Home କୋରାପୁଟ ମାଳିପର୍ବତ ଖଣି ଲିଜ ଓ ପରିବେଶ ମଞୁରୀ ଜଣଶୁଣାଣୀ ବାତିଲ କରିବାକୁ ଦାବି

ମାଳିପର୍ବତ ଖଣି ଲିଜ ଓ ପରିବେଶ ମଞୁରୀ ଜଣଶୁଣାଣୀ ବାତିଲ କରିବାକୁ ଦାବି

27

କୋରାପୁଟ ୦୯-୦୯(ଓଡିଆ ପୁଅ /ରଂଜନ ଦାସ)ସେମିଲିଗୁଡା ବ୍ଲକ ଅନ୍ତର୍ଗତ ମାଳିପର୍ବତ ଖଣି ଲିଜ ଓ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ପରିବେଶ ମଞୁରୀ ବାତିଲ କରିବାକୁ ଲୋକଶକ୍ତି ଅଭିଯାନ ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରା କୋରାପୁଟ ପ୍ରେସକ୍ଲବଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।୨୦୦୬ ମସିହାରେ ହିଣ୍ଡାଲକୋକୁ ପରିବେଶ ମଞୁରୀ ସହ ବକ୍ସାଇଟ ଖଣି ଲିଜ ଦିଆଯାଇଥିଲା ବୋଲି ସେ ସୂଚନା ଦେଇଥିଲେ ।ସେତେବେଳେ କଂପାନୀ ତାର ପରିବେଶ ଆକଳନ ରିପୋର୍ଟରେ ଝରଣା ନାହିଁ ବୋଲି ଦର୍ଶାଇ ମିଥ୍ୟା ତଥ୍ୟ ଦେଇ ପରିବେଶ ମଞୁରୀ ହାସଲ କରିଥିଲା ବୋଲି ସେ ଅଭିଯୋଗ କରିଥିଲେ ।କିନ୍ତୁ ଏହି ଝରଣା ଓ ଗ୍ରାମ୍ୟ ଜଙ୍ଗଳ ଦ୍ୱାରା ପ୍ରାୟ ଶତାଧିକ ଗ୍ରାମବାସୀ କୃଷି କରିପାରୁଛନ୍ତି ଓ ଅନେକ ମେଡିସିନ ବ-କ୍ଷକୁ ଉପଯୋଗ  କରିପାରୁଥିବା ସେ ପ୍ରକାଶ କରିଛନ୍ତି ।୩୦ରୁ ଅଧିକା ଚିରସ୍ରୋତା ଝରଣାଗୁଡିକ କୋଲାବ ନଦୀକୁ ଜଳ ଯୋଗାଇଥାନ୍ତି ବୋଲି ସେ ସୂଚନା ଦେଇଛନ୍ତି ।ଖଣି ଖନନ କରାଗଲେ ମରୁଭୂମି ପାଲଟିବ ବୋଲି ସେ ପ୍ରକାଶ କରିଛନ୍ତି ।କଂପାନୀର ପରିବେଶ ମଞୁରୀ ୨୦୧୧ ମସିହାରେ ଶେଷ ହୋଇଯାଇଥିଲେ ସୁଦ୍ଧା କଂପାନୀ ୨୦୧୨ ରୁ ୨୦୧୪ ମସିହା ମଦ୍ୟରେ ଖଣି ଖନନ କରି କିଛି ବକ୍ସାଇଟ ଉତୋଳନ କରିଥିଲା ବୋଲି ସେ ପ୍ରକାଶ କରିଛନ୍ତି ।ଅସନ୍ତା ୨୨ ତାରିଖରେ ହେବାକୁ ଥିବା ପରିବେଶ ଜନଶୁଣାଣୀକୁ ବାତିଲ କରିବାକୁ ସେ ଦାବି କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟର ବରିଷ୍ଠ ଓକିଲ ଗୁପ୍ତେଶ୍ୱର ପାଣିଗ୍ରାହୀ ,ଇନସାଫର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି  ଏବଂ ଓକିଲ ନରସିଂହ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ସାମ୍ବାଦିକ ସମ୍ମିଳନୀ ସମୟରେ କିଛି ବ୍ୟକ୍ତି  ଶ୍ରୀ ସାମନ୍ତରାଙ୍କ ଗସ୍ତକୁ ବିରୋଧ କରିଥିଲେ ।ଏହି ଖବର ପାଇ କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ଧିରେନ ପଟନାୟକ ପହଂଚିବା ପରେ  ଶ୍ରୀ ସାମନ୍ତରା ଓ ଅନ୍ୟମାନେ ପ୍ରେସକ୍ଲବ ପରିସରରୁ ବାହାରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.