ମାଲକାନଗିରି,୨ା୫ (ଓଡିଆ ପୁଅ) ସମଗ୍ର ଦେଶରେ କରୋନା ମହାମାରୀ ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍ିତି ସୃଷ୍ଟି ହୋଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଥିବା ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ଫଣ୍ଡକୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି । ଗତକାଲି ଶ୍ରମିକ ଦିବସ ଅବସରରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନର ସଭାପତି ଅନାଦି କାଡା ଙ୍କ ନେତୃତ୍ୱରେ ଘେନୁ ମୁଦୁଲି,ଧନଫୁଲ ବାରିକ,ରାଚନ୍ଦ୍ର ହନ୍ତାଳ,ଶିବରାମ ଖରା,ସୋନୁ ଅନୁଗୁ ପ୍ରମୁଖ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଳାପାଳ ମନୀଷ ଅଗ୍ରଓ୍ୟାଲ ଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୧୯ ରିଲିଫ ଫଣ୍ଡକୁ ୧୦ହଜାର ଟଙ୍କା ପ୍ରଦାନକରିଛନ୍ତି । ଏହା ବ୍ୟତିତ ଜିଲ୍ଲାରେ ଥିବା କଳାକାର ଓ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଛଅ ଦଫା ସମ୍ବୋଳିତ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ଦେଇଥିଲେ ।






