Home ଓଡ଼ିଶା ମାଲକାନଗିରି ର ନୂତନ ଜିଲ୍ଲାପାଳ ବିଶାଲ ସିଂ ଙ୍କ ଦାଇତ୍ୱ ଗ୍ରହଣ

ମାଲକାନଗିରି ର ନୂତନ ଜିଲ୍ଲାପାଳ ବିଶାଲ ସିଂ ଙ୍କ ଦାଇତ୍ୱ ଗ୍ରହଣ

50

ମାଲକାନଗିରି,୧ା୭ (ଓଡିଆ ପୁ୍‌ଅ ) ମାଲକାନଗିରି ର ନୂତନ ଜିଲ୍ଲାପାଳ ବିଶାଲ ସିଂ ବୁଧବାର ଦିନ ଦାଇତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ସିଂ ୨୦୧୬ ଆଇଏସ କ୍ୟାର୍ଡର ସେ ପୁବ ର୍ରୁ ଯାଜପୁର ଜିଲ୍ଲାରେ ପିଡି ଡିଆରଡିଏ ଭାବେ ସଫଳତାର ସହିତ କାର୍ଯ୍ୟକରିଆସୁଥିଲେ । ମାଲକାନଗିରି ର ପୁବ ର୍ତନ ଜିଲ୍ଲାପାଳ ଓ୍ୟାଇ ବୀଜୟ ଙ୍କ ବିବାଦୀୟ ପରିସ୍ଥିରେ ବଦଳି ହେବା ପରେ ଶ୍ରୀ ସିଂ ଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି, ଶ୍ରୀ ବୀଜୟ ଙ୍କୁ ରାଜ୍ୟପ୍ରାଣୀ ସଂପଦ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ନୂତନ ଜିଲ୍ଲାପାଳ ଶ୍ରୀ ସିଂ ଦାଇତ୍ୱ ନେବାପରେ ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ ଓ ଜିଲ୍ଲାପାଳ କାର୍ଯ୍ୟାଳୟର ଅନ୍ୟାନ ଅଧିକାରୀ କର୍ମଚାରି ମାନେ ତାଙ୍କୁ ପୁଲତୋଡା ଦେଇ ସ୍ୱାଗତ ସମ୍ବୋର୍ଦ୍ଦନା ଜଣାଇଥିଲେ । ପୁବ ର୍ତନ ଜିଲ୍ଲାପାଳ ତାଙ୍କ ଅଫିସ ଚ୍ୟାମ୍ବର ନିର୍ମାଣ କାମ ପାଇଁ ଭାଙ୍ଗିଦେଇ ଥିବା ଓ ନିର୍ମାଣ କାମ ଚାଲିଥିବାରୁ ନୂତନ ଜିଲ୍ଲାପାଳ ଅନ୍ୟ ଏକ ଛୋଟ ପ୍ରକୋଷ୍ଟରେ ବସି ନିଜର କାର୍ଯ୍ୟ ତୁଲାଉଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.