ମାଲକାନଗିରି,୨୨ା୨ (ଓଡିଆ ପୁଅ ) ଫେବୃୟାରୀ ମାସ ୨୧ତାରିଖକୁ ସମଗ୍ର ବିଶ୍ୱରେ ବିଶ୍ୱମାତୃଭାଷା ଦିବସ ଭାବେ ପାଳନ କରୁଥିବା ବେଳେ ସେଥିରୁ ବାଦ ପଡିନାହିଁ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା । ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ ନିୟମ ପାଳନ କରି ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଜାତିବଚେଂ ଭାଷାକୁନେଇ,ମାତୃଭାଷା ହିଁ ଭରିଦିଏ ଜାତିର ଆନ୍ତରତ୍ମାରେ ସ୍ୱାଭିମାନ,ମାତୃଭାଷାର ଉନ୍ନତି ଜାତିର ପ୍ରଗତୀ ବୋଲି ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଉତ୍କଳ ସାମ୍ବାଦିକ ସଂଘ ସଭାଗୃହରେ ରବିବାର ରାତ୍ରରେ ଆୟୋଜିତ ବିଶ୍ୱମାତୃଭାଷା ଦିବସ ପାଳନ ଅବସରରେ ମଚାଂଶିନଅତିଥି ମାନେ ବ୍ୟକ୍ତବ୍ୟପ୍ରଦାନ କରିଛଛନ୍ତି । ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲାସଭାପତି ଦୁର୍ଯ୍ୟଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଶ୍ୱମାତୃଭାଷା ଦିବସ ପାଳନ ଉତ୍ସବରେ ମୁଖ୍ୟଅତିଥିଭାବେ ଶିକ୍ଷାବିତ ରବିନ୍ଦ୍ର କୁମାର ମହାରଣା,ମୁଖ୍ୟବକ୍ତାଭାବେ ପୁବ ର୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ , ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ପ୍ରକାଶଚନ୍ଦ୍ର ପଟନାୟକ,ଅବସରପ୍ରାପ୍ତ ଶିକ୍ଷକ ସାହିତ୍ୟିକ ମନୋଜକୁମାର ସାହୁ ଯୋଗଦେଇଥିଲେ । ବିଶ୍ୱମାତୃଭାଷା ଦିବସ ସଂପର୍କରେ ଉଦବୋଧନ ଦେବାସହିତ ଓଡିଆ ଭାଷା ହେଉଛି ବହୁପୁରତନ ଭାଷା ,ସଭ୍ୟଶିକ୍ଷିତ ସମାଜର ଲୋକ ମାନେ ନିଜ ମାତୃଭାଷା ପ୍ରତି ଗୁରୁତ୍ୱ ଦେଉନାହାଁନ୍ତି,ଏହାର ସୁରକ୍ଷା ଓ ପ୍ରଚାରର ଆବଶ୍ୟକତା ରହିଛି ବୋଲି ମୁଖ୍ୟଅତିଥି ଶ୍ରୀ ମହାରଣା କହିଥିବା ବେଳେ ସମସ୍ଥ ସରକାରି ,ବେସରକାରି କାର୍ଯ୍ୟାଳୟ, ଶିକ୍ଷାଅନୁଷ୍ଟାନର ନାମ ଫଳକ ସହିତ ନିମନ୍ତ୍ରଣପତ୍ର ଗୁଡିକ ଓଡିଆ ଭାଷାରେ ଲେଖିବା ଦରକାର ,ସୀମାନ୍ତ ଗ୍ରାମଗୁଡିକରେ ଓଡିଆ ଭାଷା ସଂସ୍କୃତି ଧିରେ ଧିରେ ଲୋପପାଇବାକୁ ବସିଲାଣି,ଏହାର ସୁରକ୍ଷା ଓ ପ୍ରଚାର ନିମନ୍ତେ ସମସ୍ଥେ ଆଗେଇ ଆସିବା ଦରକାର, ମାଲକାନଗିରି ଜିଲ୍ଲାଟି ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା,ଛତିଶଗଡ ରାଜ୍ୟ ସୀମାନ୍ତବର୍ତି ଅଚଂଳରେ ଥିବାରୁ ଧିରେ ଧିରେ ଓଡିଆଭାଷା ସଂସ୍କୃତି ଲୋପପାଇ ଯିବାକୁ ବସିଲାଣି, ସମସ୍ଥ ସୀମାନ୍ତ ବର୍ତି ଅଚଂଳରେ ଓଡିଆ ଭାଷା ସଂସ୍କୃତିକୁ କିପରି ଗରୁତ ୍ୱଦିଆଯିବ,ସରକାରି ଘରୋଇ ପ୍ରିଷ୍ଟାନ,ଦୋକାନ ବାଜାର ,ରାସ୍ତା ଘାଟ ଗୁଡିକରେ ଓଡିଆ ଭାଷାରେ ନାମଫଳକ ଲେଖାଯିବା ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକରହିଛି ବୋଲି ମୁଖ୍ୟବକ୍ତା ଶ୍ରୀ ଦାଶ ତାଙ୍କ ଭାଷଣରେ କହିଥିଲେ । ପ୍ରାରମ୍ଭରେ ଶିଶୁ ପ୍ରତିଭା ସତ୍ୟଜିତ ମିଶ୍ର ସୁନ୍ଦର ଭାବେ ଉତ୍କଳ ଜନନୀ ସଂଗୀତ ଗାନ ସହବିଶ୍ୱ ମାତୃଭାଷା ଦିବସ ସଂପର୍କରେ କହିଥିଲେ । ଏହି ଅବସରରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଓଡିଆ ଭାଷା ସାହିତ୍ୟ ପ୍ରତି ଅବଦାନ ରଖିଥିବା ସୁ ସାହିତ୍ୟିକ ରତ୍ନାକରଦାଶ,ପ୍ରକାଶଚନ୍ଦ୍ର ପଟନାୟକ,ମନୋଜ କୁମାର ସାହୁ ଓ ରବିନ୍ଦ୍ର କୁମାର ମହାରଣାଙ୍କୁ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପ କ୍ଷରୁ ଉପଢୌକନ ଦେଇ ସମ୍ମାନିତ କରିବାସହିତ ପୁରସ୍କୃତ କରାଯାଇଥିଲା । ସାମ୍ବାଦିକ ସୋନୁ ଅନୁଗୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସାମ୍ବାଦିକ ଶ୍ରୀନିବାସ ପାତ୍ର,ମନୋଜକୁମାର ମହାନ୍ତି,ସତ୍ୟନରାୟଣ ପଣ୍ଡା,ଶ୍ରୀକାନ୍ତ ସେଠୀ, ଜୟନ୍ତି ବୁରୁଦା,ସଜୀଂବ ଢାଲି,ମାଣିକ ବାଛାଡ,ସୀମାଚଂଳ ପାଣିଗ୍ରାହୀ,ଅପୁବ ର୍ବ ଥଣ୍ଡର,ଅଜିତ ଖୋସଲା,ପ୍ରଭାକର ସୁନା,ରାଧିକା ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।