Home ଜିଲ୍ଲା ପରିକ୍ରମା ମାଳଦା ବଜାରର ଚୋରି ଘଟଣା; ବହୁ ସାମଗ୍ରୀ ଉଦ୍ଧାର ସହ ୬ ଅଭିଯୁକ୍ତଙ୍କୁ ଧରିଲା ପୁଲିସ

ମାଳଦା ବଜାରର ଚୋରି ଘଟଣା; ବହୁ ସାମଗ୍ରୀ ଉଦ୍ଧାର ସହ ୬ ଅଭିଯୁକ୍ତଙ୍କୁ ଧରିଲା ପୁଲିସ

30

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦା ଜଗନ୍ନାଥ ବଜାରର ବିଭିନ୍ନ ଦୋକାନରୁ ଚୋରି ଘଟଣାରେ ଛଅଜଣ ଚୋରମାନଙ୍କୁ ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ପୁଲିସବାହିନୀ ଗିରଫ କରିଛି । ଘଟଣାର ଅଭିଯୁକ୍ତ ଭଦ୍ରକ ସହର ଗବସାହିରେ ରହୁଥିବା ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳ କାଦୁପାଣି ଗ୍ରାମର ଲମ୍ବୁ ସିଂର ପୁଅ ବାପୁନୁ(୨୧); ମୋଟେଲ ଛକରେ ରହୁଥିବା ମୟୁରଭଞ୍ଜ ଜିଲ୍ଲାର ମହୁଲଦିହା ଅଞ୍ଚଳର ଚେଁବେଡା ଗ୍ରାମର ନାରାୟଣ ମୁଣ୍ଡାର ପୁଅ ଚନ(୨୦), ଡଗମୁଣ୍ଡାରେ ରହୁଥିବା ମହୁଲଦିହା ଅଞ୍ଚଳର ରୁପେ ମାରାଣ୍ଡିର ପୁଅ ଟୁଟୁ(୨୦), ଜଗନ୍ନାଥପୁର ଗ୍ରାମରେ ରହୁଥିବା ଠାକୁରମୁଣ୍ଡା ଅଞ୍ଚଳର ଦସରା ମୁଣ୍ଡାର ପୁଅ ବାପୁନ ଓରଫ ମଙ୍ଗୁ(୨୦) ଓ ତା ଭାଇ ମୁଙ୍ଗୁ(୨୧) ଏବଂ ରାଜୁ ବବଙ୍ଗାର ପୁଅ ସୁବ୍ରତ(୧୯)ଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ଚୋରି ଯାଇଥିବା ୨୨ଟି ମୋବାଇଲ ଫୋନ, ପାୱାର ବ୍ୟାଙ୍କ ୨ଟି, ୨ଟି ଲାପଟପ, ୨ କି ବୋଡ, ଗୋଟିଏ ସିପିୟୁ, ଗୋଟିଏ ଇନର୍ଭଟର, ଗୋଟିଏ ବ୍ୟାଟେରୀ, ୬ଟି ବ୍ଲୁ ଟୁଥ, ସିସିଟିଭି, ମନିଟର, କ୍ୟାମେରା ସମେତ ବହୁ ବୈଦ୍ୟୁତିକ ସାମଗ୍ରୀ, ନଗତ ସାତ ହଜାର ଟଙ୍କା ଓ ଖଣ୍ଡା ସମେତ ବହୁ ଚୋରି ବ୍ୟବହୃତ ସାମଗ୍ରୀ ଜବତ କରିଥିବା ଜଣାଯାଇଛି । ଅଭିଯୁକ୍ତମାନଙ୍କୁ ମେଡିକାଲ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏଥିନେଇ ପୁଲିସ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି । ଏହାଦ୍ୱାରା ପୁଲିସକୁ ବଡଧରଣର ସଫଳତା ପ୍ରାପ୍ତ ହୋଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ମାଳଦା ବଜାରର ଓମ୍ ପରିଧାନ ଡ୍ରେସ୍ ଦୋକାନ, ବାବା ଗୋପିନାଥ ଜୋତା ଦୋକାନ, ନାୟକ ମୋବାଇଲ ଦେକାନ, ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ରୁ ଅଞ୍ଚଳର ଗତ ନଭେମ୍ବର ୧୩ ତାରିଖ ଶନିବାର ରାତ୍ରରେ ବ୍ୟାପକ ଭାବେ ଚୋରି ହୋଇଥିଲା । ଅଭିଯୋଗ ଉପରେ ୩୫୬/୨୧ନଂ ମାମଲା ଋଜୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.