Home ଜିଲ୍ଲା ପରିକ୍ରମା ମାଲକାନଗିରି ପୁଲିସର ସଫଳତା,ବାଇକ ସହ ଆନ୍ତରାଜ୍ୟ ଡିକିଭଙ୍ଗା ଦୁଇ ଲୁଟେରା ଗିରଫ

ମାଲକାନଗିରି ପୁଲିସର ସଫଳତା,ବାଇକ ସହ ଆନ୍ତରାଜ୍ୟ ଡିକିଭଙ୍ଗା ଦୁଇ ଲୁଟେରା ଗିରଫ

93

ମାଲକାନଗିର,୧୭ ।୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପୁଲିସ କୁ ଏକ ବଡ ଧରଣର ସଫଳାତା ମିଳିଛି । ପୁଲିସ ଆଖିରେ ଧୂଳିଦେଇ ଦିନଦ୍ୱିପ୍ରହରରେ ଲକ୍ଷାଧିକ ଟଙ୍କା ଲୁଟକରୁଥିବା ଦୁଇଜଣ ଆନ୍ତରାଜ୍ୟ ଲୁଟେରାଙ୍କୁ ମାଲକାନଗିରି ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଆଜି ମଧ୍ୟାହ୍ନରେ ମାଲକାନଗିରି ଜିଲ୍ଲାପୁଲିସ ମୁଖ୍ୟକାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରବଣ ବିବେକ ଏମ ଗିରଫ  ଦୁଇ ଲୁଟେରା ଙ୍କୁ ପ୍ରଦର୍ଶନ କରି ସେମାନଙ୍କ କାରନାମା ସଂପର୍କରେ ସୁଚନା ଦେଇଛନ୍ତି । ମାଲକାନଗିରି ପୁଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଡାଉକରି ଏହି ଦୁଇ ଲୁଟେରାଙ୍କୁ ଗିରଫକରିବା ରେ ସଫଳ ହୋଇଥିଲେ । ଗିରଫ ଦୁଇଜଣ ଗଜାଂମ ଜିଲ୍ଲା ଭଜଂନଗର ଥାନା ଅଚଂଳର ଏମ.ଚିରଜିଂବୀ(୩୦) ଓ ଆଉଲା ରକି(୨୮) ଏହି ଦୁଇଜଣ ଏକ କଳା ରଙ୍ଗର ସୁଜିକ ବାଇକରେ ଆସି  ମାଲକାନଗିରି ଜିଲ୍ଲାସଦର ମହକୁମାର ମାନସ ରଜଂନ ମହାନ୍ତିଙ୍କ ବାଇକର ଡିକି ଭାଙ୍ଗି ସେଥିରୁ ୬୦ହଜାର ଟଙ୍କା ଲୁଟ କରିନେଇଥିଲେ । ଗତ ମାସ ୧୦ତାରିଖରେ ମାନସ ଏସବିଆଇ ବ୍ୟାଙ୍କରୁ ୧,୫୦,୦୦୦ ଟଙ୍କା ଉଠାଇ ତାଙ୍କ ବାଇକ ଡିକିରେ ରଖି ନିଜ ଘରକୁ ଯାଇଥିଲେ । ଘର ଆଗରେ ବାଇକଟି ଥିଲା, ଏହି ଦୁଇ ଲୁଟେରା ସେଠାକୁ ଆସି ତାଙ୍କ ବାଇକ ଡିକି ଭାଙ୍ଗି ଥିଲେ , କଣ ଗୋଟିଏ ଶଦ୍ଧହେଲା ବୋଲି ମାନସଙ୍କ ବାପା ବାହରକୁ ଆସି ଦେଖିବାରୁ ଏହି ଦୁଇଜଣ ତରବରିଆ ଭାବେ ଡିକିରୁ ୬୦ହଜାର ଟଙ୍କା ନେଇ ଦୃତ ଗତିରେ ପଳାଇଥିଲେ । ସଙ୍ଗେ ସଙ୍ଗେ ମାନସ ଓ ତାଙ୍କର ସାଙ୍ଗ ମାନେ ଏହି ଦୁଇ ଲୁଟେରାଙ୍କ ପିଛାକରି ସେମାନଙ୍କୁ ପାଇନଥିଲେ । ପରେ ଥାନାରେ ଏତଲା ଦେଇଥିଲେ । ସେହି ଏତଲା କୁ ଭିତି କରି ମାଲକାନଗିରି ଥାନାପୁଲିସ ତଦନ୍ତ ଆରମ୍ଭ କରିଦେଇଥିଲେ ।

ମାଲକାନଗିରି ଜିଲ୍ଲାରେ ଗତକିଛି ମାସହେଲା ଲଗାତର ଭାବେ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ମଟରସାଇକେଲ ଡିକି ଭାଙ୍ଗି ଲୁଟେରା ମାନେ ଲକ୍ଷାଧିକ ଟଙ୍କା ଲୁଟକରିନେଇ ଛନ୍ତି । ବିଶେଷ କରି ଏହି ଲୁଟେରା ଙ୍କୁ ଧରିବା ପାଇଁ ମାଲକାନଗିରି ଏସପି ଜଗମୋହନ ମୀନା ଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଶ୍ରବଣବିବେକ ଏମ ଙ୍କ ନେତୃତ୍ୱରେ ଡିଏସପି ଦିଲ୍ଲୀପକୁମାର ଦାଶ,ମାଲକାନଗିରି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରୀପାଠୀ ଓ ଅନ୍ୟାନ ପୁଲିସ ଅଧିକାରୀ ମାନଙ୍କୁ ନେଇ ଦୁଇଟି ସ୍ୱତନ୍ତ୍ର ପୁଲିସ ସ୍କାର୍ଡ ଟିମ ଗଠନ କରାଯାଇଥିଲା । ଏହି ଦୁଇଟି ଟିମ ଜିଲ୍ଲା ଓ ଜିଲ୍ଲାବାହାରେ ଯୋରଦାର ଖନତଲାସି ଆରମ୍ଭ କରିଦେଇଥିଲେ । ବିଶ୍ୱସ୍ତ ସୁତ୍ରରୁ ପୁଲିସ ଖବର ପାଇ ଗଜାଂମ ଜିଲ୍ଲା ଭଜଂନଗର ରେ ପହଁଚିଥିଲେ । ସେଠାରୁ ନମ୍ବର ବିହିନ କଳାରଙ୍ଗର ବାଇକ ଓ ଏମ.ଚିରଜିଂବୀ,ଆଉଲା ରକୀ ଙ୍କୁ ଗିରଫ କରି ମାଲକାନଗିରି ଆଣିଥିଲେ । ସେ ଦୁଇଜଣ କେବଳ ମାଲକାନଗିରି ଜିଲ୍ଲାରେ ନୁହଁ ଆନ୍ଦ୍ର.ଛତିଶଗଡ,ଓଡିଶାର ବିଭିନ୍ନ ସ୍ଥାନରେ ଡିକି ଭାଙ୍ଗି ଟଙ୍କା ଲୁଟକରିଥିବାର ପୁଲିସ ଆଗରେ ପ୍ରକାଶ କରିଛନ୍ତି । ଏମାନଙ୍କ ସହିତ ଆଉ କାହାର ସଂପର୍କ ରହିଛି କି ନାହଁ ପୁଲିସ ତଦନ୍ତ ଚଳାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ବିବେକ ଙ୍କ ସହ ଡିଏସପି ଦିଲ୍ଲୀପକୁମାର ଦାଶ,ମାଲକାନଗିରି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରୀପାଠୀ ଓ ଅନ୍ୟାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.