ମାଲକାନଗିରି, ୯ା୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ସଦର ମହକୁମା ହସପିଟାଲ ପରିସରରେ ପ୍ରଥମ ଥରକରି ଶିଶୁ ଝୁଲା( ଦୋଳି)ଉଦଘାଟିତ ହୋଇଯାଇଛି। କୌଣସି ଅବାଛିଂତ ଶିଶୁଟିକୁ ଫୋପାଡି ନଦେଇ ବିକ୍ରି ନକରି କିମ୍ବା ମାରିନଦେଇ ଏହି ଝୁଲା(ଦୋଳି)ରେ ରଖି ଦେବାର ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଅବାଛିଂତ ଶିଶୁଟିର ଜୀବନ ରକ୍ଷା ହେବା ସହିତ ତାର ମା ବାପା କିଏ କେହି ଜାଣିବାକୁ ପାଇବେ ନାହିଁ। କୌଣସି ବ୍ୟକ୍ତି ଉକ୍ତ ଶିଶୁଟିକୁ ଗ୍ରହଣ କରିପାରିବେ। ଏହି ଅଭିନବ ଯୋଜନାକୁ ମାଲକାନଗିରି ଜିଲ୍ଲା ହସପିଟାଲରେ କାର୍ଯ୍ୟକାରୀ କରାଯାଇଛି। ଜିଲ୍ଲା ଶିଶୁମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ହସପିଟାଲର ସୁପରି ଟେଣ୍ଡେଣ୍ଟ ତଥା ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନିଲ କୁମାର ମିଶ୍ର ଉପସ୍ଥିତ ରହି ଶିଶୁ ଝୁଲା(ଦୋଳି)କୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ଲିଗାଲ ଅଫିସର ସତଜିତ ପଣ୍ଡା, ଡାକ୍ତର ସପନ କୁମାର ଧିଣ୍ଡା, ଡାକ୍ତର ପ୍ରଫୁଲ କୁମାର ବେହେରା, ଚାଇଲ୍ଡ ଲାଇନର କର୍ମକର୍ତ୍ତା ଓ ହସପିଟାଲର ଷ୍ଟାପନର୍ସ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ।






