Home ଓଡ଼ିଶା ମାଲକାନଗିରି ପୌରାଚଂଳ ସଟ୍ ଡାଉନ,ରାସ୍ତାଘାଟ ଜନଶୂନ୍ୟ

ମାଲକାନଗିରି ପୌରାଚଂଳ ସଟ୍ ଡାଉନ,ରାସ୍ତାଘାଟ ଜନଶୂନ୍ୟ

71

ମାଲକାନଗିରି,୪ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ପହଁଚିଗଲାଣି,ସହରରେ ୨ଜଣ ସାଧରଣ ନାଗରିକ ଙ୍କର ପଜିଟିଭ ଚିହ୍ନଟ ହୋଇଥିବାରୁ ସହରରେ ଗୋଷ୍ଠି ସଂକ୍ରମଣ ହେବାର ଆଶଙ୍କାକୁ ଆଖିଆଗରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ପୌରାଚଂଳ କୁ ୨ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା କଟକଣା ଓ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସଟ୍‌ଡାଉନ୍ ପାଇଁ ଆଜି ମାଲକାନଗିରି ସହର ସହିତ ପୌରାଚଂଳର ସମସ୍ଥ ରାସ୍ତାଘାଠ ସାହି ବସ୍ତି ଜନଶୂନ୍ୟ ରହିଛି । ବିଭିନ୍ନ ରାସ୍ତା ର ଛକ ସ୍ଥାନ ଗୁଡିକରେ ପୁଲିସ ଓ ନୋଡାଲ ଅଫିସର ମାନେ ପଇଁତରା ମାରୁଛନ୍ତି । ସହରକୁ ନାକାବନ୍ଦି କରାଯିବାସହିତ ସୀମାସିଲ କରିଦିଆଯାଇ ପୁଲିସ ସୁରକ୍ଷା ବ୍ୟବସ୍ଥା କୁ ଟାଇଟ୍ କରିଦିଆ ଯାଇଛି । କରୋନା ସଂକ୍ରମଣରୁ ରକ୍ଷାପାଇବା ପାଇଁ ୩ତାରିଖ ରାତ୍ର୮ଟା ଠାରୁ ୫ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ଦୁଇଦିନ ଧରି ପୌରାଚଂଳକୁ ସଟ୍ ଡାଉନ୍ ରଖାଯାଇଛି । ଆଜି ସକାଳେ ମାଲକାନଗିରି ଜିଲ୍ଲାସଦର ମହକୁମା ସହିତ ପୌରାଚଂଳର ୧୯ଟି ଯାକ ଓ୍ୟାର୍ଡ ରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ପିଡି ଡିଆରଡିଏ ବାଳମୁକନ୍ଦ ଭୂୟାଁ, ପିଏ ଆଇଟିଡିଏ କ୍ଷୀରାଦ୍ଧିବେହେରା, ଡିଆରଡିଏ ଏପିଡି ମାନସ କୁମାର ମିଶ୍ର,ତହସିଲଦାର ଡ. ଗୁଣନିଧି ନାୟକ,ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଅନ୍ୟାନ ପ୍ରଶାସନିକ ଅଧିକାରୀ ଓ ନୋଡାଲ ଅଫିସର ମାନେ ସାହି ବସ୍ତି ବୁଲି ବୁଲି ସଟଡାଉନର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ସଟ୍‌ଡାଉନ୍ ସୁପରିଚାଳନା ନିମନ୍ତେ ପୌରାଚଂଳର ୧୯ଟି ଯାକ ଓ୍ୟାର୍ଡପାଇଁ ୧୯ଜଣ ନୋଡାଲ ଅଫିସରଙ୍କୁ ମୁତୟନ କରାଯାଇ ଜନସାଧାରଣଙ୍କ ସୁବିଧା ପାଇଁ ସେମାନଙ୍କ ମୋବାଇଲ ନମ୍ବର ସବ ର୍ସାଧରଣ ପ୍ରକାଶ କରାଯାଇଛି । ୩ତାରିଖ ଦିନ ୨ଟାଠାରୁ ସମସ୍ତ ଦୋକାନବଜାର ଗୁଡିକ ବନ୍ଦହୋଇଯାଇଛି, ପୌରାଚଂଳର ବିଭିନ୍ନ ମୁଖ୍ୟ ରାସ୍ତାଗୁଡିକୁ ବେରିକେଟ କରାଯାଇ ପୁଲିସ ପ୍ରହରା ସହ ନାକାବନ୍ଦି କରିଦିଆଯାଇଛି । କେବଳ ରୋଗୀ ,ହସପିଟାଲ,ଆମ୍ବୁଲାନ୍ସ ସେବାକୁ ଅନୁମତି ପ୍ରଦାନ କରାଯାଇଛି । ୫ତାରିଖ ରାତ୍ର୧୨ଟା ପଯ ର୍୍ୟନ୍ତ ପୌରାଚଂଳର ୧୯ଟି ଯାକ ଓ୍ୟାର୍ଡରେ ସଟ୍‌ଡାଉନ୍ ନିୟମ ବଳବତର ରହିବ, ସଟ୍‌ଡାଉନ ପାଇଁ ସହରବାସୀ କିଛି ଭୟଭିତ କିମ୍ବା ଛାନିଆ ହୁଅନ୍ତୁ ନାହିଁ, କରୋନା ସଂକ୍ରମଣ ଠାରୁ ଦୂରରେ ରହିବା ପାଇଁ ସଟ୍‌ଡାଉନ୍ ନିୟମପାଳନ କରି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, କୋଭିଡ୧୯ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପ୍ରଶାନ ପକ୍ଷରୁ ପରାମର୍ଶ ଦିଆଯାଇଛି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.