Home କେନ୍ଦ୍ରାପଡ଼ା ମାଲ ବୋଝେଇ ଚଉଦଚକିଆ ଟ୍ରକ ସହିତ ଚାଳକ ଫେରାର ଅଭିଯୋଗ

ମାଲ ବୋଝେଇ ଚଉଦଚକିଆ ଟ୍ରକ ସହିତ ଚାଳକ ଫେରାର ଅଭିଯୋଗ

376

କେନ୍ଦ୍ରାପଡା ୮/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ବରଦାକାନ୍ତ ଚୈାଧୁରୀଙ୍କ ଏକ ଚଉଦ ଚକିଆ ମାଲ ବୋଝେଇ ଟ୍ରକ ସହିତ ଚାଳକ ଫେରାର ହୋଇଯାଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ବରଦାକାନ୍ତ ଚୈାଧୁରୀଙ୍କ ଓଡି.୨୯ଏଫ୪୬୬୯ ନମ୍ବର ବିଶିଷ୍ଟ ଏକ ଚଉଦ ଚକିଆ ଟ୍ରକ ପାରାଦୀପ ଟ୍ରକ ମାଲିକ ସଙ୍ଘ ଅଧିନରେ ଥିବା କ୍ରମିକ ନମ୍ବର ୧୦୨୧ ଅଧିନରେ ବିଭିନ୍ନ ମାଲ ପରିବହନ କରି ଆସୁଥିଲା। ଗତ ଡିସେମ୍ବରମାସ ୨୬ତାରିଖରେ ରସିଦ ନେଇ ସେହି ଟ୍ରକଟି ପାରାଦୀପର ଆଇ.ଓ.ସି.ଏଲ.ପ୍ଲାଂଟରୁ ପଲିମର ଲୋଡକରି ପଶ୍ଚିମବଙ୍ଗର ପୁଲୁରିଆର ଝାଲଦା ଅଭିମୁଖେ ଯିବା ନିମନ୍ତେ ଡିସେମ୍ବର ୨୮ତାରିଖ ସନ୍ଧ୍ୟାରେ ଦୁହୁରିଆ ଛକରେ ଥିବା ରୁଦ୍ରାୟ ଫିଲିଙ୍ଗ ଷ୍ଟେସନରେ ଗାଡିରେ ଟାଙ୍କି ଫୁଲକରି ଡିଜେଲ ପକାଇ ଥିଲା। ମାଲିକ ଶ୍ରୀ ଚୈାଧୁରୀଙ୍କ ଠାରୁ ଟ୍ରକ ଚାଳକ ସୁନିଲ କୁମାର ରାଏ ପନ୍ଦର ହଜାର ଟଙ୍କା ବାଟଖର୍ଚ୍ଚ ନେଇ ପଶ୍ଚିମବଙ୍ଗର ପୁରୁଲିଆର ଝାଲଦା ଅଭିମୁଖେ ବାହାରି ଯାଇଥିଲା ବୋଲି ଟ୍ରକ ମାଲିକ ଶ୍ରୀ ଚୈାଧୁରୀ ଅଭିଯୋଗ କରିଛନ୍ତି। ଅଦ୍ୟାବଧି ଟ୍ରକ ସହିତ ପଲିମର ସଂପୃକ୍ତ ଫ୍ୟାକ୍ଟ୍ରିରେ ପହଁଚି ନଥିବା ଓ ଟ୍ରକ ଚାଳକର ମୋବାଇଲ ଫୋନ ସୁଇଚଅପ ଥିବା ସେ ସଦର ଥାନାରେ ଅଭିଯୋଗ କରିଛନ୍ତି। ଟ୍ରକ କିମ୍ବା ଚାଳକର କୈାଣସି ପତ୍ତା ମିଳୁନଥିବାରୁ ଏ ସମ୍ପର୍କରେ ତଦନ୍ତ କରିବାକୁ ସେ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି। ଏତଦଭିନ୍ନ ଟ୍ରକ ଓ ପଲିମର ସଂପୃକ୍ତ ଫ୍ୟାକ୍ଟ୍ରୀରେ ପହଁଚି ନଥିବାରୁ ପଶ୍ଚିମବଙ୍ଗ ରାଜ୍ୟର ଖଡଗପୁର ଥାନାରେ ପାରାଦୀପର ଇଂଟିଗ୍ରେଟେଡ ସପ୍ଲାଇ ଚେନ ସଲ୍ୟୁସନ ପକ୍ଷରୁ ନୀରଜ ଝାଙ୍କ ଅଭିଯୋଗ ଉପରେ ୮୯୭/୧୯ରେ ଗତ ଡିସେମ୍ବରମାସ ୩୧ତାରିଖରେ ଆଇ.ପି.ସି.ର ଦଫା ୪୦୭, ୧୨୦(ବି) ଓ ୩୪ ଧାରାରେ ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଜାରି ରହିଥିବା ସୂଚନା ଦିଆଯାଇଛି। ୧୮ଲକ୍ଷ, ୯୨ହଜାର ୬୮୩ଟଙ୍କାର ସମ୍ପତି ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ସଦର ଥାନା ପକ୍ଷରୁ ଟ୍ରକ ମାଲିକ ଶ୍ରୀ ଚୈାଧୁରୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଉପରେ ଅନୁସନ୍ଧାନ ଚାଲିଥିବା ସଦର ଥାନା ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.