Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

92

ମାଲକାନଗିରି, ୨୧ା୬ (ଓଡିଆ ପୁଅ ) କରୋନା ମହାମାରୀ ପାଇଁ କୋଭିଡ ନିୟମ ପାଳନ କରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୁବକ, ଯୁବତୀ, ମହିଳା ଓ ପୁରୁଷ, ସୁରକ୍ଷାକର୍ମୀ ମାନେ ଯୋଗଅଭ୍ୟାସ କରିଛନ୍ତି। କର ଯୋଗ ରୁହ ନୀରୋଗ ଚଳିତ ବର୍ଷ ଯୋଗଦିବସର ବାର୍ତ୍ତାକୁ ନେଇ ଜିଲ୍ଲାସଦର ମହକୁମାସ୍ଥ ଷ୍ଟାଡିୟମ କ୍ରୀଡା ଛାତ୍ରବାସ ପରିସରରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଜାରିକରାଯାଇଥିବା ପ୍ରୋଟୋକଲ କୋଭିଡ୧୯ ନିୟମ ଅନୁଯାଇ ହ୍ୟାଣ୍ଡସାନିଟାଇଜ କରି ମାସ୍କ ପରିଧାନ ସହ ସାମଜିକ ଦୂରତା ରକ୍ଷାକରି ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସ ରେ ମୁଖ୍ୟଅତିଥି ଭାବେ ମାଲକାନଗିରି ତହସିଲଦାର ଡଃ ଗୁଣନିଧି ନାୟକ, ସମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ରାମପ୍ରସାଦ ନାଗ, ଜିଲ୍ଲାକ୍ରୀଡା ଅଧିକାରୀ କୁଳମଣି ନିଆଲ, ଅଧ୍ୟାପକ ରଜଂନକୁମାର ସ୍ୱାଇଁ, ପବିତ୍ର ମୋହାନ ବାରା, ବିଏସଏଫ କମାଣ୍ଡେଟଂ, ନେହୁରୁ ଯୁବକେନ୍ଦ୍ରର ସଂଯୋଜକ ହରିଷ ଜୀ, ପ୍ରମୁଖ ଯୋଗଦେଇ ଆନ୍ତର୍ଜାତୀୟ ଯୋଗଦିବସର ତ୍ତତାତ୍ ପର୍ଯ୍ୟତା ସଂପର୍କରେ କହିଥିଲେ। ମନ ଓ ଶରୀରକୁ ସୁସ୍ଥରଖିବାକୁ ହେଲେ ଯୋଗର ଆବଶ୍ୟକତା ରହିଛି।ସଭ୍ୟଶିକ୍ଷିତ ମଣିଷ ମାନେ କେବେଳ ଭୋଗ ରେ ଦିନକାଟୁଥିବାବେଳେ ଯୋଗକୁ ଭୁଲିଗଲେଣି, ଯାହା ଫଳରେ କି ଏବେ ଶିଶୁ ଠାରୁ ଅରମ୍ଭକରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ନାନା ପ୍ରକାର ରୋଗରେପଡୁଛନ୍ତି।ପୁବ ର୍କାଳରେ ମୁନି ରୁଷିମାନେ ଯୋଗ ପ୍ରାଣାୟମ ଦ୍ୱାରା ନିଜେ ସୁସ୍ଥ ସବଳ ରହି ଅନ୍ୟମାନଙ୍କୁ ସୁସ୍ଥରଖୁଥିଲେ। ଯୋଗ ଦ୍ୱାରା ଅସାଧ୍ୟ ରୋଗ ଭଲହୋଇ ପାରେ ବୋଲି ମଚାଂଶିନ ଅତିଥି ମାନେ ମତବ୍ୟକ୍ତ କରି ଯୋଗାଆସନରେ ଭାଗ ନେଇଥିଲେ। ଓଡିଶା ଯୋଗ ମହୋତ୍ସବ ସମିତି ର ସଂଯୋଜକ ଭୂବନା ନନ୍ଦ ସାହୁ, ଆଓମା ପ୍ରତିଷ୍ଟାତା ବିନାଶ କୁମାର ମିଶ୍ର ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଆୟୋଜିତ ଯୋଗ ଶିବିରରେ ବିଭିନ୍ନ ପ୍ରକାର ଯୋଗତାଲିମ ଦେଇଥିଲେ। ଏହି ଯୋଗ ଶିବିରକୁ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ, ଓଡିଶା ଯୋଗଉତ୍ସବ ସମିତି, ନେହୁରୁ ଯୁବକେନ୍ଦ୍ର ଓ ଅନ୍ୟାନ ସ୍ୱଚ୍ଛାସେବୀ ସଂଗଠନର କର୍ମକର୍ତା ମାନେ ପରିଚାଳନା କରିଥିଲେ। ବିଶେଷ କରି ଏହି ଯୋଗଶିବିରରେ ଯୋଗଅଭ୍ୟାସ କରିଥିବା ୫୦ରୁ ଉର୍ଦ୍ଦ ପ୍ରଶିକ୍ଷକଙ୍କୁ ମୁଗୁ, ବୁଟ ଭେଦା ଖାଇବାକୁ ଦେବାସହ ଘିକୁଆଁରୀ, ଗୁଳୁଚି, ହଳିଦୀର କାଢା ପିଇବା ପାଇଁ ଦିଆଯାଇଥିଲା। ଅନୁରୁପ ଏସଭି୩, ଚିତ୍ରକୋଣ୍ଡା, ସ୍ୱାଭିମାନ ଅଚଂଳ ଜାନବାଇ, ବଡପଡା, ଏମଭି୭୯ ଠାରେ ଥିବା ବିଏସଏଫ କ୍ୟାମ୍ପର ବିଏସଏଫ ଯବାନମାନେ ମଧ୍ୟ ଯୋଗଦିବସ ପାଳନ କରି ଯୋଗ ଅଭ୍ୟାସ କରିଛନ୍ତି। ଠିକ ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗଦିବସ ପାଳିତ ହୋଇ ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.