Home ଜିଲ୍ଲା ପରିକ୍ରମା ମାଲକାନଗିରି ସହରରେ ଗୋଟିଏ ଦିନରେ ୪ କରୋନା ପଜିଟିଭି ଚିହ୍ନଟ

ମାଲକାନଗିରି ସହରରେ ଗୋଟିଏ ଦିନରେ ୪ କରୋନା ପଜିଟିଭି ଚିହ୍ନଟ

22

ମାଲକାନଗିରି,୧୭ । ୪(ଓଡିଆ ପୁଅ ) ମାଲକାନଗିରି ସହରରେ ଆଜି ଗୋଟିଏ ଦିନରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୭ଦିନ ମଧ୍ୟରେ ଜିଲ୍ଲାରେ ୨୦ଟି ଏକ୍ଟିଭ କେସ ରହିଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ଜଣେ ମାଲକାନଗିରି ପୌରପରିଷଦ ୧୯ନମ୍ବର ଓ୍ୟାର୍ଡରୁ ଜଣେ,ଜିଲ୍ଲାପୁଲିସ କାର୍ଯ୍ୟାଳୟ ନିକଟରୁ ଜଣେ, ମାଲକାନଗିରି ମେନ ରୋଡ ରୁ ଜଣେ,କେନ୍ଦ୍ରୀୟବିଦ୍ୟାଳୟ ନିକଟରୁ ଜଣେ ମୋଟ ୪ଜଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୪ ଜଣ ଙ୍କର ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ସେମାନେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ , ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ଚିହ୍ନଟ ହୋଇଛି । ଆଜିର ଚିହ୍ନଟ ୪ ଜଣ ଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୬୯ ରେ ପହଁଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୨୨୪ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୨୦ ଜଣ କରୋନା ପଜିଟିଭ ଆକ୍ରାନ୍ତ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ଇତି ମଧ୍ୟରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଆଜିର ଚିହ୍ନଟ ୪ଜଣ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି । କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳ ସହ ଅନ୍ୟାନ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟାର୍ଡି କର୍ମୀ ମାନେ ଘରଘର ବୁଲି ରୋଗ ଲକ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି । କରୋନାର ଦ୍ୱିତୀୟ ଲହରୀ ଲେଉଠିଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କୋଭିଡ ନିୟମ ପାଳନ କରିବା ସହ ମାସ୍କପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି କରୋନା କଟକଣା ସଂପର୍କରେ ଜନ ସଚେତନତାର ବାର୍ତାଦେବା ସହ ଦୋକାନ ବଜାର ସମ୍ମୁଖରେ ନାଲି ରିବନ ଫିତା ବାନ୍ଧି ଗ୍ରାହକ ମାନଙ୍କ ସାମଜିକଦୂରତା ଅବଲମ୍ବନ କରିବା ପାଇଁ ଜିଲ୍ଲାପ୍ରସାନ ପକ୍ଷରୁ ସତର୍କ କରାଯାଇଛି । ସପ୍ତାହନ୍ତା ଶନିବାର ଓ ରବିବାର ଦିନ ସଟ୍‌ଡାଉନ୍ ସହ ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ସହରର ବିବିନ୍ନ ଛକ ସ୍ଥାନରେ ପୁଲିସ ପ କ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.