Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଡେଙ୍ଗୁ ରୋଗ ଆତଙ୍କ,୨୦ଦିନ ମଧ୍ୟରେ ୪୭ରୁ ଉର୍ଦ୍ଦ ଆକ୍ରାନ୍ତ ଓ ଜଣେ ମୃତ

ମାଲକାନଗିରି ଜିଲ୍ଲାରେ ଡେଙ୍ଗୁ ରୋଗ ଆତଙ୍କ,୨୦ଦିନ ମଧ୍ୟରେ ୪୭ରୁ ଉର୍ଦ୍ଦ ଆକ୍ରାନ୍ତ ଓ ଜଣେ ମୃତ

35

ମାଲକାନଗିରି,୧ା୯ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଡେଙ୍ଗୁ ରୋଗ ଆତଙ୍କ ଦେଖା ଦେଇଛି ।ଗତ ୨୦ଦିନ ମଧ୍ୟରେ ୪୭ଜଣରୁ ଉର୍ଦ୍ଦ ଚିହ୍ନଟ ହୋଇ ବିଭିନ୍ନ ଚିକିତ୍ସାଳୟ ରେ ଚିକିତ୍ସିତ ହେଉତିବା ବେଳେ ଜଣେ୧୪ବର୍ଷର ବାଳକର ମୃତ୍ୟୁଘଟିଛି । ଏହି ଡେଙ୍ଗୁ ରୋଗୀ ମାନେ ଜିଲ୍ଲାହସପିଟାଲ ସହିତ ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଆଉକିଏ ବିଶାଖାପାଟଣା ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାର ଜଣାପଡିଛି । ବିଶେଷ କରି ମାଲକାନଗିରି ପୌରପରିଷଦ ଅଚଂଳରେ କେବଳ ୨୭ରୁ ଉର୍ଦ୍ଦ ଡେଙ୍ଗୁ ରୋଗି ଚିହ୍ନଟ ହୋଇଥିବାର ଜଣାପଡିଛି । ମାଲକାନଗରି ପୌରାଚଂଳର ଜଣେ ୧୪ବର୍ଷର ବାଳକ ଡେଙ୍ଗୁରେ ଆକ୍ରନ୍ତ ହୋଇ ଗତ ୪ଦିନହେଲା ବିଶାଖାପାଟଣା ହସପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁଘଟିଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନହେଲା ଲଗାଣବର୍ଷୀ ସାଙ୍ଗକୁ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡିଥିବାରୁ ଡେଙ୍ଗୁ ମଶା ମାନେ ବଂଶବିସ୍ତାର କରିବାରେ ଲାଗିଛନ୍ତି । ସହରାଚଂଳ ସହିତ ଗ୍ରାମଚଂଳ ଗୁଡିକରେ ଡିଡି ସ୍ପ୍ରେ ଓ ମଶାମରା ଔଷଧ ସିଚଂନ ହେଉନଥିବାରୁ ମଶା ବଂଶ ବ୍ୟାପିଚାଲିଛି । ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟ।। ଦିନକୁ ଦିନ ବୃଦ୍ଧି ପାଇ ପରିସ୍ଥିତି ଅଣାୟତ ହେବାକୁ ଯାଉଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରେମ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରାଚଂଳ ଓ ଗ୍ରାମଚଂଳ ଗୁଡିକରେ ଡାକବାଜି ଯନ୍ତ୍ର ଦ୍ୱାରା ଡେଙ୍ଗୁ ରୋଗରୁ କିପରି ସୁରକ୍ଷିତ ରହିବେ ସେନେଇ ଜନସଚେତନତା ସୃଷ୍ଟି କରାଯିବା ସହ ଜ୍ୱର ହେଉଥିବା ରୋଗି ମାନଙ୍କ ଠାରୁ ରକ୍ତନମୁନା ସଂଗ୍ରହ କରାଯାଉଛି ଓ ବିଭିନ୍ନ ସ୍ଥାନରେ ମଶାମରା ଔଷଧ ପ୍ରୟୋଗ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲକୁମାର ନନ୍ଦ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.