ ଜଣ ପୁରୁଷ ଭୋଟର ଓ ୧,୧୦,୭୯୦ଜଣ ମହିଳା ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।

ଏହାବାଦ୍ ୨ ଜଣ ତୃତୀୟ ଲିଙ୍ଗ ଓ ୩୨୧ଜଣ ସର୍ଭିସ୍ ଭୋଟର୍ ମଧ୍ୟ ଭୋଟ୍ ଦେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.