Home ଜିଲ୍ଲା ପରିକ୍ରମା ମାଲ୍ୟବନ୍ତ ମହୋତ୍ସବ ଶେଷ ସନ୍ଧ୍ୟାରେ ମନମୋହିଲା ଗୁଜୁରାଟର ସିଦ୍ଧିଧମାଲ,ଓଲିଉଡ କଳାକାର ଙ୍କ ନୃତ୍ୟ

ମାଲ୍ୟବନ୍ତ ମହୋତ୍ସବ ଶେଷ ସନ୍ଧ୍ୟାରେ ମନମୋହିଲା ଗୁଜୁରାଟର ସିଦ୍ଧିଧମାଲ,ଓଲିଉଡ କଳାକାର ଙ୍କ ନୃତ୍ୟ

122

ମାଲକାନଗିରି,୧୦ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ଲୋକପବ ର୍ ମାଲ୍ୟବନ୍ତ ମହୋତ୍ସବର ଶେଷ ସନ୍ଧ୍ୟାର ଗୁଜୁରାଟ ର ସିଦ୍ଧିଧମାଲ,ଓଲିଉଡ କଳାକାର ମାନଙ୍କ ନୃତ୍ୟ ଦର୍ଶକମାନଙ୍କ ମନ ମୋହିଥିଲା । ଶେଷ ସନ୍ଧ୍ୟାରେ ଓଲିଉ,ବଲିଉଡର ସୁନାମଧନ୍ୟ କଠଂଶିଳ୍ପୀ ସୁଶାନ୍ତ,ଅଶୁଂମାନ,ପ୍ରଜ୍ଞାହୋତା,ଶିଳ୍ପା,ଚଳଚିତ୍ର ଅଭିନେତା ରାକେଶ,ଚଳଚିତ୍ର ଅଭିନେତ୍ରୀ ଦିବ୍ୟା,ହାସ୍ୟଅଭିନେତା ନନସେନ୍ସ ମଣି,ଲଭଗୁରୁ ଅଶ୍ୱିନୀ,ଚଟାପଟ ଦିଦି ରାକ୍ଷୀ ଙ୍କ ସହିତ ଅନ୍ୟାନ ଦୁରଦର୍ଶନ ଓ ଚଳଚିତ୍ର ଅଭିନେତା, କଠଂଶିଳ୍ପୀ ମାନେ ଯୋଗଦେଇ ସେମାନଙ୍କ ନୃତ୍ୟ,ସଂଗୀତ ପରିବେଷଣ କରିଥିଲେ ।ାଲକାନଗିରି ଜିଲ୍ଲାର ଲୋକପବ ର୍ ମାଲ୍ୟବନ୍ତ ମଣ୍ଡପରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଶେଷ ସାଂସ୍କୃତିକ ସନ୍ଧ୍ୟା ଉତ୍ସବରେ ମୁଖ୍ୟଅତିଥି ଭାବେ ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା,ବିଶିଷ୍ଠ ଅତିଥି ଭାବେ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ,ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ମାଲକାନଗିରି ବ୍ଲକର ଚେୟାରମେନ ଅକ୍ଷୟ କୁମାର ନାୟକ, କାଲିମେଳା ବ୍ଲକର ଚେୟାରମେନ ମାଲା ମାଢୀ,ପଡିଆ ବ୍ଲକର ଚେୟାରମେନ ଦେବା ମାଡକାମୀ, କୋରକୁଣ୍ଡା ବ୍ଲକର ଚେୟାରମେନ ସାବିତ୍ରୀ ପଡିଆମି,ବାଲିମେଳା ବିଜ୍ଞାପିତ ଅଚଂଳ ପରିଷଦ ଅଧ୍ୟକ୍ଷା ଲକ୍ଷ୍‌ମୀପାଙ୍ଗି,ଡିଏଫଓ ପ୍ରଦୀପ ମିରସେ,ପ୍ରମୁଖ ଯୋଗଦେଇ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତୀ ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ମାଲ୍ୟବନ୍ତ ମହୋତ୍ସବର ତୃତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ତୃତୀୟ ସନ୍ଧ୍ୟାରେ ହରିଆନାର ଘୁମୁର, ବାଲିମେଳାର ଓଡଶୀ ନୃତ୍ୟ,ଗୁଜୁରାଟର ସିଦ୍ଧିଧାମଲ,କୋଲକତାର ପୁରୁଲିଆ ଛଉନୃତ୍ୟ,ମାଲକାନଗିରି ଚାଲାଣଗୁଡା କେଜିଭିବି ବିଦ୍ୟାଳୟର ନୃତ୍ୟ,ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରସାଇ ଡ୍ୟାନ୍ସ୍ ଏକାଡେମୀ ର ନୃତ୍ୟ ପରିବେଷଣ ହେଇଥିଲା,ଏହି ଆବସରରେ ଦୁରଦର୍ଶନ ଓ ଚଳଚିତ୍ର ଅଭିନେତା, ହାସ୍ୟଅଭିନେତା, କଠଂଶିଳ୍ପୀ ମାନେ ଯୋଗଦେଇ ସେମାନଙ୍କ ନୃତ୍ୟ କଳା ପରିବେଷଣ କରିଥିଲେ ।ଜିଲ୍ଲାସଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ ମଚଂପରିଚାଳନା କରିଥିବା ବେଳେ ଉଧଘୋଷକ ଭାବେ ଲଭଗୁର ଅଶ୍ୱିନୀ ଓ ଉଦଘୋଷିକା ଭାବେ ରାଖୀ ଦିଦି ମଚଂସଂଚାଳନା କରିଥିଲେ ।ଏହି ସାଂସ୍କୃତିକ ସନ୍ଧ୍ୟା ଦେଖିବା ପାଇଁ ମାଲ୍ୟବନ୍ତ ମଣ୍ଡପ ନିକଟରେ ପ୍ରାୟ ୨୦ହଜାର ରୁ ଉର୍ଦ୍ଦ ଦର୍ଶକ ମାନଙ୍କ ଭିଡଲାଗିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.