Home ଜିଲ୍ଲା ପରିକ୍ରମା  ମାଲକାନଗିରି ଜିଲ୍ଲାରେ ୧୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୩୦୬ରେ ପହଁଚିଲା

 ମାଲକାନଗିରି ଜିଲ୍ଲାରେ ୧୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୩୦୬ରେ ପହଁଚିଲା

113

ମାଲକାନଗିରି,୨୧ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟାବଢିଚାଲିଛି । ଆଜି ପୁଣି ମାଲକାନଗିରି ଜିଲ୍ଲାରେ ସ୍ଥାନୀୟ ୧୦ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମାଲକାନଗିରି ପୌରାଚଂଳରେ ୫ ଜଣ ଓ ବାଲିମେଳା ଏନଏସି ଅଚଂଳରେ ୫ଜଣ ସ୍ଥାନୀୟ ବ୍ୟକ୍ତିଙ୍କର ପଜିଟିଭ ଚିହ୍ନଟ ହୋଇଛି । ଏମାନେ ସବୁ ପୁବ ର୍ କରୋନା ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାପଡିଛି । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୬ ରେ ପହଁଚି ଥିବା ବେଳେ ସଥିମଧ୍ୟରୁ ୧୭୦ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୧୩୬ ଜଣ କରୋନା ଆକ୍ରାନ୍ତ ମାଲକାନଗିରି କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି ବୋଲି ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସି ଅଚଂଳକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଦୁଇଟି ସହରକୁ ଅର୍ନିଷ୍ଟ କାଳ ପର୍ଯ୍ୟନ୍ତ କଟେଂନମେଟଂ ଜୋନ ଘୋଷଣା କରାଯାଇଛି । ସହରବାସୀ ଙ୍କ ସୁବିଧା ପାଇଁ ବିଭିନ୍ନ ସାହିବସ୍ତିଗୁଡିକରେ କେତୋଟି ପରିବା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାରଖା ଯାଇ ହୋମ ଡେଲିଭେରୀ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି । ମାଲକାନଗିରି ପୌରପରିଷଦ ଅଚଂଳରେ ଦିନକୁ ଦିନ ଅଧିକ ମାତ୍ରାରେ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ପୌରପରିଷଦ ର ୧୯ଟି ଯାକ ଓ୍ୟାର୍ଡକୁ କଟେଂନମେଟଂ ଜୋନ କରାଯାଇ ସାହିବସ୍ତିଗୁଡିକରେ ବେରିକେଟ ନିର୍ମାଣ କରାଯାଇଛି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, କଟେଂନମେଟଂ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ । କୋଭିଡ୧୯ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.