Home ଓଡ଼ିଶା ମାଲକାନଗିରି ସହରରେ ୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ,ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା୨୯୬ପହଁଚିଲା,ସୁସ୍ଥ ହେଲେ ୧୭୦...

ମାଲକାନଗିରି ସହରରେ ୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ,ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା୨୯୬ପହଁଚିଲା,ସୁସ୍ଥ ହେଲେ ୧୭୦ ଜଣ

136

ମାଲକାନଗିରି,୨୦ା୭(ଓଡିଆ ପୁଅ ) ଆଜି ପୁଣି ମାଲକାନଗିରି ସହରରେ ସ୍ଥାନୀୟ ନୁଆ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪ଜଣ ଯାକ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାପଡିଛି । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬ ରେ ପହଁଚି ଥିବା ବେଳେ ସଥିମଧ୍ୟରୁ ୧୭୦ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୧୨୬ ଜଣ କରୋନା ଆକ୍ରାନ୍ତ ମାଲକାନଗିରି କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି ବୋଲି ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସି ଅଚଂଳକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଦୁଇଟି ସହରକୁ ଅର୍ନିଷ୍ଟ କାଳ ପର୍ଯ୍ୟନ୍ତ କଟେଂନମେଟଂ ଜୋନ ଘୋଷଣା କରାଯାଇଛି । ସହରବାସୀ ଙ୍କ ସୁବିଧା ପାଇଁ ବିଭିନ୍ନ ସାହିବସ୍ତିଗୁଡିକରେ କେତୋଟି ପରିବା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାରଖା ଯାଇ ହୋମ ଡେଲିଭେରୀ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି । ମାଲକାନଗିରି ପୌରପରିଷଦ ଅଚଂଳରେ ଦିନକୁ ଦିନ ଅଧିକ ମାତ୍ରାରେ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ପୌରପରିଷଦ ର ୧୯ଟି ଯାକ ଓାର୍ଡକୁ କଟେଂନମେଟଂ ଜୋନ କରାଯାଇ ସାହିବସ୍ତିଗୁଡିକରେ ବେରିକେଟ ନିର୍ମାଣ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.