Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଉତ୍କଳଗୌରବ ମଧୂବାବୁଙ୍କ ଜୟନ୍ତୀ ପାଳିତ

ମାଲକାନଗିରି ଜିଲ୍ଲାରେ ଉତ୍କଳଗୌରବ ମଧୂବାବୁଙ୍କ ଜୟନ୍ତୀ ପାଳିତ

22

ମାଲକାନଗିରି,୨୮ା୪ (ଓଡିଆ ପୁଅ) କରୋନା କଟକଣା ମଧ୍ୟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଭିମାନଦିବସ ଓ ଉତ୍କଳଗୌରବ ମଧୂବାବୁଙ୍କ ଜୟନ୍ତୀ ନିରାଡମ୍ବର ସହକରେ ପାଳିତ ହୋଇ ଯାଇଛି । ମାଲକାନଗିରି ଜିଲ୍ଲା ପାଠାଗାର ପରିସରରେ ଉତ୍କଳଗୌରବ ମଧୂସୁଦନ ଦାସଙ୍କ ଜୟନ୍ତୀ କୋଭିଡ ନିୟମ ସହ ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ପାଳିତ ହୋଇଛି,ଏହି ଅବସରେ ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ସ୍ନିଗ୍ଧାରାଣି ଚୌଧୁରୀ,ଅଧ୍ୟାପକ ରଜଂନ କୁମାରସ୍ୱାଇଁ,ହରେକୃଷ୍ଣକିର୍ତନିୟା,ଜୋର୍ତିମୟୀ ଆଚାର୍ଯ୍ୟ,ରଜଂନ ମହାନ୍ତି ପ୍ରୁଖ ଉପସ୍ଥିତ ରହି ମଧୂବାବୁଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ସ୍ମୁତି ଚାରଣ କରିଥିଲେ । ଅନୁରୁପ ବୁଟିଗୁଡା ଛାତ୍ରବାସରେ ଉତ୍କଳଗୌରବ ମଧୂସୁଦନ ଦାସଙ୍କ ଜୟନ୍ତି ପାଳିତ ହୋଇଛି, ଏହି ଅବସରେ ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ପ୍ରକାଶ ଚନ୍ଦ୍ରପଟନାୟକ,ରଜିଂତକୁମାର ନାୟକ,ପ୍ରକାଶ ଚନ୍ଦ୍ର ନାୟକ,,ଶ୍ରୀଧର ସାହୁ,ଶଶ୍ମିତା ମହାପାତ୍ର,ମମତା ମହଲ,ସଙ୍ଗିତା ପାତ୍ର,ଅଲେଖ ପାତ୍ର,ଜ୍ଞାନେନ୍ଦ୍ର ସ୍ୱାଇଁ,ଉମାକାନ୍ତ ମୁଦୁଲି,ଗଣେଷ ଜେନା,ଚିତରଂଜନ ସରକାର,ରାଣୀ ଦେବନାଥ ପ୍ରମୁଖ ଯୋଗଦେଇ ସେଠାରେ ପ୍ରତିଷ୍ଟିତ ମଧୂବାବୁଙ୍କ ପ୍ରତି ମୂର୍ତୀରେ ମାଲ୍ୟାର୍ପଣ କରି ତାଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିଥିଲେ । ସଭା ପ୍ରାରମ୍ଭରେ ବିଶିଷ୍ଟ ସାହିତ୍ୟିିକ ପଦ୍ମ ଶ୍ରୀ ଓ ପଦ୍ମ ଭୁଷଣ ସ୍ୱର୍ଗତ ମନୋଜ ଦାସ ଙ୍କ ପାଇଁ ଦୁଇମିନିଟ ନିରବପାର୍ଥନା ସହ ଏକ ଶୋକସଭା କରାଯାଇଥିଲା ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.