Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ହସପିଟାଲରେ ସନ୍ଧିଗ୍ଧ କରୋନା ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସା ସମୟରେ ଚମ୍ପଟ ମାରିଲେ

ମାଲକାନଗିରି ଜିଲ୍ଲା ହସପିଟାଲରେ ସନ୍ଧିଗ୍ଧ କରୋନା ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସା ସମୟରେ ଚମ୍ପଟ ମାରିଲେ

48

ମାଲକାନଗିରି,୧୧ା୩(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ହସପିଟାଲର ସ୍ୱତନ୍ତ୍ର ଆଇସୁଲେସନ ଓ୍ୟାର୍ଡ ରେ ଜଣେ କରୋନା ସନ୍ଧିଗ୍ଧ ବ୍ୟକ୍ତି ଚିକିତ୍ସିତ ହେଉଥିବା ସମୟରେ ତାଙ୍କୁ ଉଚ୍ଚତର ପରୀକ୍ଷା ଓ ଚିକିତ୍ସା ନିମନ୍ତେ କୋରାପୁଟ ହସପିଟାଲକୁ ସ୍ଥାନାନ୍ତର ପାଇଁ ଡାକ୍ତରମାନେ ପରାମର୍ଶ ଦେବାରୁ ସେ ଡାକ୍ତରଖାନାରୁ ଚମ୍ପଟ ମାରି ନିଜ ଘରକୁ ପଳାଇଥିବାର ଜଣାପଡିଛି । ପରେ ସେହି ବ୍ୟକ୍ତିଙ୍କ ଘରକୁ ହସପିଟାଲରୁ ଏକ ସ୍ୱତନ୍ତ୍ର ଟିମ ଯାଇ ତାଙ୍କପରିବାରଙ୍କୁ ଭେଟି ଘରେ ତାଙ୍କୁ ଏକୁଟିଆ କୋଠରୀରେ ରଖି ସେବାକରିବା ପାଇଁ ପରାମର୍ଶ ଦିଆଯାଇଛି । ସୁଚନା ଅନୁଯାଇ ମାଲକାନଗିରି ଥାନାସ୍ଥ ବଦଲି ପଚାଂୟତ ଅଚଂଳର ଜଣେ ବ୍ୟକ୍ତି ଗତ କିଛି ବର୍ଷହେଲା କଲିକତା ଇସ୍କନ ମନ୍ଦିରରେ କାମକରୁଥିଲେ ।ଗତ କିଛି ମାସହେଲା ସମଗ୍ର ବିଶ୍ୱରେ କରୋନା ଭୁତାଣୁର ଆତଙ୍କ ଦେଖାଦେବା ଘଟଣା ପରେ ଇସ୍କନମନ୍ଦିର କୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ମାନଙ୍କ ସଂସ୍ପର୍ଷରେ ମାଲକାନଗିରିର ବ୍ୟକ୍ତି ଆସିଥିବାରୁ ସେ ଭୟଭିତ ହୋଇପଡି କଲିକତାରୁ ନିଜଘର ମାଲକାନଗିରି କୁ ପଳାଇଆସିଥିଲେ । ସେ ଘରେ ପହଁଚିବା ପରେ ଗତଦୁଇଦିନ ତଳ ତୋଙ୍କୁ ଧଣ୍ଡା,କାଶ,ଛିଙ୍କ ହେବାରୁ ଭୟରେ ତାଙ୍କପରିବାର ମାଲକାନଗିରି ଜିଲ୍ଲାହସପିଟାଲ ରେ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ । ଡାକ୍ତର ମାନେ ତାଙ୍କୁ ସ୍ୱତନ୍ତ୍ର ଆୟ୍ୟୁସୁଲେସନ କୋଠରୀରେ ରଖି ଚିକିତ୍ସା ଆରମ୍ଭ କରିଦେଇଥିଲେ । ଥଣ୍ଡା ଛାଡୁନଥିବାରୁ କରୋନା ଭାତାଣୁ ଦ୍ୱାରା ଆକ୍ରନ୍ତ ହୋଇଥାଇ ପାରନ୍ତି ବୋଲି ସନ୍ଦେହରେ ତାଙ୍କର ରକ୍ତପରୀକ୍ଷା ପାଇଁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ । ମୋତେ ଖାଲି ଥଣ୍ଡା ଜ୍ୱର ହୋଇଛି କାହିଁକି କୋରାପୁଟ ଯିବି କହି ସଂପୃକ୍ତ ବ୍ୟକ୍ତି ହସପିଟାଲରୁ ନିଜଘରକୁ ଚମ୍ପଟ ମାରିଥିବାର ଜଣାପଡିଛି । ଏହା ଜାଣିବା ପରେ ସିଡିଏମଓ ଡା. ଶିବପ୍ରସାଦ ମହାରଣା ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଘରକ ୁପଠାଇ ସେ ବ୍ୟକ୍ତି କରୋନାର ଆକ୍ର୍‌ାନ୍ତ ହୋଇ ନାହାଁନ୍ତି,ସେ ଯେହେତୁ ବିଦେଶିମାନଙ୍କ ସଂସ୍ପର୍ଷରେ ଆସିଛନ୍ତି ଓ ତାଙ୍କୁ ଥଣ୍ଡା କାଶ ଛାଡୁନଥିବାରୁ ହୋମ ଆୟ୍ୟୁସୁଲେସନ ମଧ୍ୟରେ ରଖି ସେବା ଓ ଚିକିତ୍ସା କରିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିବାର ଜଣାପଡିଛି ।ଏହି ଘଟଣା ହସପିଟାଲ ରେ ହୋ ହଲା ହୋଇ ଲୋକେ ଜାଣିବା ପରେ ସମଗ୍ର ମାଲକାନଗିରି ଜିଲ୍ଲାରେ କରୋନା ଭୁତାଣୁର ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.