Home ଜିଲ୍ଲା ପରିକ୍ରମା ମାଲକାନଗିରି ରେ ମହାଶିବରାତ୍ରି, ଯଦୁଗୁଡା ପର୍ବତ ଓ ମଲ୍ଲୀକେଶ୍ୱର ଶୈବପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ମାଲକାନଗିରି ରେ ମହାଶିବରାତ୍ରି, ଯଦୁଗୁଡା ପର୍ବତ ଓ ମଲ୍ଲୀକେଶ୍ୱର ଶୈବପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

432

ମାଲକାନଗିରି, ୪ା୩(ଓଡିଆ ପୁଅ ) ସମଗ୍ର ମାଲକାନଗିରି ଜିଲ୍ଲାରେ ଆଜି ପବିତ୍ର ମହାଶିବରାତ୍ରି ବିଭିନ୍ନ ଶୈବପୀଠଗୁଡିକରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଛତିଶଗଡ ରାଜ୍ୟ ସୀମାନ୍ତ ଯଦୁଗୁଡା ପାହଡ ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ମାଲ୍ୟବନ୍ତ ପର୍ବତ ମହୁଲଲାକଟା ପାହଡ ଉପରେ ଥିବା ମୁଖ୍ୟ ଶୈବପୀଠ ମଲ୍ଲୀକେଶ୍ୱର ମନ୍ଦିର ଠାରେ ମହାଆଡମ୍ବରପୂର୍ଣ୍ଣ ସହକାରେ ଜାଗରମେଳା ଅନୁଷ୍ଟିତ ହୋଇଯାଇଛି।ଏହି ଜାଗରମେଳାରେ ଓଡିଶା, ଛତିଶିଗଡ, ଆନ୍ଧ୍ରପ୍ରଦେଶ, ତେଲାଙ୍ଗାନା ଚାରୋଟି ରାଜ୍ୟର ପ୍ରାୟ ଲକ୍ଷାଧିକ ଭକ୍ତମାନଙ୍କର ସମାଗମ ହୋଇଛି। ମଲ୍ଲିକେଶ୍ୱର ପିଠରେ ଆଜି ଭୋର ୪ଟା ଠାରୁ ପୂଜା ଅରମ୍ଭ ହୋଇ ଯାଇଛି। ପ୍ରଥମେ ଗାଁ ପୁଜାରୀ ଜଳାଭିଷେକ କରିବାପରେ ଭକ୍ତମାନଙ୍କ ଭିଡ ଲାଗି ଯାଇଥିଲା। ପର୍ବତ ରୋହଣକରି ଏହିପିଠକୁ ମାଲକାନଗିରି ବରିଷ୍ଟ ଜିଲ୍ଲାସ୍ତରୀୟ ଅଧିକରୀ ମାନଙ୍କ ସହିତ ହଜାରହଜାର ସଂଖ୍ୟାରେ ଭକ୍ତ ଯାଇ ଠାକୁର ଦର୍ଶନକରି ଜଳାଭିଷେକ କରିଥିଲେ। ଜାଗର ଭିଡକୁ ଲକ୍ଷ୍ୟକରି ଜିଲ୍ଲାପୁଲିସ ପ୍ରଶାସନ ଓ ସ୍ଥାନୀୟ ଦୁର୍ଗାଗୁଡିସାହି ର ଯୁବକସଂଘ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ଏହି ପିଠରେ ଭୋଗନେବା ଲାଗି ପଲିଥିନ ଜରି ବ୍ୟବହାର ବନ୍ଦକରା ଯାଇ ଭକ୍ତମାନଙ୍କ ପାଇଁ ମାଗଣାରେ କପଡା ବ୍ୟାଗର ବ୍ୟବସ୍ଥା ହୋଇଥିଲା। ମଲ୍ଲୀକେଶ୍ୱର ପର୍ବତରେ ସୁନ୍ଦର ଆଲୋକମାଳା ସାଙ୍ଗକୁ ସୁସଜିତ ତୋରଣ ଦର୍ଶକମାନଙ୍କ ମନମୋହିଥିଲା। ମଲ୍ଲୀକେଶ୍ୱର ପୂଜାକମିଟି ପକ୍ଷରୁ ସମସ୍ଥ ଭକ୍ତଙ୍କ ପାଇଁ ଦୁଇଦିନ ଧରି ଅନ୍ନପ୍ରାସାଦର ବ୍ୟବସ୍ଥା କରା ଯାଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ମାଲକାନଗିରି ଥାନା ଅଧିକାରୀ ରଜଂନ କୁମାର ସାହୁ ପୁଲିସ ସଦଳ ବଳ ସହ ନିଜେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥା କରିଥିଲେ। ମଲ୍ଲିକେଶ୍ୱର ପିଠରେ ଭୋର ୪ଟା ଠାରୁ ପୂଜା ଆରମ୍ଭ ହୋଇ ଦିନ ଗୋଟାଏ ରେ ମହାବେଶ ଓ ରାତ୍ର ୧୧ଟାରେ ମହାଦୀପ ଉଠାଯିବାର ବ୍ୟବସ୍ଥା ହୋଇଛି। ତଳସାହି, ଦିର୍ଗାଗୁଡିସାହି, ଫ୍ରେଣ୍ଡସ୍କ୍ଲବ, ରଷ୍ଟ୍ରୀୟ ସ୍ୱଂୟସହାୟକ ସଂସ୍ଥା, ବ୍ରହ୍ମକୁମାରି ସଂସ୍ଥା, ପୂଜାକମିଟି, ପକ୍ଷରୁ ଭକ୍ତମାନଙ୍କ ପାଇ ପାନିୟଜଳ, ଦହିପଣା ସାଙ୍ଗକୁ ଅନ୍ନପ୍ରସାଦର ବ୍ୟବସ୍ଥା କରିଥିଲେ।ଏହି ମଲ୍ଲୀକେକେଶ୍ୱର ପୀଠରେ ଦୁଇଦିନଧରି ଜାଗର ଯାତ୍ରା ପାଳିତ ହେଉଛି। ପ୍ରତ୍ୟକ ରାତ୍ରରେ ଦେଶିଆ ନାଟକ ପରିବେଷଣ ସାଙ୍ଗକୁ ଭଜନ ସମାରୋହ ର ଆୟୋଜନ କରାଯାଇଥିଲା। ବିଶେଷକରି ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ଦୁଇକିମି ଦୂରରେ ଥିବା ମାଲ୍ୟବନ୍ତ ପର୍ବତ ଶିଖର ମହୁଲଲାକଟା ପାହଡ ଉପରେ ଖୋଲା ଆକାଶତଳେ ରହିଛି ୬ଫୁଟ ଉଚ୍ଚତା ବିଶିଷ୍ଟ ପଥର ର ଶିବଲିଙ୍ଗ କେଉଁ ଆବାହନ କାଳରୁ ପୂଜାପାଇ ଆସୁଛନ୍ତି ମଲ୍ଲିକେଶ୍ୱର ଦେବ ନାମରେ। ପ୍ରତି ବର୍ଷ ଶିବଲିଙ୍ଗ ବୃଦ୍ଧିପାଉଥିବାର ପୂଜାରୀ ଓ ଭକ୍ତମାନେକୁହନ୍ତି।ଏହାକୁ ମାଲକାନଗିରିର ଦ୍ୱିତୀୟ କପିଳାଶ ଶୈବପୀଠ ନାମରେ ମଧ୍ୟ ଆଖ୍ୟା ଦିଆ ଯାଇଛି।

ଇତି ମଧ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହିପିଠରେ ଉନ୍ନତି କରା ଯାଇଛି। ସମୁଦ୍ର ପତନଠାରୁ ୭୦୦ ଫୁଟ ଉଚ୍ଚରେ ଅବସ୍ଥିତ ମାଲ୍ୟବନ୍ତ ଓ ଗୋଇ ପବର୍ତ ରେ ରହିଛି ମହୁଲ ଲାକଟା ପାହଡ ସେଠାରେ ଥିବା ମଲିକେଶ୍ୱର ନାମରେ ଶିବ ଠାକୁରଙ୍କ ପିଠକୁ ଗମନାଗମନ ପାଇଁ ପାହଡ ଉପରେ ୯୦୦ଟି ପାହଚ, ରାସ୍ତାର ଦୁଇପାର୍ଶ୍ବରେ ଭକ୍ତମାନଙ୍କ ପାଇଁ ରେଲିଂ, ବିଶ୍ରାମପାଇଁ ରେଷ୍ଟ ସେଡ ନିର୍ମାଣ ସହ ଶୈବପୀଠର ଅନ୍ୟାନ୍ୟ ଉନ୍ନତି ମୁଳକ କାର୍ଯ୍ୟକରା ଯାଇଛି। ମଲ୍ଲୀରେଶ୍ୱର ପୀଠ ପ୍ରବେଶ ଦ୍ୱାରରେ ଥିବା ବିରାଟ ପଥରଚଟାଣରେ ଦେବତା ଓ ଅସୁର ମାନଙ୍କ ସମୁଦ୍ରମନ୍ଥନ ସମୟରେ ଶିବଙ୍କ ଗରଳ ପାନ ପ୍ରତିଛବିଦୃଶ୍ୟ ଓ ବିରାଟ କାୟ ବୃଷଭ ମୂର୍ତ୍ତୀ ଭକ୍ତ ଓ ପର୍ଯ୍ୟଟକ ମାନଙ୍କୁ ଆକର୍ଶିତ କରିଛି। ଠିକ ସେହିପରି ଛତିଶଗଡ ସିମାନ୍ତ ପଦ୍ମଗିରି ପଚାଂୟତ ନିକଟ ଯଦୁଗୁଡା ରେ ଥିବା ପୁରାଣପ୍ରସିଦ୍ଧ ଯଦୁପାହଡଗୁମ୍ଫା ମଧ୍ୟରେ ଥିବା ଶୈବପୀଠରେ ଆଦିବାସି ସଂସ୍କୃତି ଅନୁଯାଇ ଜାଗର ଯାତ୍ରା ପୂଜାପାଠକରା ଯାଇଛି।ଏହିପିଠକୁ ବନବିଭାଗ ପକ୍ଷରୁ ପ୍ରାକୃତିକ ସବୁଜ ଉଦ୍ୟାନର ମାନ୍ୟତା ଦିଆଯାଇ, ଔଷଧୀୟ ଉଦ୍ୟାନ, ଶିଶୁ ଉଦ୍ୟାନ, ବିଭିନ୍ନ ବନ୍ୟ ଜନ୍ତୁ ଓ ପଶୁ ପକ୍ଷୀଙ୍କ ପ୍ରତିମୂର୍ତି, ଜଳାଶୟ ଓ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିବାରୁ ଛତିଶଗଡ ରାଜ୍ୟ ତଥା ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରୁ ପ୍ରାୟ ଭକ୍ତଙ୍କ ସମାଗମ ହୋଇଛି।ସୁଉଚ୍ଚ ପୋଡା ଜଉପାହଡ ନିକଟରେ କୁଳୁକୁଳୁ ନାଦରେ ବୋହି ଯାଉଥିବା ଚିରସ୍ରୋତା ଝରଣା ବନାନିର ମନୋରମଦୃଶ୍ୟ ଭକ୍ତ ମନାଙ୍କ ମନମୋହିଛି। ଏଠାରେ ତିନିଦିନଧରି ଶିବରାତ୍ର ଯାତ୍ରାପାଳନ ହୁଏ, ତିନି ରାତ୍ର ଧରି ଦେଶିଆନାଟ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି। ଠିକ ସେହପରି ସତିଗୁଡା ଜଳଭଣ୍ଡାର ନିକଟ ପାହଡଗୁମ୍ଫାରେ ଥିବ ଶୈବ ପିଠ, ସିବାନନ୍ଦଅଶ୍ରମର କାଶିବିଶ୍ୱାନାଥ, ୧୧୯ କଲୋନି ଓ ହାଟପଦାର ର ଆଖଣ୍ଡଳମଣୀ, ରିକ୍ଲାମେଶନ କଲୋନିର ଶୈବପିଠ, ତଳସାହି, ଦୁର୍ଗାଗୁଡିସାହି ଶୈବପିଠ ସହିତ କାଲିମେଳା, ମୋଟୁ, ପଡିଆ, ପୋଟେରୁ, ଏମଭି ୭୯, କୋରକୁଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, ଗୁମ୍ମା, ନିଳାକେମ୍ବେରୁ, ଖଇରପୁଟ, ଗୋବିନ୍ଦପାଲି, ମାଥିଲି, ପାଣ୍ଡ୍ରିପାଣି, କତାମେଟା, ପଦ୍ମଗିରି, ଚିତ୍ରକୋଣ୍ଡା ଜଳଭଣ୍ଡାର ଅପରପାର୍ଶ୍ବ ର୍ରେ ଥିବା ରାଲେଗଡା.ବଡପାଡା ଠାରେ ବହୁପୁରାତନ ପଥର ଶିବଲିଙ୍ଗ ନିକଟରେ ଜାଗରଯାତ୍ରା ପାଳିତ ହେବାସହ ବିଭିନ୍ନସ୍ଥାନରେ ଥିବା ଶୈବପୀଠ ମାନଙ୍କରେ ପବିତ୍ର ମହାଶିବରାତ୍ରୀ ଓ ଜାଗର ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.