Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଏଲୋଓ୍ୟାଣ୍ଣ,ସମ୍ଭାବ୍ୟ ବନ୍ୟାପରିସ୍ଥିତି ପାଇଁ ଜିଲ୍ଲାପ୍ରଶାସନର ପ୍ରସ୍ତୁତି

ମାଲକାନଗିରି ଜିଲ୍ଲାରେ ଏଲୋଓ୍ୟାଣ୍ଣ,ସମ୍ଭାବ୍ୟ ବନ୍ୟାପରିସ୍ଥିତି ପାଇଁ ଜିଲ୍ଲାପ୍ରଶାସନର ପ୍ରସ୍ତୁତି

55

ମାଲକାନଗିରି,୧୭ା୧୦ (ଓଡିଆ ପୁଅ ) ଆସନ୍ତା୧୯ତାରିଖ ଠାରୁ ୨୧ତାରିଖ ପର୍ଯ୍ୟନ୍ତ ବଙ୍ଗପ ସାଗରରେ ଲଘୁଚାପ ଯୋଗୁଁ ମାଲକାନଗିରି ଜିଲ୍ଲାକୁ ପାଣିପାଗ ବିଭାଗ ଏଲୋଓ୍ୟାଣ୍ଣ ର୍ି ଦେଇଥିବାରୁ ରାଜ୍ୟପ୍ରାକୃତି ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ରିଲିଫ କମିଶନର ପକ୍ଷରୁ ସତର୍କ ରହିବାପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ ପ୍ରବଳବେଗରେ ବର୍ଷା ପବନ ହେବାର ଆଶଙ୍କା ରହିଥିବାରୁ ତାହାର ମୁକାବିଲା କରିବା ପାଇଁ ଡିଆରଡିଏ ସଭାଗୃହରେ ଜିଲ୍ଲାପାଳ ମନୀଷଆଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇ ଯାଇଛି । ଗତ ଲଘୁଚାପ ବର୍ଷାରେ ମାଲକାନଗିରି ଜିଲ୍ଲାରେ ପ୍ରବଳବେଗରେ ବର୍ଷା ଓ ବାତ୍ୟାହୋଇ ବିଭିନ୍ନ ନଦୀ ନାଳରେ ବନ୍ୟାଜଳ ପ୍ରବେଶ କରି ବହୁ କ୍ଷୟ କ୍ଷତି ଘଟାଇଥିଲା । ଲଘୁଚାପ ବର୍ଷା ହେବାର ସମ୍ଭାବନା ଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହ ବନ୍ୟାପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ସଜାଗରହିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସାବେରୀ,ସିଲେରୁ,ସପ୍ତଧାରା,ପୋଟେରୁ, ତମସା,ପାଙ୍ଗାମ ନଦୀକୁଳିଆ ଅଚଂଳଗୁଡିକରେ ଥିବା ଗ୍ରାମବାସୀ ମାନଙ୍କୁ ସତର୍କକରିଦିଆ ଯାଇଛି । ବିଶେଷ କରି ମୋଟୁ,ଆଲମା, ପେଟା,ବିନାୟକପୁର,ପଡିଆ ଅଚଂଳରେ ବାରମ୍ବାର ବନ୍ୟାପରିସ୍ଥତି ସୃଷ୍ଟି ହେଉଥିବାରୁ ସେ ସବୁ ଅଚଂଳଗୁଡିକରେ ଅଧିକ ଗୁରୁତ୍ୱ ଦିଆଯାଇ ସାବେରୀ,ସିଲେରୁ,ପାଙ୍ଗାମ ନଦୀକୁଳିଆ ବନ୍ୟାପ୍ରଭାବିତ ଅଚଂଳରେ ମଟୋରବୋଟ, ଡଙ୍ଗା ସହ ରିଲିଫ ସାମଗ୍ରୀ ଗଛିତରଖିବା ପାଇଁ ବ୍ୟବସ୍ଥା କରାଯାଇଛି । କାଙ୍ଗୁରକୋଣ୍ଡା,ପଡିଆ କନ୍ୟାଶ୍ରମ, ପାଙ୍ଗାମ,ଏମଭି୩୭,କୋରକୁଣ୍ଡା ଠାରେ ଥିବା ତଳୁଆପୋଲ ଗୁଡିକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଯନ୍ତ୍ରୀ,ତହସିଲଦା,ଥାନାଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ୧୯ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ କୌଣସି ସରାକରି କର୍ମଚାରି ଛୁଟିରେ ଜିଲ୍ଲାବାହକୁ ଯିବେ ନାହିଁ,ଜିଲ୍ଲାର ସମସ୍ତ ବିଡିଓ,ତହସିଲଦାର ଓ ପଚାଂୟତସ୍ତରୀୟ ଅଧିକାରୀ ମାନେ ନିଜ ନିଜ ବନ୍ୟାପ୍ରଭାବିତ ଅଚଂଳଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ଏସପି ରିଶିକେଶ ଡି ଖିଲାରୀ,ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାର ସମସ୍ତ ତହସିଲଦାର,ବିଡିଓ, ଥାନାଅଧିକାରୀ, ଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତି ରହି ଆଲୋଚନାରେ ଭାଗନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.