ମାଲକାନଗିରି,୩୦ା୧୨ (ଓଡିଆ ପୁଅ ) ଆଜି ସ୍ଥାନୀୟ ଡିଆରଡିଏ ସଭାଗୃହରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଇଭିଏମ ଓ ଭିଭିପାଟ୍ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଇଭିଏମ ଓ ଭିଭିପାଟ୍ ମେସିନ ବ୍ୟବହାର ସଂପର୍କରେ ତାଲିମ ଦିଆ ଯାଇଥିଲା । ଆଗାମି ୭ତାରିଖ ଠାରୁ ଜିଲ୍ଲାର ୯୩୪ଟି ରାଜସ୍ୱ ଗ୍ରାମରେ ଭୋଟର ମାନଙ୍କୁ ସଚେତନତା କରାଇବା ସହ ଇଭିଏମ ଓ ଭିଭିପାଟ ମେସିନବ୍ୟବହାର ସଂପର୍କରେ ଜନସଚେତନତା ଓ ଅବଗତ କରାଯିବ ।ଏହି କାର୍ଯ୍ୟକ୍ରମ ପାଇଁ ୧୪ଟି ଟିମ ଗଠନ କରାଯାଇଛି, ପ୍ରତି ବ୍ଲକ ପାଇଁ ୨ଟି ଟିମର ୫ଜଣ କର୍ମଚାରି ରହିବେ,ଏହି ଟିମ ୪ଟି ଲେଖା ଗ୍ରାମକୁ ଯାଇ ସେଠାରେ ଭୋଟର ମାନଙ୍କୁ ମେସନି ଦେଖାଇ ସଚେତନତା କରାଇବେ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସୁଚନା ଦେଇଛନ୍ତି । ଏହି ସଚେତନତା ଅଭିଯାନରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ମାଲକାନଗିରି ବିଡିଓ ଗୁଣନିଧି ନାୟକ,ଙ୍କ ସହିତ ସାତଟି ଯାକ ବ୍ଲକର ବିଡିଓ,ତହସିଲଦାର, ଗ୍ରାମପଚାଂୟତ ଅଧିକାରୀ ଓ ଜିଲ୍ଲାସ୍ତରୀୟ ତାଲିମଦାତା ପ୍ରମୁଖ ଯୋଗଦେଇ ସଚେତନତା ର ସୁଭାରମ୍ଭ କରିଥିଲେ ।