Home ଓଡ଼ିଶା ମାଲକାନଗିରି ଓ ବାଲିମେଳା ରେ ୧୩ତାରିଖ ମଧ୍ୟ ରାତ୍ରରୁ ୧୯ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକଡାଉନ ଘୋଷଣା

ମାଲକାନଗିରି ଓ ବାଲିମେଳା ରେ ୧୩ତାରିଖ ମଧ୍ୟ ରାତ୍ରରୁ ୧୯ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକଡାଉନ ଘୋଷଣା

123

ମାଲକାନଗିରି,୧୨ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧିପାଇବାରେ ଲାଗିଛି । ଇତି ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଁଚିଗଲାଣି । ବିଶେଷ କରି ଗତ କିଛି ଦିନ ହେଲା ଲଗାତର ଭାବେ ସହରାଚଂଳରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ ଗତ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ମାଲକାନଗିରି ପୌରାଚଂଳ ସହ ବାଲିମେଳା ଏନଏସି ଅଚଂଳକୁ ସଟ୍‌ଡାଉନ୍ କରିଦିଆଯାଇଥିଲା । ଆଜି ପୁଣି ଏହି ଦୁଇଟି ସହରାଚଂଳରେ ୩୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୁ ମାଲକାନଗିରି ପୌରାଚଂଳ ସହ ବାଲିମେଳା ଏନଏସି ଅଚଂଳକୁ ୧୩ତାରିଖ ମଧ୍ୟରାତ୍ର ଠାରୁ ୧୯ତାରିଖି ମଧ୍ୟ ରାତ୍ର ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକଡାଉନ ଘୋଷଣା କରାଯାଇଥିବାର ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଆଜି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଏହି ଲକଡାଉନ ସମୟରେ ମେଡିକାଲ,ଔଷଧଦୋକାନ, ପେଟ୍ରୋଲ ପମ୍ପ,ଖିର ଓ ଅତ୍ୟାବଶ୍ୟକିୟ ସାମଗ୍ରୀ ଦୋକାନ କେବଳ ସକାଳ ୭ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାରହିବ । ହାଟ ବଜାର ଅନ୍ୟାନ ଦୋକାନ ,ଯାନବାହନ ଚଳାଚଳ ବନ୍ଦରହିବ,ସହରାଚଂଳରେ ସନ୍ଧ୍ୟା ୭ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଓ ଗ୍ରାମାଚଂଳ ଗୁଡିକରେ ରାତ୍ର ୯ଟାଠାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରକାଳିନ କର୍ଫ୍ୟୁ ଜାରିକରାଯାଇଛି ,ଏହି ସମୟରେ କୌଣସି ଦୋକାନ ବଜାର ଖୋଲାଯିବନାହିଁ କି ଅତନ୍ତ୍ୟ ଜରୁରୀ ନଥିଲେ କେହି ଘରୁ ବାହରକୁ ବାହାରିବେ ନାହିଁ । ବିଶେଷ କରି ବୟସ୍କ ବ୍ୟକ୍ତି,ଗର୍ଭବତୀ ମହିଳା,ଶିଶୁ ଆଦ୍ୟୁଘରୁ ବାହରକୁ ନ ବାହାରିବା ପାଇଁ କୁହାଯାଇଛି । ୧୭୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଇତି ମଧ୍ୟରେ ୧୦୧ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ସେମାନେ ମଧ୍ୟ ଖୁବଶିଘ୍ର ସୁସ୍ଥ ହୋଇ ଘରକୁ ଫେରିଯିବେ , କରୋନା ମହାମାରିପାଇଁ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ଲକ୍‌ଡାଉନ୍ ନିୟମକୁ ମାନି ଜିଲ୍ଲାବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ । କୋଭିଡ୧୯ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ପରାମର୍ଶ ଦେଇଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.