Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଆଜି ୫ଟି ନୁଆ ପଜିଟିଭ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ଛୁଇଁଲା

ମାଲକାନଗିରି ଜିଲ୍ଲାରେ ଆଜି ୫ଟି ନୁଆ ପଜିଟିଭ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ଛୁଇଁଲା

91

ମାଲକାନଗିରି,୪ା୭(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନ କୁ ଦିନ ହୁ ହୁ ହୋଇ ବଢିଚାଲିଛି । ଆଜି ଜିଲ୍ଲାରେ ପୁଣି ୫ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ୫ଜଣ ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ରେ ପହଁଚିଗଲାଣି,ସେଥିମଧ୍ୟରୁ ୫୩ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୫୮ ଜଣ ଆକ୍ରାନ୍ତ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବାର ଜିଲ୍ଲାପ୍ରସାସନ ସୁତ୍ରରୁ ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସ୍କୁଲକଲୋନି କ୍ୱାରେଟାଂଇନ କେନ୍ଦ୍ରରେ ଥିବା ଦିଲ୍ଲୀ ଫେରନ୍ତା ପ୍ରବାସୀ ଓ ଜଣେ ମାଲକାନଗିରି ପୌରାଚଂଳର ସ୍ଥାନୀୟ ମହିଳା ହୋଇଥିବା ବଳେ ଅନ୍ୟ ଜଣେ ଖଇରପୁଟ ବ୍ଲକ ଅଚଂଳର ସ୍ଥାନୀୟ ବ୍ୟକ୍ତି ଥିବାର ଜଣାପଡିଛି । ଆଜିର ସଂକ୍ରମଣ ମାନଙ୍କ ଟ୍ରାଭେଲ ରିପୋର୍ଟ ଜଣା ପଡିଯାଇଛି ,ଖଇରପୁଟ ବ୍ଲକ ଓ ମାଲକାନଗିରି ପୌରାଚଂଳ ଚିହ୍ନଟ ଆକ୍ରାନ୍ତ ବ୍ୟକ୍ତିମାନେ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି । ଆଜିର କରୋନା ସଂକ୍ରମିତ ୫ ଜଣଙ୍କୁ ଚିକିତ୍ସାନିମନ୍ତେ କୋଭିଡ ହସପିଟାଲକୁ ପଠାଇଦିଆ ଯାଇଛି ,କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ସଟ୍ ଡାଉନ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ । କୋଭିଡ୧୯ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ପରାମର୍ଶ ଦେଇଛନ୍ତି ।ଏହି ଆକ୍ରାନ୍ତ ଚିହ୍ନଟ ହେବାପରେ ମାଲକାନଗିରି ପୌରାଚଂଳ ର ମେଡିକାଲ ଛକ ଠାରୁ ଆଇଏମଏସଟି ଛକ,ବାଲିମେଳା ଛକ ଠାରୁ କେନାଲଛକ ଅଚଂଳକୁ କଟେଂନମେଟଂ ଓ ବଫର ଜୋନ ଘୋଷଣା କରାଯାଇ ମୁଖ୍ୟରାସ୍ତାରେ ଛକ ଗୁଡିକରେ ପୁଲିସ କଡାପ୍ରହରା ସହିତ ରାସ୍ତାଗୁଡିକୁ ବନ୍ଦକରିଦିଆ ଯାଇଛି । ଠିକସେହିପରି ପଡିଆ ବ୍ଲକ ସ୍କୁଲ କଲୋନି ସଙ୍ଗରୋଧ କେନ୍ଦ୍ର କୁ କଟେଂନମେଟଂ ଜୋନ ଘୋଷଣା କରା ଯାଇ ୧୦୦ମିଟର ଦୂରତାରେ ଥିବା ଦୋକାନବଜାର ଗୁଡିକୁ ବନ୍ଦକରାଯିବା ସହ ସେ ଅଚଂଳରେ ଥିବା ଜନସାଧାରଣଙ୍କୁ ଘରୁ ନବାହାରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ଓ ଖଇରପୁଟ ବ୍ଲକଅଚଂଳକୁ ମଧ୍ୟ କଟେଂନମେଟଂ ଜୋନଭାବେ ଘୋଷଣା କରାଯାଇଛି । ବିଶେଷ କରି ମାଲକାନଗିରି ସହରରେ ଥିବା ମାଲ୍ୟବନ୍ତଛାତ୍ର ବାସ ସଙ୍ଗରୋଧ କେନ୍ଦ୍ରରୁ ୩୫ଜଣ ବିଏସଏଫ ଯବାନ ଓ ପୌରାଅଚଂଳରୁ ୨ଜଣ ସାଧାରଣ ନାଗରିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ୩ତାରିଖ ରାତ୍ର୮ଟା ଠାରୁ ୫ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ଦୁଇଦିନ ଧରି ପୌରାଚଂଳକୁ ସଟ୍ ଡାଉନ ଘୋଷଣା କରାଯାଇ ଦୋକାନବଜାର,ଅଫିସ,ଯାନବାହନ ଚଳାଚଳ ବନ୍ଦକରାଯାଇଛି ।ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ କଡାପ୍ରହରା ଦେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.