Home ଓଡ଼ିଶା ମାଲକାନଗିରି ରେ ବୈଦିକ ବ୍ରାହ୍ମଣ ସମାଜ କାର୍ଯ୍ୟକାରିଣୀ ବୈଠକ,ରାଜନିତୀ ଓ ଅନ୍ୟାନ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ...

ମାଲକାନଗିରି ରେ ବୈଦିକ ବ୍ରାହ୍ମଣ ସମାଜ କାର୍ଯ୍ୟକାରିଣୀ ବୈଠକ,ରାଜନିତୀ ଓ ଅନ୍ୟାନ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ଦାବି

148

ମାଲକାନଗିରି,୩ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ତଳସାହିସ୍ଥ ବ୍ରାହ୍ମଣ ସମାଜ ସଭାଗୃହରେ ଅବିଭକ୍ତ କୋରାପୁଟ ଜିଲ୍ଲା ବ୍ରାହ୍ମଣ ସମାଜର କାର୍ଯ୍ୟକାରଣି ବୈଠକ ମାଲକାନଗିରି ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ବିନାୟକ ସତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକରେ କୋରାପୁଟ ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ନରସିଂହ ମିଶ୍ର,ରାୟଗଡା ଜିଲ୍ଲା ସଭାପତି କିଶୋରଚନ୍ଦ୍ର ପଣ୍ଡା,ନବରଙ୍ଗପୁର ଜିଲ୍ଲାସଭାପତି ସୁରେଶ ଚନ୍ଦ୍ର ତ୍ରୀପାଠୀ,ମୃତ୍ୟୁଜଂୟ ଦାଶ,ଲକ୍ଷମୀକାନ୍ତ ମିଶ୍ର,ଜଳେନ୍ଦ୍ର ତ୍ରୀପାଠୀ,କିଶୋର ପଣ୍ଡା,ପଦ୍ମନାଭପଣ୍ଡା,ଲୋକନାଥ ସାବତ,ଗୁପ୍ତପ୍ରସାଦ ପଣ୍ଡା,ସିମାଚଂଳ ପାଣିଗ୍ରାହୀ, ବ୍ରଜକିଶୋର ପାଳ,ପ୍ରଫୁଲପଣ୍ଡା, ମୋହନ ଚନ୍ଦ୍ରପାଢୀ, ରବିନାରାୟଣ ପାଣିଗ୍ରାହୀ,ଦିବାକର ପାଳ,ଗୁପ୍ତପ୍ରାସାଦ ମହାପାତ୍ର,ଗୋପାଳକୃଷ୍ଣ ପଣ୍ଡା,ଲମ୍ବୋଦର ପାତ୍ର ବସନ୍ତକୁମାର ପଣ୍ଡା,ପଦ୍ମନାଭ ପଣ୍ଡା,ଙ୍କ ସହିତ ୪ଟି ଜିଲ୍ଲାର ଶତାଧିକ ବ୍ରାହ୍ମଣ ମାନେ ଉପସ୍ଥିତ ରହି ନିଜନିଜର ମତ ଉପସ୍ଥାପନ କରିଥିଲେ । ମାଲକାନଗିରି ବୈଦିକ ବ୍ରାହ୍ମଣସମାଜର ସଂପାଦକ ସିମାଚଂଳ ପଣ୍ଡା ସଭାପରିଚାଳନା କରିଥିଲେ । ଅନ୍ୟାନ ସଂପ୍ରଦାୟକଙ୍କ ପରି ବ୍ରାହ୍ମଣମାନଙ୍କ ପାଇଁ ରାଜନିତୀ ଓ ଅନ୍ୟାନ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ କରାଯିବା ଉଚିତ,ବ୍ରାହ୍ମଣ ମାନେ ସଙ୍ଗଠିତ ହୋଇ ପ୍ରଥମେ ସମାଜକୁ ସୁଦୃଢ କରିବା ସହ ଦେଶରେ ଶାନ୍ତି ଓ ମୈତ୍ରୀର ବାର୍ତା ପ୍ରଦାନ କରିବା ଆବଶ୍ୟକତା ରହିଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।କୋରାପୁଟ ଦାମନଯାଡି ଠାରେ ମାଗଣାରେ ବ୍ରାହ୍ମଣ ସମାଜର ଶିକ୍ଷିତ ଯୁବକ ମାନଙ୍କୁ ବିଭିନ୍ନ ପୂଜାପାଠ ସହ କର୍ମକାଣ୍ଡ ସଂପର୍କରେ ଶିକ୍ଷାଦିଆ ଯିବା ପାଇଁ ଏହି ବୈଠକ ରେ ନିସ୍ପତି ନିଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.