Home ଓଡ଼ିଶା ମାଲକାନଗିରି ଶ୍ରୀଜଗନ୍ନାଥ ମନ୍ଦିର ବେଢାରେ ପଟିଦିଅଁ ଙ୍କୁ ବିଜେକରି ଟଣାଗଲା କୁନିରଥ

ମାଲକାନଗିରି ଶ୍ରୀଜଗନ୍ନାଥ ମନ୍ଦିର ବେଢାରେ ପଟିଦିଅଁ ଙ୍କୁ ବିଜେକରି ଟଣାଗଲା କୁନିରଥ

113

ମାଲକାନଗିରି,୨୩ା୬(ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଜନଜୀବନକୁ ଅତ୍ୟବ୍ୟସ୍ତ କରିପକାଇଥିବା ବେଳେ ଲକଡାଉନ ପରିସ୍ଥିତି ଓ କରୋନା ସଂକ୍ରମଣ ଠାରୁ ରକ୍ଷାପାଇବା ପାଇଁ ସର୍ବସାଧାରଣ ରେ ବଡ ରଥ ଟଣା ନ ଯାଇ ପଟିଦିଅଁ ଙ୍କୁ କୁନିରଥରେ ବିଜେ କରାଯାଇ କୋଭିଡ୧୯ ନିୟମ ପାଳନ କରି ଅଳ୍ପସଂଖ୍ୟକ ସେବାୟତ,ଦେବତୋର ବିଭାଗ କମିଟି ସଭ୍ୟ,ମନ୍ଦିର ପୂଜକ ମାନେ ମୁହଁରେ ମାସ୍କପିନ୍ଧି ,ସାମାଜିକ ଦୂରତା ରକ୍ଷାକରି ମାଲକାନଗିରି ଜଗନ୍ନାଥ ମନ୍ଦିର ବେଡାରେ କୁନିରଥ ଟାଣିଛନ୍ତି । ଜିଲ୍ଲାସଦର ମହକୁମା ଠାରେ ଥିବା ଶ୍ରୀ ଜଗନ୍ନାଥମନ୍ଦିର ରେ ସକାଳେ ଠାକୁରଙ୍କ ରିତିନିତି ଓ ଅଣ୍ଣ ର୍ ଭୋଗ ସରିବା ପରେ ଶ୍ରୀଜିୟୁଙ୍କ ରଥପ୍ରତିଷ୍ଟା କରାଯାଇଥିଲା । ଘଟଂ,ଶଙ୍ଖ,କାହାଳି,ମୃଦଙ୍ଗ ବାଜାର ତାଳେ ତାଳେ ସେବାୟତ ମାନେ ଚତୁର୍ଧାମୂର୍ତିଙ୍କୁ ରତ୍ନସିଂହାସନ ରୁ ରାଜପୌରହିତ ବିନାୟକସତପଥି,ମୁଖ୍ୟପୂଜକ କୃଷ୍ଣଚନ୍ଦ୍ରନନ୍ଦ,ସେବାୟତ ବାଲାପଣ୍ଡା,ପ୍ରଫୁଲପଣ୍ଡା,ବ୍ରଜକିଶୋରପାଳ,ସନ୍ତୋଷନନ୍ଦ, ରୁନା ପାଢୀ,ମଧୁପାଣିଗ୍ରାହି, ବାବୁପାଳ, ଦିବାକରପାଳ,ନିରଜଂନପଣ୍ଡା, ସନ୍ତୋଷ ଦାଶ,ଜଗବନ୍ଧୁପତ୍ରୀ,ଲ କ୍ଷମ୍‌ିନାରାୟଣ ପାତ୍ର, ଲମ୍ବୋଧରପାତ୍ର, ହୃଷିକେଶପଣ୍ଡା ଓ ଅନ୍ୟାନ ପୁଜକ,ସେବାୟତ,ଦଇତା ପତି ମାନେ ଶ୍ରୀବଳଭଦ୍ର,ଶ୍ରୀଜଗନ୍ନାଥ,ଭଉଣୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଚତୁଦ୍ଧ ର୍ାମୂର୍ତି ଙ୍କୁ ପହଣ୍ଡି ବିଜେକରି ପଟିଦିଅଁ ମହାପ୍ରଭୁଙ୍କୁ କନୁରଥଉପରେ ସ୍ଥାପନ କରିଥିଲେ । ଠାକୁରଙ୍କ ରିତିନିତି ଅନୁସାରେ ଶ୍ରୀବିଗ୍ରହ ଙ୍କୁ ସୁବାଷିତ ଧୁପ,ଦୀପ, ଆଳତୀ ପରେ ରଥ ମଣ୍ଡପରେ ମିଷ୍ଟାନ ଓ ବାଲ୍ୟଭୋଗ ଲଗା ଯାଇଥିଲା,ଠାକୁରଙ୍କ ପୁଜାବିଧିପରେ ତହସିଲଦାର ଡଃ ଗୁଣିନିଧି ନାୟକ ରାଜପଗଡି ପିନ୍ଧି ହାତରେ ସୁନାଝାଡୁ ଧରି ଛେରାପହଁରା କରିଥିଲେ । ଛେରାପହଁରା ପରେ ରଥାରୁଡ ଶ୍ରୀଜିୟୁଙ୍କୁ ରାଜପୌରହିତ ବିନାୟକ ସତପଥି ଓ କୃଷ୍ଣଚନ୍ଦ୍ରନନ୍ଦ ଓ ସେବାୟତ ମାନେ ଠାକୁରଙ୍କ ନିକଟରେ ରାଜଭୋଗ ଲଗାଇବା ପରେ ତହସିଲାଦାର ଙ୍କ ଦ୍ୱାରା ଆଳତୀ କରାଯାଇଥିଲା । ଶ୍ରୀ ଜୀଉ ଙ୍କ ପୁଜା ରିତି ନିତି ସରିବା ପରେ ଗାଁ ପୁଜାରୀ ଡାହୁକ ତ୍ରୀନାଥପୁଜାରୀ କାହାଳି ବଜାଇ ରଥଟାଣିବା ପାଇଁ ଡାକ ପକାଇବା ପରେ ମନ୍ଦିର ବେଢାରେ ବିନାଭକ୍ତରେ କେବଳ ସେବାୟତ,ପୂଜାରୀ,ପରିଚାଳନା କମିଟି ସଭ୍ୟ ଓ ଛୋଟ ଛୋଟ ପିଲାମାନେ କୁନିରଥ କୁ ମନ୍ଦିର ବେଢାରେ ଟାଣିଥିଲେ । ରଥ ଟଣା ଯିବା ପରେ ଜଗନ୍ନାଥ ମନ୍ଦିର ବେଢାରେ ହୋଇଥିବା ଅସ୍ଥାୟୀ ମାଉସିମା ମନ୍ଦିର ନିକଟକୁ ରଥ ଟାଣି ନେଇ ସେଠାରେ ଠାକୁରଙ୍କୁ ରଖା ଯାଇଥିଲା । ମନ୍ଦିର ପରିଷରରେ ଜୟବଜରଙ୍ଗ କିର୍ତନଦଳ ଙ୍କ ପକ୍ଷରୁ ସଂଙ୍କିର୍ତନ ଓ ଭଜନ ସମାରୋହ ର ଆୟୋଜନ କରାଯାଇଥିଲା । ଶାନ୍ତି ଶୁଙ୍ଖଳା ରକ୍ଷାପାଇଁ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ କଢା ସୁରକ୍ଷାବ୍ୟବସ୍ଥା କରାଇଥିଲା । ଅନୁରୁପ ଜିଲ୍ଲାବନବିଭାଗ ପକ୍ଷରୁ ମଧ୍ୟ କୋଭିଡନିୟମ ପାଳନକରାଯାଇ ରଥ ଯାତ୍ରାର ବିଧିପାଳନ କରାଯାଇଥିଲା । ବନବିଭାଗ ରଥ ରେ ବନଖଣ୍ଡଅଧିକାରୀ ପ୍ରଦିପ ମିରାସେ ଛେରା ପହଁରା କରିଥିବାବେଳେ ବନାଚଂଳ ଅଧିକାରୀ ବାସୁଦେବନାୟକ,ସହକାରି ବନସଂରକ୍ଷକ ଶ୍ରୀକାନ୍ତ ନାୟକ ଓ ଅନ୍ୟାନ ବନକର୍ମଚାରୀ ମାନେ  କାର୍ଯକ୍ରମ ପରିଚାଳନା କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.