Home ଜିଲ୍ଲା ପରିକ୍ରମା ଗ୍ରାମାଞ୍ଚଳ ଥାନା ଆଇଆଇସି ବଦଳି ରଦ୍ଦ ପାଇଁ ଦାବି କଲା ଯୁବ ଓ ଛାତ୍ର କଂଗ୍ରେସ

ଗ୍ରାମାଞ୍ଚଳ ଥାନା ଆଇଆଇସି ବଦଳି ରଦ୍ଦ ପାଇଁ ଦାବି କଲା ଯୁବ ଓ ଛାତ୍ର କଂଗ୍ରେସ

30

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଭଦ୍ରଜ ଜିଲ୍ଲା ଏସ୍‌ପି ଚରଣସିଂ ମୀନା ଜିଲ୍ଲା ପୁଲିସରେ ଅଦଳବଦଳ କରିଛନ୍ତି । ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ଭାବେ ପରିଗଣିତ ଭଦ୍ରକ ଗ୍ରାମାଞ୍ଚଳ ଥାନା ଆଇଆଇସି ଆଲୋକ ଜେନାଙ୍କର ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଛି । ଯାହାକୁ ପ୍ରତିବାଦ କରିଛି ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ । ଆଇଆଇସି ଜେନା ଗ୍ରାମାଞ୍ଚଳ ଥାନାର ଦାୟିତ୍ୱ ନେବା ପରଠାରୁ ଏହି ଥାନା ଅଞ୍ଚଳର ଅପରାଧୀମାନଙ୍କୁ ଧରିବା ସହ କୁଖ୍ୟାତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି । ଗତକାଲି ଏନକାଉଣ୍ଟର କରି ଏଟିଏମ ଲୁଟେରାଙ୍କୁ ଧରିଥିବା ବେଳେ ଜିଲ୍ଲା ଏସ୍‌ପି ଏବଂ ପୂର୍ବାଞ୍ଚଳ ଆଇଜି ତାଙ୍କୁ ପ୍ରଶଂସାରେ ପୋତି ପକାଇ ସନ୍ଧ୍ୟାରେ ବଦଳି କରିବାକୁ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପ୍ରତିବାଦ କରିଛି । ଏହି ବଦଳି ନିର୍ଦ୍ଦେଶନାମାକୁ ରଦ୍ଦ କରିବାକୁ ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ସୌମ୍ୟ ରଂଜନ ବାରିକ, ଯୁବନେତା ହେମନ୍ତ ମହାପାତ୍ର, ସେକ୍ ଜିକ୍‌ରୁଲ୍ଲା ପ୍ରମୁଖ ଏକ ପ୍ରତିବାଦ ପତ୍ର ଏସ୍‌ପିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.